ETV Bharat / bharat

ଜୁଲାଇ 8ରେ ଋଷ ଗସ୍ତ କରିବେ ଏସ.ଜୟଶଙ୍କର - ବୈଦେଶିକ ବ୍ୟାପାର ମନ୍ତ୍ରୀ

ଜୁଲାଇ 8ରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଋଷ ଗସ୍ତରେ ବାହାରିବା ନେଇ ସୂଚନା ମିଳିଛି । ଏସ.ଜୟଶଙ୍କର ଏବି ଗସ୍ତ ଦୁଇ ଦେଶ ମଧ୍ୟରେ ବନ୍ଧୁତାକୁ ଆହୁରି ସୃଦୁଢ କରିବ । ଅଧିକ ପଢନ୍ତୁ...

ବୈଦେଶିକ ବ୍ୟାପାର ମନ୍ତ୍ରୀ
ବୈଦେଶିକ ବ୍ୟାପାର ମନ୍ତ୍ରୀ
author img

By

Published : Jul 5, 2021, 10:52 AM IST

ନୂଆଦିଲ୍ଲୀ: ଚଳିତ ସପ୍ତାହରେ ଋଷ ଗସ୍ତ କରିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର । ଜୁଲାଇ 8ରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଋଷ ଗସ୍ତରେ ବାହାରିବା ନେଇ ସୂଚନା ମିଳିଛି । ଏସ.ଜୟଶଙ୍କରଙ୍କ ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ବନ୍ଧୁତାକୁ ଆହୁରି ସୃଦୁଢ କରିବ । ଉଭୟ ଦେଶ ମଧ୍ୟରେ ଅନେକ ପ୍ରସଙ୍ଗକୁ ନେଇ ଚୁକ୍ତିନାମା ସ୍ବାକ୍ଷର ହୋଇପାରେ ।

ଋଷ ଓ ଭାରତ ମଧ୍ୟରେ ଭଲ ବୁଝାମଣା ରହିଛି । ଦୁଇ ଦେଶ ପରସ୍ପର ପାଇଁ ଗୁରୁତ୍ବ ରଖେ । ଜାତୀୟ ସ୍ବାର୍ଥ ପୂରଣ କରିବାରେ ଉଭୟ ଦେଶ ପରସ୍ପରକୁ ସମାନ ଗୁରୁତ୍ବ ଦେଇଥାଏ । ଏସ ଜୟଶଙ୍କର ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ପାରସ୍ପରିକ କ୍ଷମତାକୁ ଦୃଢ କରିବା ସହିତ ଗଭୀର ପାରସ୍ପରିକ ବିଶ୍ବାସ ଉପରେ ନିର୍ମିତ ବନ୍ଧୁତାକୁ ସୃଦୁଢ କରିବ ।

ଅସ୍ତ୍ରଶସ୍ତ୍ର, ହାଇଡ୍ରୋକାର୍ବନ୍, ଆଣବିକ ଶକ୍ତି ଏବଂ ହୀରା ଭଳି ପାରମ୍ପରିକ ସହଯୋଗ କ୍ଷେତ୍ର ବ୍ୟତୀତ ଅର୍ଥନୈତିକ ଯୋଗଦାନର ନୂତନ କ୍ଷେତ୍ରଗୁଡିକକୁ ନେଇ ଦୁଇଦେଶ ମଧ୍ୟରେ ସମ୍ପର୍କ ରହିଛି । ଖଣି, କୃଷି ଶିଳ୍ପ ଏବଂ ଉଚ୍ଚ ଟେକ୍ନୋଲୋଜି, ରୋବୋଟିକ୍ସ, ନାନୋଟେକ୍ ଏବଂ ବାୟୋଟେକ୍ । ସବୁ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥାଏ ।

ଆଫଗାନିସ୍ତାନ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବାକୁ ଭାରତ ଓ ଋଷ ମିଳିତ ଭାବରେ କାର୍ଯ୍ୟ କରୁଛନ୍ତି । ଏହା ସହିତ ଆନ୍ତର୍ଜାତୀୟ ଆତଙ୍କବାଦ ଉପରେ ବିସ୍ତୃତ ସମ୍ମିଳନୀର ଏକ ଚୂଡ଼ାନ୍ତ ଆହ୍ବାନ ଦେଇଛନ୍ତି । ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଏବଂ ଆଣବିକ ଯୋଗାଣକାରୀ ଗୋଷ୍ଠୀର ସ୍ଥାୟୀ ସଦସ୍ୟତା ପାଇଁ ଋଷ ଭାରତକୁ ସମର୍ଥନ କରୁଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.