ETV Bharat / bharat

ବାଂଲାଦେଶରେ ପହଞ୍ଚିଲେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର

ବାଲାଂଦେଶରେ ପହଞ୍ଚିଲେ ବୈଦେଶିକ ମନ୍ତ୍ରୀ ଡ.ଏସ.ଜୟଶଙ୍କର । ପ୍ରତିପକ୍ଷଙ୍କ ସହ କରିବେ ଆଲୋଚନା । ପ୍ରଧାନମନ୍ତ୍ରୀ ହାସିନାଙ୍କୁ ମଧ୍ୟ ଭାରତ ଆସିବାକୁ ଦେବେ ନିମନ୍ତ୍ରଣ । ଅଧିକ ପଢନ୍ତୁ

author img

By

Published : Apr 28, 2022, 4:39 PM IST

ବାଂଲାଦେଶରେ ପହଞ୍ଚିଲେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର, ପ୍ରଧାନମନ୍ତ୍ରୀ ହାସିନାଙ୍କ ସହ କରିବେ ଆଲୋଚନା

ଢାକା: ବାଂଲାଦେଶ ଗସ୍ତରେ ଥିବା ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଢାକାରେ ପହଞ୍ଚିଛନ୍ତି । ସେ ପ୍ରତିପକ୍ଷ ତଥା ବାଲାଂଦେଶ ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରିବା ସହ ପ୍ରଧାନମନ୍ତ୍ରୀଙ୍କ ଶେଖ ହସିନାଙ୍କୁ ମଧ୍ୟ ସାକ୍ଷାତ କରିବେ । ଆଜି (ଗୁରୁବାର) ଅପରାହ୍ନରେ ଢାକା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସ୍ବତନ୍ତ୍ର ବାୟୁସେନା ବିମାନରେ ଅବତରଣ କରିଥିଲେ ଜୟଶଙ୍କର । ବାଲାଂଦେଶ ବିଦେଶ ମନ୍ତ୍ରୀ ଏ.କେ ଅବଦ୍ଦୁଲ ମୋମେନ ବିମାନ ବନ୍ଦରରେ ତାଙ୍କୁ ସ୍ବାଗତ କରିଥିଲେ ।

ତେବେ ଏହି ଗସ୍ତରେ ଦୁଇ ଦେଶ ମଧ୍ୟରେ ଥିବା ଦ୍ବିପାକ୍ଷିକ ସମ୍ପର୍କ ଆଲୋଚନା ହେବା ସହ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା 7ମ ବାଲାଂଦେଶ- ଭାରତ ମିଳିତ କନସୁଲଟେଟିଭ ଆୟୋଗ ବୈଠକ (7th Bangladesh-India Joint Consultative Commission meeting) ପାଇଁ ତାରିଖ ମଧ୍ୟ ଚୂଡାନ୍ତ ହୋଇପାରେ । ପ୍ରଧାନମନ୍ତ୍ରୀ ହସିନାଙ୍କ ସହ ସାକ୍ଷାତ ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ତରଫରୁ ଭାରତ ଆସିବା ପାଇଁ ତାଙ୍କୁ ନିମନ୍ତ୍ରଣ ମଧ୍ୟ କରିବେ ଜୟଶଙ୍କର । ଆଜି ରାତିରେ କାର୍ଯ୍ୟକ୍ରମ ଶେଷରେ ବାଲାଂଦେଶ ବୈଦେଶିକ ମନ୍ତ୍ରୀଙ୍କ ସହ ରାତ୍ରୀ ଭୋଜନରେ ସାମିଲ ହେବେ ଜୟଶଙ୍କର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.