ETV Bharat / bharat

Budget Session 2022: ଆଜି ଗୃହରେ ବିବୃତ୍ତି ରଖିବେ ବୈଦେଶିକ ଓ ପ୍ରତିରକ୍ଷା ମନ୍ତ୍ରୀ - ବୈଦେଶିକ ବ୍ୟାପାରମନ୍ତ୍ରୀ ଏସ ଜୟଶଙ୍କର ଖବର

ୟୁକ୍ରେନ ସଙ୍କଟକୁ ନେଇ ଆଜି(ମଙ୍ଗଳବାର) ଉଭୟ ଗୃହରେ ବିବୃତ୍ତି ରଖିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ଅଧିକ ପଢନ୍ତୁ

ଆଜି ଗୃହରେ ବିବୃତ୍ତି ରଖିବେ ବୈଦେଶିକ ମନ୍ତ୍ରୀ

author img

By

Published : Mar 15, 2022, 7:24 AM IST

Updated : Mar 15, 2022, 8:22 AM IST

ନୂଆଦିଲ୍ଲୀ: ଜଳୁଛି ୟୁକ୍ରେନ ଚାଲିଛି ଧ୍ବସଂଲୀଳା । ୨୦ ଦିନରେ ପହଞ୍ଚିଲାଣି ୟୁକ୍ରେନ ଓ ଋଷ ଯୁଦ୍ଧ । ୟୁକ୍ରେନ ଉପରେ ଘନ ଘନ ଆକ୍ରମଣ କରି ଚାଲିଛି ଋଷ । ଯୁଦ୍ଧ ଥମିବାର ନାଁ ନେଉନାହିଁ । ଉଭୟ ଦେଶ ମଧ୍ୟରେ ୪ ଥର ଆଲୋଚନା ପରେ ମଧ୍ୟ କିଛି ସୁଫଳ ମିଳୁନାହିଁ । ୟୁକ୍ରେନ ସଙ୍କଟକୁ ନେଇ ଆଜି(ମଙ୍ଗଳବାର) ଉଭୟ ଗୃହରେ ବିବୃତ୍ତି ରଖିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ଏନେଇ ସୂଚନା ଦେଇଛନ୍ତି ରାଜ୍ୟସଭା ଅଧକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ।

ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରଙ୍କୁ ଅପରେସନ ଗଙ୍ଗା ଜରିଆରେ ଉଦ୍ଧାର କରାଯାଇଛି । ପାଖାପାଖି ୨୦ ହଜାରରୁ ଅଧିକ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଅଣାଯାଇଛି । କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ଭେଙ୍କେୟା ନାଇଡୁ । ଗତକାଲି ଦ୍ବିତୀୟ ପାଳି ବଜେଟ ଅଧିବେଶନରେ ୟୁକ୍ରେନରୁ ଫେରିଥିବା ଭାରତୀୟ ଛାତ୍ରଙ୍କ ପାଠପଢା ଉପରେ ଗୁରୁତ୍ବ ଦିଆଯିବ ବୋଲି ଗୃହରେ ଅବଗତ କରାଯାଇଥିଲା ।

ଟିଡିପି ସାଂସଦ କେ.ରବିନ୍ଦ୍ର କୁମାର କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ନିରାପତ୍ତା ସୁନିଶ୍ଚିତ ହୋଇଥିବାରୁ ବର୍ତ୍ତମାନ ସମସ୍ତଙ୍କ ସହ ପରାମର୍ଶ କରି ସେମାନଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଉଚିତ। ସେହିପରି କଂଗ୍ରେସ ସାଂସଦ କେ.ସି.ଭେନୁଗୋପାଲ କହିଛନ୍ତି କି, ଯୁଦ୍ଧ ହେତୁ ୟୁକ୍ରେନରୁ ଫେରି ଆସିଥିବା ଛାତ୍ରମାନେ ଅତ୍ୟନ୍ତ କଷ୍ଟଦାୟକ ଅବସ୍ଥାରେ ଅଛନ୍ତି । ସେମାନଙ୍କ ପରିବାର ସେମାନଙ୍କ ଭବିଷ୍ୟତ ପାଇଁ ଅଧିକ ଚିନ୍ତିତ । ମଧ୍ୟଭାଗରେ ସେମାନଙ୍କ ଡିଗ୍ରୀ ଛାଡିଥିବା ସେ କହିଛନ୍ତି । ୟୁକ୍ରେନରୁ ଫେରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ତ ବେସରକାରୀ ତଥା ସରକାରୀ କଲେଜରେ ଦୁଇରୁ ପାଞ୍ଚ ପ୍ରତିଶତ ସିଟ୍ ସଂରକ୍ଷଣ କରିବାକୁ ବିଜେଡି ସାଂସଦ ଅମର ପଟ୍ଟନାୟକ ପରାମର୍ଶ ଦେଇଛନ୍ତି ।

ସେହିପରି ଅନ୍ୟପଟେ ପାକିସ୍ତାନ ଅଞ୍ଚଳରେ କ୍ଷେପଣାସ୍ତ୍ର ନିକ୍ଷେପ ଘଟଣାରେ ଆଜି ସଂସଦରେ ନିଜର ବୟାନ ରଖିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ମାର୍ଚ୍ଚ ୯ରେ ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ମିଆଁ ଚନ୍ନୁ ସହରରେ ଭାରତର ସୁପର ସୋନିକ ମିସାଇଲ୍ ଖସିପଡିଥିଲା । ଭାରତ ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ଆଦେଶ ଦେଇ ସାରିଛି ।

ପ୍ରକାଶ ଥାଉ କି, ଗତାକାଲି ଉଭୟ ଗୃହରେ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହୋଇଛି । ଆଜି ଏହା ଦ୍ବିତୀୟ ଦିନ । ଏହା ପୂର୍ବରୁ ଜାନୁଆରୀ ୨୯ରୁ ଫେବୃଆରୀ ୧୧ ଯାଏଁ ଭଭୟ ଗୃହରେ ଅଲଗା ଅଲଗା ସିଫ୍ଟରେ ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ହୋଇଥିଲା । ଫେବୃଆରୀ ପହିଲାରେ ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ କରିଥିଲେ । ଏଥିରେ ୧୦ଟି କାର୍ଯ୍ୟ ଦିବସ ରହିଥିଲା ।

@ANI

Last Updated : Mar 15, 2022, 8:22 AM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.