ETV Bharat / bharat

ଅମୃତସର ସ୍ବର୍ଣ୍ଣ ମନ୍ଦିରରେ ନିକଟରେ ବିସ୍ଫୋରଣ, ଅନେକ ଆହତ

author img

By

Published : May 7, 2023, 9:29 AM IST

ପଞ୍ଜାବ ଅମୃତସର ସ୍ବର୍ଣ୍ଣ ମନ୍ଦିର ନିକଟରେ କିଛି ଆତତାୟୀ ବିସ୍ଫୋରଣ ଘଟାଇଛନ୍ତି । ଏଥିରେ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

explosion took place near golden temple
ସ୍ବର୍ଣ୍ଣ ମନ୍ଦିରରେ ବିସ୍ଫୋରଣ

ଚଣ୍ଡିଗଡ: ସ୍ବର୍ଣ୍ଣ ମନ୍ଦିର ନିକଟରେ ବିସ୍ଫୋରଣ । ପଞ୍ଜାବ ଅମୃତସର ସ୍ବର୍ଣ୍ଣ ମନ୍ଦିର ଦରବାର ସାହିବ ନିକଟରେ ଶନିବାର ବିଳମ୍ବିତ ରାତିରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ଅନେକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାର ଖବର ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରାଯାଇଛି । ବୋମା ବିସ୍ଫୋରଣ ହୋଇଥିବା ଅନୁମାନ କରାଯାଉଥିବା ବେଳେ ପୋଲିସ ଏହାକୁ ଅସ୍ବୀକାର କରିଛି ।

ଘଟଣାସ୍ଥଳରେ ଉପସ୍ଥିତ ଲୋକଙ୍କ ସୂଚନା ଅନୁସାରେ, ଅଚାନକ ବିସ୍ଫୋରଣ ହୋଇଥିଲା । ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଥିଲା । କାଚ ଗୁଣ୍ଡ ଆଘାତରେ ଅନେକ ଲୋକ ଆହତ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବିଶ୍ରାମ ନେଉଥିବା କିଛି ତୀର୍ଥଯାତ୍ରୀ ଏବଂ ବାହାରୁ ଆସିଥିବା ଶ୍ରଦ୍ଧାଳୁ କହିଛନ୍ତି, ଅଚାନକ ଧମାକା ହୋଇଥିଲା । କେହି କିଛି ବୁଝିବା ଆଗକୁ ଜୀବନ ବଞ୍ଚାଇବାକୁ ଏଣେତେଣେ ଦୌଡିବାକୁ ଲାଗିଥିଲେ । ପଥମ ଓ କାଚ ଦ୍ବାରା କିଛି ଲୋକଙ୍କୁ ଆଘାତ ଲାଗିଛି । ବିସ୍ଫୋରଣ କାରଣକୁ କିଛି ସମୟ ପାଇଁ ସ୍ଥାନୀୟ ଅଞ୍ଚଳ ଧୂଆଁମୟ ହୋଇଥିଲା । କିଛି ସମୟ ଯାଏ କିଛି ସ୍ଫଷ୍ଟ ଦେଖାଯାଇନଥିଲା ।

ଅନ୍ୟଜଣେ ତୀର୍ଥଯାତ୍ରୀ କହିଛନ୍ତି, ହଠାତ୍‌ ବିସ୍ଫୋରଣ ହୋଇଥିଲା । ଏହା ପରେ ଧୂଆଁ ବଢିବାକୁ ଲାଗିଥିଲା । ଆମେ କିଛି ବୁଝି ପାରି ନଥିଲୁ । ଗ୍ୟାସ ଟାଙ୍କି ବିସ୍ଫୋରଣ ନଚେତ ବୋମା ବିସ୍ଫୋରଣ ହୋଇଥିବା ଅନୁମାନ କରୁଛୁ ।'' ତେବେ ଏହି କାଣ୍ଡ କିଏ ଓ କାହିଁକି ଘଟାଇଛି ସେ ନେଇ କୌଣସି ସୂଚନା ମିଳିନାହିଁ । ପୋଲିସ ବୋମା ବିସ୍ଫୋରଣ ହୋଇଥିବା କଥାକୁ ଅସ୍ବୀକାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କିରିଛି ।

ଏହା ବି ପଢନ୍ତୁ...Mamata warns Vishwabharti: ‘ଅମର୍ତ୍ତ୍ୟ ସେନଙ୍କ ଘରକୁ ଛୁଇଁକି ଦେଖ, ତାପରେ ଜାଣିବ ମୁଁ କଣ କରିବି’
ଏହା ବି ପଢନ୍ତୁ...ପାକିସ୍ତାନରେ ଖଲିସ୍ତାନୀ ଆତଙ୍କବାଦୀକୁ ଗୁଳି କରି ହତ୍ୟା, ଭାରତରେ ଥିଲା ମୋଷ୍ଟଓ୍ବାଣ୍ଟେଡ

ଏସିପି ଘଟଣାସ୍ଥଳରେ ପହଞ୍ଚି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, '' ବୋମା ବିସ୍ଫୋରଣ ହୋଇନାହିଁ । ଦରବାର ସାହିବ ପାର୍କିଂ ଅଞ୍ଚଳରେ କିଛି କାଚଗୁଣ୍ଡ ପଡିଛି । ନିକଟରେ ଥିବା ଏକ ହୋଟେଲରେ ଚିମିନି ଗରମ ଅଛି ସେଥିରୁ ଗ୍ୟାସ ବାହାରୁଛି । କିଛି କାଚ ଗୁଣ୍ଡ ମଧ୍ୟ ପଡିଛି । ସେଇଠୁ ବିସ୍ଫୋରଣ ହୋଇଥିବା ଅନୁମାନ କରାଯାଉଛି । ଭୟଭୀତ ହେବାର କିଛି ଅବଶ୍ୟକତା ନାହିଁ ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.