ETV Bharat / bharat

ଭାଗଲପୁର-ଜୟନଗର ଇଣ୍ଟରସିଟି ଏକ୍ସପ୍ରେସରେ ବିସ୍ଫୋରଣ, 3 ଆହତ - ରେଳରେ ବିସ୍ଫୋରଣ

ବିହାରର ସାମସ୍ତିପୁରରେ ଟ୍ରନରେ ବିସ୍ଫୋରଣ ଘଟିଛି । ଘଟଣାରେ ମାଆ ଓ ପୁଅ ଜଳି ଯାଇଥିବା ବେଳେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି । ଅଧିକ ପଢ଼ନ୍ତୁ

ଭାଗଲପୁର-ଜୟନଗର ଇଣ୍ଟରସିଟି ଏକ୍ସପ୍ରେସରେ ବିସ୍ଫୋରଣ

author img

By ETV Bharat Odisha Team

Published : Nov 15, 2023, 10:37 PM IST

ପାଟନା: ରେଳ ବିଭାଗର ପିଛା ଛାଡ଼ୁନି ଅଘଟଣ । ବାରମ୍ବାର ଟ୍ରେନରେ ଦୁର୍ଘଟଣା ସାମ୍ନାକୁ ଆସୁଥିବା ବେଳେ ଏବେ ପୁଣି ଥରେ ଅଘଟଣା ଦେଖିବାକୁ ମିଳିଛି । ତେବେ ବିହାରର ସମାସ୍ତିପୁରରେ ଟ୍ରନରେ ବିସ୍ଫୋରଣ ଘଟିଛି । ଭାଗଲପୁର-ଜୟନଗର ଇଣ୍ଟରସିଟି ଏକ୍ସପ୍ରେସରେ ( bhagalpur jaynagar intercity express) ବିସ୍ଫୋରଣ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏହି ଘଟଣା ଦିନ ପ୍ରାୟ 1ଟା 30 ମିନିଟିରେ ଘଟିଥିବା ବେଳେ ଏଥିରେ ତିନି ଜଣ ଆହତ ହୋଇଛନ୍ତି । ବିସ୍ଫୋରଣ କାରଣରୁ ଟ୍ରେନ ବଗିରେ ନିଆଁ ଏବଂ ଧୂଆଁ ଦେଖିବାକୁ ମିଳିଥିଲା । ଏହି ଘଟଣାରେ ମାଆ ଓ ପୁଅ ଜଳି ଯାଇଥିବା ବେଳେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା । ଆହତ ମହିଳାଙ୍କୁ ଚିକିତ୍ସା ପାଇଁ ଦାରୁବଙ୍ଗା ରେଲୱେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

  • #WATCH | Samastipur, Bihar: A minor explosion was reported in the Bhagalpur-Jaynagar Intercity Express, three people are injured.

    Samastipur Railway Division DSP Naveen Kumar says, "Today at 1:30 pm, the Bhagalpur-Jaynagar Intercity Express arrived here on platform no. 5. After… pic.twitter.com/mgQWprbCRV

    — ANI (@ANI) November 15, 2023 " class="align-text-top noRightClick twitterSection" data=" ">

ତେବେ ଏହି ବିସ୍ଫୋରଣରେ ଆହତ ହୋଇଥିବା ବ୍ୟକ୍ତିମାନ ହେଉଛନ୍ତି ରେନା ଦେବୀ, ଗୌରବ ଝା ଏବଂ କାମତା ପ୍ରସାଦ । ଦାରୁବଙ୍ଗା ଜିଲ୍ଲାର ସିଂହୱାଡା ପୋଲିସ ଷ୍ଟେସନ ଅଞ୍ଚଳର ମାଣିକୋର ଗାଁର ବାସିନ୍ଦା ରେନା ଦେବୀ ତାଙ୍କ ପୁତୁରା ଗୌରବ ଝାଙ୍କ ସହ ସୁଲତାନଗଞ୍ଜରୁ ଟ୍ରେନରେ ଚଢ଼ିଥିଲା । ସମାସ୍ତିପୁର ଷ୍ଟେସନରେ ପହଞ୍ଚିବା ପୂର୍ବରୁ ଆଉଟର ସିଗନାଲରେ ମହିଳା ଯାତ୍ରୀଙ୍କ ସିଟ୍ ତଳେ ରଖାଯାଇଥିବା ବ୍ୟାଗରେ ଏକ ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣରେ ତିନି ଜଣ ଆହତ ହୋଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.......ପୁରୀ ରେଲୱେ ଷ୍ଟେସନ କୋଚିଂ ଡିପୋରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ସୂଚନା ଅନୁସାରେ, ଟ୍ରେନରେ ବିସ୍ଫୋରକ ସାମଗ୍ରୀ ନେଇଥିବା ଲୋକଙ୍କୁ ମଧ୍ୟ ଗିରଫ କରାଯାଇଥିବା କୁହାଯାଉଛି । କାରଣ ଟ୍ରେନରେ ବିସ୍ଫୋରଣ ପରେ ଅଭିଯୁକ୍ତ ବିସ୍ଫୋରକ ଭର୍ତ୍ତି ଏକ ବ୍ୟାଗକୁ ଫୋପାଡି ଦେଇ ଖସିଯିବାକୁ ଚେଷ୍ଟା କରିଥିଲା । ବ୍ୟାଗକୁ ଟ୍ରେନରୁ ତଳକୁ ଫୋପାଡି ଦିଆଯିବା ପରେ ମଧ୍ୟ ବିସ୍ଫୋରଣ ହୋଇଥିଲା । ଏନେଇ ସମାସ୍ତିପୁର ରେଳ ମଣ୍ଡଳ ଡିସିପି ନିବୀନ କୁମାର କହିଛନ୍ତି, "ଆଜି ଦିନ ସାଢ଼େ ଗୋଟାଏ ସମୟରେ ଭାଗଲପୁର-ଜୟନଗର ଇଣ୍ଟରସିଟି ଏକ୍ସପ୍ରେସ ପ୍ଲାଟଫର୍ମ ନମ୍ବର 5ରେ ପହଞ୍ଚିଥିଲା । ସମାସ୍ତିପୁରରେ ପହଞ୍ଚିବା ପରେ ଜେନେରାଲ ବଗିରେ ହଠାତ୍ ବିସ୍ଫୋରଣ ହୋଇଥିଲା । ଏଥିରେ ତିନି ଜଣ ଆହତ ହୋଇଛନ୍ତି । ଏହି ଘଟଣାରେ ଦରଭଙ୍ଗା ଜିଆରପି (Government Railway Police)ରେ ଦୁଇ ଜଣଙ୍କୁ ଅଟକ ରଖାଯାଇଛି । "

ଏହା ମଧ୍ୟ ପଢ଼ନ୍ତୁ.....ମୁମ୍ବାଇ-ବେଙ୍ଗାଲୁରୁ ଉଦ୍ୟାନ ଏକ୍ସପ୍ରେସରେ ଲାଗିଲା ନିଆଁ, ଯାତ୍ରୀ ସୁରକ୍ଷିତ

ବ୍ୟାରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.