ETV Bharat / bharat

Explosion at Nashik factory: ନାସିକର ଏକ କାରଖାନାରେ ବିସ୍ଫୋରଣ, ଶ୍ରମିକ ଫସି ରହିଥିବା ଆଶଙ୍କା

author img

By

Published : Jan 1, 2023, 4:46 PM IST

ନାସିକର ଜିନ୍ଦଲ କାରଖାନାରେ ବିସ୍ଫୋରଣ । ମୃତାହତ ନେଇ ମିଳିନି ସ୍ପଷ୍ଟ ସୂଚନା । କିଛି କର୍ମଚାରୀ ଫସି ରହିଥିବା ସନ୍ଦେହରେ ସର୍ଚ୍ଚ ଓ ରେସ୍‌କ୍ୟୁ ଅପରେସନ ଜାରି (workers suspected trapped in Nashik factory)। ଅଧିକ ପଢନ୍ତୁ

Explosion at Nashik factory: ନାସିକର ଏକ କାରଖାନାରେ ବିସ୍ଫୋରଣ, ଶ୍ରମିକ ଫସି ରହିଥିବା ଆଶଙ୍କା
Explosion at Nashik factory: ନାସିକର ଏକ କାରଖାନାରେ ବିସ୍ଫୋରଣ, ଶ୍ରମିକ ଫସି ରହିଥିବା ଆଶଙ୍କା

ହାଇଦ୍ରାବାଦ: ନୂଆବର୍ଷରେ ଅଘଟଣ । ମହାରାଷ୍ଟ୍ର ନାସିକରେ ଥିବା ଜିନ୍ଦଲ କାରଖାନାରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ବିସ୍ଫୋରଣ ଘଟିଛି (workers suspected trapped in Nashik factory) । ଏଥିରେ ମୃତାହତଙ୍କ ସମ୍ପର୍କରେ କିଛି ସ୍ପଷ୍ଟ ହୋଇପାରିନଥିବା ବେଳେ କିଛି ଶ୍ରମିକ କାରଖାନାରେ ଫସି ରହିଥିବା ଆଶଙ୍କା ପ୍ରକାଶ ପାଇଛି । ନିଆଁକୁ ଆୟତ କାର୍ଯ୍ୟ ସହ ସର୍ଚ୍ଚ ଓ ରେସ୍‌କ୍ୟୁ ଅପରେସନ ମଧ୍ୟ ଜାରି ରହିଛି ।

ଆଜି ପୂର୍ବାହ୍ନରେ ଏହି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । କାରଖାନାରେ କାମ ଚାଲିଥିବା ବେଳେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ବିସ୍ଫୋରଣ ହୋଇଥିଲା । ସୂଚନା ପାଇ ସ୍ଥାନୀୟ ଫାଏର ଟିମ ପହଞ୍ଚି ନିଆଁକୁ ଆୟତ କରିବା କାର୍ଯ୍ୟ ଆରମ୍ଭ କରିଥିଲେ । ବିସ୍ଫୋରଣ କାରଣ ସମ୍ପର୍କରେ ମଧ୍ୟ କିଛି ସ୍ପଷ୍ଟ ହୋଇପାରିନାହିଁ । ବର୍ତ୍ତମାନ ସୁଦ୍ଧା କିଛି ଶ୍ରମିକ ଓ କର୍ମଚାରୀ କାରଖାନା ପରିସରରେ ଫସି ରହିଥିବା ସନ୍ଦେହରେ ସର୍ଚ୍ଚ ଓ ରେସ୍‌କ୍ୟୁ ଅପରେସନ ମଧ୍ୟ ଜାରି ରହିଛି । କର୍ମଚାରୀଙ୍କ ଫସି ରହିବା ସମ୍ପର୍କରେ କାରଖାନା କର୍ତ୍ତୃପକ୍ଷ ମଧ୍ୟ କିଛି ସୂଚନା ଦେଇନାହାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.