ETV Bharat / bharat

EXPLAINED: ବିବାଦୀୟ Bulli Bai ଆପ୍‌, ଅନଲାଇନରେ ଚାଲିଥିଲା ନିଲାମି

author img

By

Published : Jan 4, 2022, 3:25 PM IST

Updated : Jan 4, 2022, 3:41 PM IST

ନୂଆବର୍ଷର ଆରମ୍ଭରୁ ଆରମ୍ଭ ହୋଇଛି ସାଇବର ଅପରାଧ । ଏବେ ଭାରତରେ ଶୁଣିବାକୁ ମିଳୁଛି 'ବୁଲ୍ଲୀ ବାଈ' ଆପ୍‌ ସମ୍ପର୍କରେ । ତେବେ ଆସନ୍ତୁ ଜାଣିବା କ'ଣ ଏହି ଆପ୍‌ ଏବଂ ଏହା କିପରି କେବଳ ମୁସଲିମ ମହିଳାଙ୍କୁ କରିଛି ଟାର୍ଗେଟ୍‌ ?

EXPLAINED: ବିବାଦୀୟ Bulli Bai ଆପ୍‌, ଅନଲାଇନରେ ଚାଲିଥିଲା ନିଲାମି
EXPLAINED: ବିବାଦୀୟ Bulli Bai ଆପ୍‌, ଅନଲାଇନରେ ଚାଲିଥିଲା ନିଲାମି

ହାଇଦ୍ରାବାଦ: ବୈଷୟିକ ଜ୍ଞାନକୌଶଳର ଅଗ୍ରଗତି ଫଳରେ ବର୍ତ୍ତମାନ ବିଶ୍ବ ଏକ ଗ୍ଲୋବାଲ ଭିଲେଜରେ ପରିଣତ ହୋଇଛି । ବିଶ୍ବର କୋଣ ଅନୁକୋଣରେ ରହି ମଧ୍ୟ ଇଣ୍ଟରନେଟ ଜରିଆରେ ସମସ୍ତ ଖବରକୁ ହାତ ପାପୁଲିରେ ପାଇ ପାରୁଛନ୍ତି ଲୋକେ । କିନ୍ତୁ ସବୁ ଜିନିଷର ଭଲମନ୍ଦ ପରି ଏହାର ମଧ୍ୟ କିଛି ସୁବିଧା ଅସୁବିଧା ରହିଛି । ଏହାର ଦୂରୁପଯୋଗ କରି କିଛି ଲୋକେ ମହିଳାଙ୍କ ଫଟୋକୁ ନେଇ ଇଣ୍ଟରନେଟ ଚଲାଇଛନ୍ତି ଷଡ଼ଯନ୍ତ୍ର । ଯାହାର ଅଧିକ ଶିକାର ହୋଇଥାନ୍ତି ଫିଲ୍ମ ଷ୍ଟାର ଓ ପରିଚିତ ଲୋକେ ।

ଏଭଳି କିଛି ଆପ୍‌ ମଧ୍ୟରୁ ଏବେ ଦେଶରେ ଶୁଣିବାକୁ ମିଳୁଛି Bulli Bai ସମ୍ପର୍କରେ । ପୂର୍ବରୁ 'Sulli Deals' ନାମରେ ମଧ୍ୟ ଏକ ଆପ୍‌ ଏଭଳି ଅଭିଯୋଗ ଆସିଥିଲା । ତେବେ ଆସନ୍ତୁ ଜାଣିବା କ'ଣ ଏହି ଆପ୍ଲିକେସନ ଏବଂ ଏହା ଦ୍ବାରା କିପରି ଶିକାର ହେଉଛନ୍ତି ମହିଳା ?

ନୂଆବର୍ଷର ଆରମ୍ଭରୁ ହିଁ ସାଇବର ଅପରାଧମାନେ 'ବୁଲ୍ଲୀ ବାଈ' ଆପ ଜରିଆରେ କିଛି ପରିଚିତ ମୁସଲିମ ମହିଳାଙ୍କ ଫଟୋର ଦୂରୁପଯୋଗ କରିଥିଲେ । ଫଟୋଗୁଡ଼ିକରେ କିଛିଟା ପରିବର୍ତ୍ତନ କରି ଏହାକୁ ଇଣ୍ଟରନେଟରେ ଅପଲୋଡ଼ କରିଥିଲେ । ଏହା ବିରୋଧରେ କିଛି ମୁସଲିମ ମହିଳା ଅଭିଯୋଗ ଆଣିବା ପରେ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରଣାଳୟ(IT Ministry) ଏହି ଆପ୍‌ର ହୋଷ୍ଟିଂ ପ୍ଲାଟଫର୍ମ GitHubକୁ ବ୍ଲକ୍‌ କରିଛି । ମୁମ୍ବାଇ ପୋଲିସର ରିପୋର୍ଟ ଅନୁସାରେ ଏହି ଘଟଣାରେ ବେଙ୍ଗାଲୁରୁରୁ ୨୧ ବର୍ଷର ଯୁବତୀ ସାମିଲ ଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ: Bulli Bai app case: ବେଙ୍ଗାଲୁରୁରୁ ଇଞ୍ଜିନିଅରିଂ ଛାତ୍ର ଅଟକ

ଦୁର୍ଭାଗ୍ୟବଶତଃ ମୁସଲିମ ମହିଳାଙ୍କ ପାଇଁ ନୂଆବର୍ଷ ଏକ ଖରାପ ଘଟଣାରୁ ଆରମ୍ଭ ହୋଇଥିଲା । କାରଣ ଏହି 'ବୁଲ୍ଲୀ ବାଈ' ମୁସଲିମ ମହିଳାଙ୍କୁ ଟାର୍ଗେଟ କରିଥିଲା । ଅନେକ ମୁସଲିମ ମହିଳାଙ୍କ ଫଟୋକୁ ଏଡ଼ିଟ କରାଯାଇ ଏହାକୁ 'ବୁଲ୍ଲୀ ବାଈ' ଆପ୍‌ରେ ଅପଲୋଡ଼ କରାଯାଉଥିଲା । ଅଭିଯୋଗ ପରେ ଏହି ଆପ୍‌ର ନିର୍ମାତା GitHubକୁ ବ୍ଲକ୍‌ କରାଯାଇଛି ।

'Sulli Deals' ଓ 'Bulli Bai' ଆପ୍‌ କ'ଣ ?

'Sulli' ହେଉଛି ଏକ ଶବ୍ଦ ଅପ୍ରିୟ ଶବ୍ଦ । ଯାହାକି ମହିଳାଙ୍କୁ ବଦନାମ କରିବା ଭଳି ଉଦ୍ଦେଶ୍ୟରେ ବ୍ୟବାହର କରାଯାଏ । ଏହି ଆପ୍‌ ଏକ ଟ୍ୟାଗଲାଇନ ମଧ୍ୟ ସୃଷ୍ଟି କରିଥିଲା । ଯେଉଁଥିରେ 'Sulli deal of the day' ବୋଲି ରଖାଯାଇଥିଲା । ଏଥିରେ ମୁସଲିମ ମହିଳାଙ୍କ ଫଟୋକୁ ଏଡ଼ିଟ କରାଯାଇ ଏହାକୁ ଅନଲାଇନରେ ବେଆଇନ ଭାବେ ନିଲାମ କରାଯାଉଥିଲା । ଏହି ଆପ୍‌ର ବାହାରିବାର ୬ ମାସ ପରେ 'Bulli Bai' ଆପ୍‌ ନାମରେ ଆଉ ଏକ ଆପ୍‌ ଖୋଲାଯାଇଛି । ଏହି 'ବୁଲ୍ଲୀ ବାଈ'କୁ ମଧ୍ୟ ସମାନ ଉଦ୍ଦେଶ୍ୟ ପାଇଁ ବ୍ୟବହାର କରାଯାଉଛି । ଏହାକୁ ଟ୍ବିଟରରେ @bullibai ନାମରେ ପ୍ରମୋଟ ମଧ୍ୟ କରାଯାଇଛି ।

'ସୁଲ୍ଲି ଡିଲ୍ସ' ଆପ୍‌ ପରି 'ବୁଲ୍ଲୀ ବାଈ' ମଧ୍ୟ କାର୍ଯ୍ୟ କରିଥିଲା । ଟାର୍ଗେଟରେ ରହୁଥିବା ମହିଳାମାନେ ସୋସିଆଲ ମିଡ଼ିଆ ଟ୍ବିଟରରେ ଅଧିକ ଆକ୍ଟିଭ ରହିଥାନ୍ତି । ସୁଲ୍ଲି ଆପ୍‌ ୨୦୨୧ଜୁଲାଇ ମାସରେ ସୋସିଆଲ ମିଡ଼ିଆରେ କେବଳ ଅପରିଚିତ, ସେପରି ପ୍ରସିଦ୍ଧିଲାଭ କରିନଥିବା ଯେକୌଣସି ମୁସଲିମ ମହିଳାଙ୍କ ଫଟୋକୁ ଏଡ଼ିଟ କରି ବ୍ୟବହାର କରୁଥିବା ବେଳେ ଏବେ 'ବୁଲ୍ଲୀ ବାଈ' କେବଳ ପରିଚିତ ମୁସଲିମ ମହିଳାଙ୍କୁ ଟାର୍ଗେଟ କରିଥିଲା । ଏହି ମହିଳାମାନେ ସୋସିଆଲ ମିଡ଼ିଆରେ ଆକ୍ଟିଭ ରହିବା ସହିତ ଅନେକ ପ୍ରସଙ୍ଗରେ ନିଜର ମତ ରଖୁଥିଲେ ।

ଏହି ଆପ୍‌କୁ Github କ୍ରିଏଟର ଲଞ୍ଚ କରିଥିଲା । ଏହି GitHub ଆପ୍‌ ହେଉଛି ଏକ ଓପେନ ସୋର୍ସ ପ୍ଲାଟଫର୍ମ(Open Source Platform) । ଏଥିରେ ବିଭିନ୍ନ ପ୍ରକାରର ଆପ୍‌ ଲଞ୍ଚ କରାଯାଇଥାଏ । ଏଥିରେ ଆପଣ ଆପ୍‌ ତିଆରି କରିବା ସହିତ ଏହାକୁ ସେୟାର ମଧ୍ୟ କରିପାରିବେ । ଏହାସହିତ ରେଜିଷ୍ଟର ପାଇଁ କେବଳ ଇ-ମେଲ୍‌ର ଆବଶ୍ୟକ ପଡ଼ିଥାଏ । ଏଥିରେ ମୁସଲିମ ମହିଳାଙ୍କ ଫଟୋ ପୋଷ୍ଟ କରାଯାଏ । ଏହାପରେ ସେଥିରେ କିଛି ଅଶୋଭନୀୟ କମେଣ୍ଟ କରାଯାଏ । ଏହାପରେ ସେମାନଙ୍କ ଫଟୋକୁ ନିଲାମ କରାଯାଏ ।

ଯେତେବେଳେ ବି ଆପଣ ବୁଲ୍ଲୀ ବାଈ ଆପ୍‌ ଖୋଲିବେ, ସେତେବେଳେ ଆପଣଙ୍କୁ କିଛି ଫଟୋ ଦେଖିବାକୁ ମିଳିବ । ଏହାପରେ ୟୁଜର ଏହି ଫଟୋକୁ 'ବୁଲ୍ଲୀ ବାଈ ଅଫ୍‌ ଦି ଡ଼େ' ରୂପରେ ପ୍ରଦର୍ଶିତ କରାଯାଏ । ଏହାପରେ ଏହାର ନିଲାମ ଲଗାଯାଇ ଏହାକୁ ଟ୍ରେଣ୍ଡ କରାଯାଏ । ଏହାପରେ ବୁଲ୍ଲୀ ବାଈ ଆପ୍‌ ଏମାନଙ୍କୁ ଫଟୋକୁ ସଂଗ୍ରହ କରି ଅନଲାଇନରେ ନିଲାମ କରୁଥିଲା । ଏଥିରେ ସାମ୍ବାଦିକା, ସମାଜସେବିକା, ଛାତ୍ରୀ, ଲୋକପ୍ରିୟ ମହିଳା ଆଦିଙ୍କୁ ଟାର୍ଗେଟ କରାଯାଉଥିଲା ।

ଏହି ଆପ୍‌ ସମ୍ପର୍କରେ କିପରି ଜଣାପଡ଼ିଲା ?

ଏହି ଆପ୍‌ ବିରୋଧରେ ପ୍ରଥମେ ଅଭିଯୋଗ ଆଣିଥିଲେ ଶିବସେନା ସାଂସଦ ପ୍ରିୟଙ୍କା ଚର୍ତୁବେଦୀ । ସେ ଏହି ଆପ୍‌ର ଦୂରୁପଯୋଗ ସମ୍ପର୍କରେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଟ୍ବିଟର ମିଡିଆ ଜରିଆରେ ଅବଗତ କରାଇଥିଲେ । ଏହାପରେ ପ୍ରିୟଙ୍କା ଘଟଣାକୁ ମୁମ୍ବାଇ ପୋଲିସ ନିକଟକୁ ନେଇଥିଲେ । ଏହାସହିତ ତୁରନ୍ତ ଅପରାଧୀକୁ ଗିରଫ କରିବା ପାଇଁ ଦାବି କରିଥିଲେ । କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ 'ବୁଲ୍ଲୀ ବାଈ' ଆପ୍‌ର କ୍ରିଏଟରକୁ ବ୍ଲକ କରିଛନ୍ତି । ଏହାସହିତ ଏହି ଘଟଣାରେ ଦିଲ୍ଲୀ ପୋଲିସ ଏକ FIR ଦାଏର କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 4, 2022, 3:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.