ETV Bharat / bharat

5-12 ବୟସ ବର୍ଗଙ୍କ ପାଇଁ କୋର୍ବେଭାକ୍ସ ଟିକା, ସୁପାରିଶ କଲା ବିଶେଷଜ୍ଞ କମିଟି - ଟୀକାକରଣ ଖବର

5-12 ବୟସ ବର୍ଗଙ୍କ ପାଇଁ ଟୀକାକରଣରେ କୋର୍ବେଭାକ୍ସ ଟିକା ବ୍ୟବହାର ପାଇଁ ସୁପାରିଶ କଲା ଏକ୍ସପର୍ଟ କମିଟି । ଅଧିକ ପଢନ୍ତୁ

5-12 ବୟସ ବର୍ଗଙ୍କ ପାଇଁ ଟୀକା, ସୁପାରିଶ କଲା ବିଶେଷଜ୍ଞ କମିଟି

author img

By

Published : Apr 22, 2022, 7:25 AM IST

ନୂଆଦିଲ୍ଲୀ: 5-12 ବୟସ ବର୍ଗଙ୍କ ପାଇଁ ଟୀକାକରଣରେ ହାଇଦ୍ରାବାଦ ସ୍ଥିତ ଫାର୍ମ କମ୍ପାନୀ ବାଇଲୋଜିକାଲ ଇ’ Biological E’s ଦ୍ବାରା ବିକଶିତ କୋର୍ବଭାକ୍ସ (Corbevax ) ଟିକା ପ୍ରଦାନ ଆରମ୍ଭ କରିବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ସୁପାରିଶ କରିଛି ବିଶେଷଜ୍ଞ କମିଟି (subject expert panel)। DCGI ଏହି ସୁପାରିଶ ଉପରେ ବିଚାରବିମର୍ଶ କରି ଅନୁମତି ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଅନୁମତି ପରେ ଦେଶରେ 5-12 ବୟସ ବର୍ଗଙ୍କ ପାଇଁ ଟୀକାକରଣ ଡ୍ରାଇଭ ଆରମ୍ଭ ହେବା ନେଇ ଆଶା କରାଯାଉଛି ।

ବାଇଲୋଜିକାଲ ଇ’ Biological E’s ଦ୍ବାରା ବିକଶିତ କୋର୍ବଭାକ୍ସ (Corbevax ) ଟିକାକୁ ଚୂଡ଼ାନ୍ତ ବ୍ୟବହାରିକ ଅନୁମତି ମିଳିବା ପରେ ଏହା ପ୍ରଥମ କୋଭିଡ ଟିକା ଭାବେ 5 ବର୍ଷରୁ ଅଧିକ ବୟସର ପିଲାମାନଙ୍କ କ୍ଷେତ୍ରରେ ବ୍ୟବହାର ହୋଇପାରେ । ଏହା ହେଉଛି ଭାରତରେ ପ୍ରସ୍ତୁତ କୋଭିଡ ବିରୋଧୀ ପ୍ରୋଟିନ ସବ-ୟୁନିଟ ଭାକ୍ସିନ (protein sub-unit vaccine ) 12ରୁ 14 ବର୍ଗ ବୟସ୍କଙ୍କ କ୍ଷେତ୍ରରେ ଦେଶରେ ଏହି ଟିକାକୁ ବ୍ୟବହାରିକ ଅନୁମତି ମଧ୍ୟ ମିଳିବା ସହ ଡ୍ରାଇଭ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା 2,53,87,677 କିଶୋର ପ୍ରଥମ ଡୋଜ ଓ 12,47,298 ଜଣ କିଶୋର କିଶୋରୀ ଦୁଇଟି ଟିକା ଗ୍ରହଣ କରିସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.