ETV Bharat / bharat

Exit Poll Result 2022: ଗୁଜରାଟରେ ପୁଣି ଗୈରିକ ସରକାର, କାମ ଦେଲା ନାହିଁ AAP ଯାଦୁ

ଗୁଜରାଟରେ ଜାରି ରହିବ ବିଜେପି ସରକାର । ବଳ ବତ୍ତର ରହିଛି ମୋଦି ମ୍ୟାଜିକ । କାମ ଦେଇନାହିଁ ଆମ ଆଦମୀ ପାର୍ଟିର ଯାଦୁ । କଂଗ୍ରେସର ବି ରଣନୀତି ଫେଲ ମାରିବାକୁ ଯାଉଛି । ଦୀର୍ଘ 27 ବର୍ଷ ଧରି କ୍ଷମତାରେ ଥିବା ଗୈରିକ ଦଳ ବିଜେପି କ୍ଷମତା ବଜାୟ ରଖିବା ସହ ସପ୍ତମ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି । ଆଜି ନିର୍ବାଚନ ଶେଷ ହେବା ପରେ ବିଭିନ୍ନ ସର୍ଭେ ସଂସ୍ଥାର ଆସିଥିବା ଏକଜିଟ ପୋଲ (Exit Poll) (ବୁଥ ବାହୁଡା) ମତରେ ଏହା ସ୍ପଷ୍ଟ । ଅଧିକ ପଢନ୍ତୁ

author img

By

Published : Dec 5, 2022, 8:57 PM IST

Etv Bharat
Etv Bharat

ଗାନ୍ଧୀନଗର: ଗୁଜରାଟରେ ଜାରି ରହିବ ବିଜେପି ସରକାର । ବଳ ବତ୍ତର ରହିଛି ମୋଦି ମ୍ୟାଜିକ । କାମ ଦେଇନାହିଁ ଆମ ଆଦମୀ ପାର୍ଟିର ଯାଦୁ । କଂଗ୍ରେସର ବି ରଣନୀତି ଫେଲ ମାରିବାକୁ ଯାଉଛି । ଦୀର୍ଘ 27 ବର୍ଷ ଧରି କ୍ଷମତାରେ ଥିବା ଗୈରିକ ଦଳ ବିଜେପି କ୍ଷମତା ବଜାୟ ରଖିବା ସହ ସପ୍ତମ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି । ଆଜି ନିର୍ବାଚନ ଶେଷ ହେବା ପରେ ବିଭିନ୍ନ ସର୍ଭେ ସଂସ୍ଥାର ଆସିଥିବା ଏକଜିଟ ପୋଲ (Exit Poll) (ବୁଥ ବାହୁଡା) ମତରେ ଏହା ସ୍ପଷ୍ଟ ହୋଇଛି ।

ବିଭିନ୍ନ ଜାତୀୟ ଗଣମାଧ୍ୟମ ଓ ସର୍ଭେ ସଂସ୍ଥା କରିଥିବା ଆକଳନ ଅନୁସାରେ ଗୁଜରାଟରେ କ୍ଷମନତା ବଜାୟ ରଖିବ ଭାରତୀୟ ଜନତା ପାର୍ଟି (ବିଜେପି) । ରାଜ୍ୟରେ ପୁଣି ଥରେ ଗୈରିକ ବାନା ଉଡିବା ସହ ବିରୋଧୀ ଦଳଙ୍କ ତମାମ ରଣନୀତି ଯୋଜନା ମୋଦି-ଶାହ ଯୋଡି ଆଗରେ ଧରାଶାୟୀ ହୋଇପଡିଛି । ବିଜେପି ପୂର୍ଣ୍ଣ ବହୁମତ ସହ ସପ୍ତମ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି ବୋଲି ସର୍ଭେ ସଂସ୍ଥା ଆକଳନ କରିଛନ୍ତି ।

ଗୁଜରାଟ ଏକଜିଟ ପୋଲ (Gujarat Exit Poll)

NewsX -Jan ki Baat- ଅନୁସାରେ

ଭାରତୀୟ ଜନତା ପାର୍ଟି (BJP)

ଆସନ- 117 ରୁ 140

ଭାରତୀୟ ଜାତୀୟ କଂଗ୍ରେସ (INC)

ଆସନ- 34 ରୁ 51

ଆମ ଆଦମୀ ପାର୍ଟି (AAP)

ଆସନ- 6ରୁ 13

ଅନ୍ୟାନ୍ୟ- 1 ରୁ 2

TV9 Network ଅନୁସାରେ

ଭାରତୀୟ ଜନତା ପାର୍ଟି (BJP)

ଆସନ- 125 ରୁ 130

ଭାରତୀୟ ଜାତୀୟ କଂଗ୍ରେସ (INC)

ଆସନ- 30 ରୁ 40

ଆମ ଆଦମୀ ପାର୍ଟି (AAP)

ଆସନ- 3 ରୁ 5

ଅନ୍ୟାନ୍ୟ- 3 ରୁ 7

Axis My India- India Today

ଭାରତୀୟ ଜନତା ପାର୍ଟି (BJP)

ଆସନ - 131 ରୁ 151

ଭାରତୀୟ ଜାତୀୟ କଂଗ୍ରେସ (INC)

ଆସନ - 16 ରୁ 30

ଆମ ଆଦମୀ ପାର୍ଟି (AAP)

ଆସନ- 9 ରୁ 21

Republic Network/P-MARQ

ଭାରତୀୟ ଜନତା ପାର୍ଟି (BJP)

ଆସନ- 128- 148

ଭାରତୀୟ ଜାତୀୟ କଂଗ୍ରେସ (INC)

ଆସନ- 30-42

ଆମ ଆଦମୀ ପାର୍ଟି (AAP)

2 ରୁ 10

182 ବିଶିଷ୍ଟ ଗୁଜରାଟ ବିଧାନସଭାର ଆଜି ଦ୍ବିତୀୟ ପର୍ଯ୍ୟାୟ ମତଦାନ ହୋଇଥିଲା । ଦ୍ବିତୀୟ ପର୍ଯ୍ୟାୟରେ 14 ଟି ଜିଲ୍ଲାର 93 ଟି ଆସନ ପାଇଁ ଭୋଟ ହୋଇଥିଲା । ଦ୍ବିତୀୟ ପର୍ଯ୍ୟାୟରେ 8 ଶହ ରୁ ଅଧିକ ପ୍ରାର୍ଥୀ ଥିବାବେଳେ, 2.5 କୋଟି ଭୋଟର ଭୋଟ ଦେଇଛନ୍ତି । ଡିସେମ୍ବର 1ରେ ହୋଇଥିବା ପ୍ରଥମ ପର୍ଯ୍ୟାୟରେ 89 ଆସନ ପାଇଁ ମତଦାନ ହୋଇଥିଲା । ରାଜ୍ୟର ମୋଟ 33 ଜିଲ୍ଲାରୁ ଆଜି 14 ଜିଲ୍ଲାରେ ଡିସେମ୍ବର 1ରେ 19 ଜିଲ୍ଲାରେ ଭୋଟ ହୋଇଥିଲା । ପ୍ରଥମ ପର୍ଯ୍ୟାୟ ପାଇଁ ବିଜେପି, କଂଗ୍ରେସ ଆପ ସମେତ ମୋଟ 36 ଟି ଦଳ ପ୍ରାର୍ଥୀ ଦେଇଥିଲେ।

ଗୁଜରାଟର ବର୍ତ୍ତମାନ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ଫେବୃୟାରୀ 18 ରେ ଶେଷ ହେଉଛି । 2017 ରେ ବିଜେପି ମୋଟ ଆସନରୁ 99 ଟି ଆସନ ପାଇଥିଲା । କଂଗ୍ରେସ 77 ଟି ଆସନ ପାଇଁ ବିରୋଧୀ ଦଳ ଆସନରେ ବସିଥିଲା । ବିଜୟ ରୂପାଣୀ ହୋଇଥିଲେ ବିଜେପିର ମୁଖ୍ୟମନ୍ତ୍ରୀ । 2021 ସେପ୍ଟେମ୍ବରେ ବିଜେପି ଭୂପେନ୍ଦ୍ର ପଟେଲଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା । 2017 ରେ 9 ଡିସେମ୍ବରୁ 14 ଡିସେମ୍ବର ମଧ୍ୟରେ ହୋଇଥିଲା । 18 ଡିସେମ୍ବର ଫଳାଫଳ ଆସିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.