ETV Bharat / bharat

ଘଟିଯାଇଥିବା ଘଟଣାକୁ ସ୍ବୀକାର କଲେ, ଆଶ୍ବସ୍ତି ମିଳେ: ଜଷ୍ଟିସ୍ ସଂଜୟ କୌଲ

author img

By ETV Bharat Odisha Team

Published : Dec 30, 2023, 2:10 PM IST

Justice Sanjay Kishan Kaul's Exclusive interview with ETV Bharat: ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି ସଂଜୟ କିଶାନ କୌଲ । କାଶ୍ମୀରରୁ ଧାରା 370 ଉଚ୍ଛେଦ ନେଇ ସୁପ୍ରିମକୋର୍ଟଙ୍କ ପାଞ୍ଚ ଜଣିଆ ବେଞ୍ଚ ଯେଉଁ ଐତିହାସିକ ରାୟ ଶୁଣାଇଥିଲେ, ସେହି ବେଞ୍ଚର ସଦସ୍ୟ ଥିଲେ ଜଷ୍ଟିସ କୌଲ୍ । ତାଙ୍କ କହିବା ହେଲା, କାଶ୍ମୀରରେ ବାସ୍ତବବାଦର ଶୁଭାରମ୍ଭ ହୋଇଛି । ଆଗକୁ ଏହା ଅଧିକ ପ୍ରକଟ ହେବ । ଇଟିଭି ଭରତର ସୁମିତ ସକ୍ସେନାଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାରରେ ଜଷ୍ଟିସ କୌଲ କହିଛନ୍ତି, କାଶ୍ମୀରର ମୂଳ ବାସିନ୍ଦା ନିଜ ଜନ୍ମଭୂମିକୁ ଫେରିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବା ଜରୁରୀ । ଅଧିକ ପଢ଼ନ୍ତୁ,

Etv Bhaଘଟିଯାଇଥିବା ଘଟଣାକୁ ସ୍ବୀକାର କଲେ, ଆଶ୍ବସ୍ତି ମିଳେ: ଜଷ୍ଟିସ୍ ସଂଜୟ କୌଲrat
Etv Bharatଘଟିଯାଇଥିବା ଘଟଣାକୁ ସ୍ବୀକାର କଲେ, ଆଶ୍ବସ୍ତି ମିଳେ: ଜଷ୍ଟିସ୍ ସଂଜୟ କୌଲ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ସଂଜୟ କିଶାନ କୌଲ ଇଟିଭି ଭରତକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ କହିଛନ୍ତି ଯେ, କୌଣସି ଅପରାଧ ନକରି ଭୁଲ ସ୍ବୀକାର କରି କାଶ୍ମୀରରୁ ସ୍ଥାନାନ୍ତରିତ ହୋଇଥିଲେ ହଜାର ହଜାର କାଶ୍ମୀର ପଣ୍ଡିତ। ସେମାନଙ୍କ ପାଇଁ ଆଜି ବଡ଼ ଆଶ୍ବସ୍ତିର ସମୟ । ଜଷ୍ଟିସ କୌଲ କହିଛନ୍ତି, ସେ ବିଶ୍ବାସ କରନ୍ତି ଯେ ସମନ୍ବୟର ଏକ ଦିଗ ରହିଛି । ଲୋକମାନେ କାଶ୍ମୀରରେ ସେମାନଙ୍କର ଜନ୍ମମାଟିକୁ ଫେରିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବା ଆବଶ୍ୟକ | କାଶ୍ମୀରରେ ମେଜୋରିଟି କମ୍ୟୁନିଟି ଏମିତି ପଦକ୍ଷେପ ନେବା ଦରକାର, ଯାହା ଫଳରେ ମାଇନରିଟି କମ୍ୟୁନିଟିକୁ ସୁହାଇବ । ଏକ୍ସକ୍ଲୁସିଭ ସାକ୍ଷାତକାରରେ ଜଷ୍ଟିସ କୌଲ, କାଶ୍ମୀର ସଂପର୍କିତ ସମ୍ବେଦନଶୀଳ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି ।

ପ୍ରଶ୍ନ: ଆପଣ କହିଥଲେ ଯେ, କାଶ୍ମୀରରେ ପୋଡ଼ି ଦିଆଯାଇଥିବା ବାସଭବନକୁ ଆପଣ ପୁଣି ଥରେ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି । କେମିତି ଏହା କରିବେ, ସେ ସଂପର୍କରେ ବିସ୍ତାର ଭାବେ କୁହନ୍ତୁ ?

ଉତ୍ତର: କାଶ୍ମୀରରୁ କାଶ୍ମୀର ପଣ୍ଡିତଙ୍କ ସ୍ଥାନାନ୍ତରଣ ସମୟରେ ଆମର ଦୁଇଟି ଘରକୁ ପୋଡ଼ି ଦିଆଯାଇଥିଲା । ଯେତେବେଳେ ପୋଲିସ ସେଠାକୁ ଯାଇଥିଲା, ସେଠାରେ ଲୁଚି ରହିଥିବା ଆତତାୟୀମାନେ ଆମ ଘରେ ନିଆଁ ଲଗାଇ ଦେଇଥିଲେ। 2005 ମସିହାର କଥା । ଯେତେବେଳେ ସବୁ କିଛି ସାମାନ୍ୟ ଥିଲା, ସେତେବେଳେ ଏଭଳି କାଣ୍ଡ ଘଟାଯାଇଥିଲା । ମୁଁ ଭାବୁନାହିଁ ଯେ ଏହା ବିଦ୍ରୋହୀମାନଙ୍କ କାରଣରୁ ହୋଇଥିଲା । ତତକାଳୀନ ସରକାର ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ଥିଲେ । କିଛି ରାଜନୈତିକ ବ୍ୟକ୍ତି ବିଶେଷ ଏହାକୁ ଅକ୍ତିଆର କରିବାକୁ ଉଦ୍ୟମ କରୁଥିଲେ । ଏଥିରେ ଆମେ ପ୍ରତିରୋଧ କରିଥିଲୁ । ସେମାନେ ଭାବୁଥିଲେ ଯେ, ଆମେମାନେ ଯେପରି ଆଉ ନ ଫେରୁ । ଆମେ ଘରକୁ ପୁନଃ ନିର୍ମାଣ କରିଛୁ ଏବଂ ଦୀର୍ଘ 34 ବର୍ଷ ପରେ ଘରେ ରହିଲୁ । ଘରେ ରହିବାର କିଛି ବର୍ଷ ପରେ ଅନୁଭବ ହେଲା ଯେ, କାଶ୍ମୀରରେ ପୂର୍ବ ଅପେକ୍ଷା ଅନେକ ଉନ୍ନତି ଘଟିଛି । ବାସ୍ତବବାଦର ଆରମ୍ଭ ହୋଇଛି, ଯେ ଆଗକୁ ବଢ଼ିବା ପାଇଁ ବାଟ ଫିଟାଇଛି ।

ପ୍ରଶ୍ନ: ଧାରା 370 ଉପରେ ରାୟ ଲେଖିବା ସମୟରେ ଆପଣ ଭାବପ୍ରବଣ ଥିଲେ କି?

ଉତ୍ତର: ଜଣେ ବିଚାରପତି ହିସାବରେ କିପରି ଏଭଳି ପ୍ରସଙ୍ଗର ସାମ୍ନା କରାଯିବ ତାହା ଜଣାଥିଲା । ତେବେ ଆଇନଗତ ଦିଗଗୁଡ଼ିକ ମୋ ମନ ସହ ସଂଯୁକ୍ତ ନଥିଲା | କାଶ୍ମୀରର ଇତିହାସ ବିଷୟରେ ଥିବା ଅଭିଜ୍ଞତା ଏବଂ ଜ୍ଞାନ ସହିତ ମୁଁ ବିଚାର ପ୍ରକ୍ରିୟାରେ ନିମଗ୍ନ ହୋଇଥିଲି । ମୁଁ ଲେଥିବା ଏପିଲଗ୍ ଏକ ଭାବପ୍ରବଣ ବିଷୟବସ୍ତୁ ଥିଲା । ବିଚାର ପ୍ରକ୍ରିୟା ଆରମ୍ଭର କିଛି ବର୍ଷ ପୂର୍ବରୁ ଜଣାଥିଲା ଯେ, ଆମକୁ ଆଗକୁ ବଢ଼ିବାକୁ ପଡ଼ିବ । 1947 ପରବର୍ତ୍ତୀ ସମୟ ଭଳି, ଲୋକେ ଅଧିକ ଅସନ୍ତୁଷ୍ଟ ଥିଲେ । ତେବେ ମାନବ ସଭ୍ୟତାକୁ ଆଗକୁ ବଢ଼ିବାର ଥିଲା । ନଚେତ୍ ଯାହା ଘଟିଗଲା, ସେଠାରେ ହିଁ ଅଟକି ରହିଯାଇଥାନ୍ତା । ତେଣୁ ଯାହା ଘଟିଯାଇଛି ତାକୁ ଗ୍ରହଣ କରି ସମାଧାନ ବାହାର କରିବା ଉଚିତ । ସେମାନେ ଭାବୁଥିଲେ 30 ବର୍ଷ ପରେ ପ୍ରମାଣ ମିଳିବ ନାହିଁ । ତେବେ ବିନା ଅପରାଧରେ ଯେଉଁମାନେ ଭୁଲକୁ ସ୍ବୀକାର କରିଥିଲେ, ସେମାନଙ୍କ ପାଇଁ ଆଶ୍ବସ୍ତିର ସମୟ ଆସିଛି ।

ପ୍ରଶ୍ନ: ଆପଣ ଭାବୁଛନ୍ତି କି, ସମନ୍ବୟର ଏପରି କିଛି ବାଟ ଅଛି ଯାହା ଏତେ ବର୍ଷ ବିତିଗଲା ପରେ ବି ବର୍ତ୍ତମାନ ବିଦ୍ୟମାନ ?

ଉତ୍ତର: ମୁଁ ବିଶ୍ବାସ କରେ, ଏହା ନୁହେଁ ଯେ ଯେଉଁମାନେ ଚାଲି ଯାଇଛନ୍ତି ସେମାନେ ହଠାତ୍ ଫେରି ଆସିବେ । ତାହା ଏତେ ଶୀଘ୍ର ଘଟି ନପାରେ । ସେମାନେ ସେମାନଙ୍କର ଜୀବନକୁ ଭିନ୍ନ ଭିନ୍ନ ସ୍ଥାନରେ ପ୍ରତିଷ୍ଠା କରି ସାରିଛନ୍ତି। ଆମର ପରବର୍ତ୍ତୀ ପିଢ଼ି, ଦେଶ ଭିତରେ କିମ୍ବା ବିଦେଶରେ ପ୍ରତିଷ୍ଠିତ ହୋଇ ସାରିଛନ୍ତି । ତେବେ ସେମାନେ ମଧ୍ୟ ନିଜ ଜନ୍ମମାଟିକୁ ଭୁଲି ନାହାନ୍ତି ଏବଂ ଫେରିବାକୁ ପସନ୍ଦ କରନ୍ତି । ତେଣୁ କାଶ୍ମୀରରେ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ପଡ଼ିବ। ଏହା ହୋଇ ପାରିଲେ, ମୂଳ ବାସିନ୍ଦାମାନେ ଅନ୍ତତଃ ପକ୍ଷେ ନିଜ ଜନ୍ମଭୂମିକୁ ଫେରିବା ପାଇଁ ସୁଯୋଗ ସୃଷ୍ଟି ହେବ ଏବଂ ସେମାନେ ପ୍ରତ୍ୟାବର୍ତ୍ତନ ପାଇଁ ଚିନ୍ତା କରିବେ ।

ପ୍ରଶ୍ନ: ଆପଣ ଭାବୁଛନ୍ତି କି କାଶ୍ମୀରରେ ମେଜୋରିଟି କମ୍ୟୁନିଟି, ମାଇନରିଟି କମ୍ୟୁନିଟିର ଆତ୍ମପରିଚିତି ପାଇଁ ପଦକ୍ଷେପ ନେବେ ?

ଉତ୍ତର: ମୁଁ ବିଶ୍ବାସ କରେ ଏହା ହେବା ଉଚିତ । ଏହା ଦିନେ ନା ଦିନେ ଘଟିବ । ଅବଶ୍ୟ କିଛି ଲୋକ ଅଛନ୍ତି ଯେଉଁମାନେ ଶାନ୍ତି ପ୍ରତିଷ୍ଠାକୁ ପସନ୍ଦ କରିବେ ନାହିଁ । ତେବେ 30 ବର୍ଷ ମଧ୍ୟରେ ଏକ ନୂଆ ପିଢ଼ି ଗଠନ ହୋଇଛି, ସେମାନଙ୍କ ମଧ୍ୟରୁ ଅନେକ ଭଲ ସମୟ ଦେଖି ନଥିଲେ | ସେମାନେ କେବଳ ସେମାନଙ୍କ ବାପା ମାଆଙ୍କଠାରୁ ଶୁଣିଛନ୍ତି । ମୋତେ ଲାଗୁଛି, ସାଥିରେ ରହିଲେ ସୁଖମୟ ଜୀବନ ଯାପନ ସମ୍ଭବ ହେବ । ସେଇଥିପାଇଁ ସ୍ଥାନାନ୍ତରିତ ହୋଇଥିବା ଲୋକଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରୟାସ କରାଯାଉଛି ।

ପ୍ରଶ୍ନ: ଧାରା 370 ଉଚ୍ଛେଦ ରାୟକୁ ନେଇ ସମାଲୋଚକଙ୍କ ମତ, ଏହା ସଂଘୀୟ ବ୍ୟବସ୍ଥାକୁ ଆଘାତ ଦେଇଛି । ଧାରା 370ର ଏବେ ବି ମୂଲ୍ୟ ରହିଛି । ଆପଣ ଏହାକୁ କେମିତି ଦେଖନ୍ତି ?

ଉତ୍ତର: ଧାରା 370କୁ ଯେତେବେଳେ ସମ୍ବିଧାନରେ ଅନ୍ତର୍ଭୁକ୍ତ କରାଯାଇଥିଲା, ସେତେବେଳେ ଅନ୍ୟାନ୍ୟ ଦିଗ ଗୁଡ଼ିକର ଗୁରୁତ୍ବ ହ୍ରାସ ପାଇଥିଲା ଏବଂ ସମସ୍ତେ ଏହାକୁ ଗ୍ରହଣ କରିଥିଲେ । ବର୍ତ୍ତମାନ, ଏହା ଏକ ଶାମୁକା ଖୋଳ ସଦୃଶ । ଯେତେବେଳେ ରାଜନୈତିକ ସ୍ତରରେ କିଛି ନିଷ୍ପତ୍ତି ନିଆଯାଏ ଯେ, କୌଣସି ଏକ ଅସ୍ଥାୟୀ ଧାରା ନିଜର ଅସ୍ଥିତ୍ବ ହରାଇଛି ଏବଂ ଏହାର କୌଣସି ଆବଶ୍ୟକତା ନାହିଁ । ସେତେବେଳେ ଏହାକୁ ଶେଷ କରାଯିବା ଉଚିତ । ଯାହା ଏବେ ହୋଇଛି । ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ସମସ୍ତ ଦିଗକୁ ବିଚାର କରି ଐତିହାସିକ ରାୟ ଶୁଣାଇଛନ୍ତି ଯେ, ଧାରା ୩୭୦କୁ ଅନ୍ତ କରିବା ପାଇଁ ଏକ ମୋଥୋଡିଲୋଜି ବା ସ୍ବତନ୍ତ୍ର ପଦ୍ଧତି ପ୍ରଣୟନ ହେବା ଉଚିତ । ଏହା ସୁପ୍ରିମକୋର୍ଟ କରିଛନ୍ତି ।

ଜଷ୍ଟିସ କୌଲ ଚଳିତ ମାସ ସୁପ୍ରିମକୋର୍ଟ ବିଚାରପତି ପଦରୁ ଅବସର ନେଇଛନ୍ତି । ସେ ୧୯୫୮ ଡିସେମ୍ବର 26ରେ କାଶ୍ମୀରରେ ଜନ୍ମଗ୍ରହଣ କରିଥିଲେ। ସେ 1982 ମସିହାରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରରୁ LLB ଡିଗ୍ରୀ ହାସଲ କରିଥିଲେ । ସେହିବର୍ଷ ଜୁଲାଇ 15ରେ ସେ ଦିଲ୍ଲୀ ବାର କାଉନସିଲରେ ଆଡଭୋକେଟ ଭାବେ ନାମ ପଞ୍ଜିକୃତ କରିଥିଲେ। 1999 ଡିସେମ୍ବରରେ ସେ ବରିଷ୍ଠ ଆଡଭୋକେଟ ମାନ୍ୟତା ପାଇଥିଲେ । 2001 ମେରେ ଜଷ୍ଟିସ କୌଲ ଦିଲ୍ଲୀ ହାଇକୋର୍ଟର ଅତିରିକ୍ତ ବିଚାରପତି ନିଯୁକ୍ତି ପାଇଥିଲେ । 2003 ମେ ୨ରେ ସେ ଦିଲ୍ଲୀ ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ ।

ଜଷ୍ଟିସ କୌଲ ୨୦୧୩ ଜୁନ ୧ରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ଜଷ୍ଟିସ କୌଲ ୨୦୧୭ ଫେବ୍ରୁଆରି 17ରେ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ସୁପ୍ରିମକୋର୍ଟ ବିଚାରପତି ଥିବା ସମୟରେ ଜଷ୍ଟିସ କୌଲ ବହୁ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି । ସେଗୁଡ଼ିକ ମଧ୍ୟରେ ରହିଛି ଧାରା ୩୭୦ ଉଚ୍ଛେଦ ଏବଂ ସମଲିଙ୍ଗୀ ବିବାହ ମାମଲା ।

ଇଟିଭି ଭାରତ, ନୂଆଦିଲ୍ଲୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.