ETV Bharat / bharat

Excise Policy Case: ସିସୋଦିଆଙ୍କୁ ପୁଣି ଡାକିଲା CBI, 26ରେ ହେବେ ହାଜର

author img

By

Published : Feb 20, 2023, 9:09 PM IST

ଗତକାଲି ହାଜର ନହୋଇ ଅଧିକ ସମୟ ମାଗିଥିଲେ ସିସୋଦିଆ । ଆଜି ସାନି ସମନ ଜାରି କଲା ସିବିଆଇ । 26 ରେ ହେବେ ହାଜର । ଅଧିକ ପଢନ୍ତୁ

ସିସୋଦିଆଙ୍କୁ ପୁଣି ଡାକିଲା CBI, 26 ରେ ହେବେ ହାଜର

ନୂଆଦିଲ୍ଲୀ: ବହୁଚର୍ଚ୍ଚତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ପଣି ଥରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସମନ ଜାରି କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ । ଗତକାଲି ସମନ ପାଇ ହାଜର ହୋଇନଥିବା ବେଳେ ଅଧିକ ସପ୍ତାହେ ସମୟ ମାଗିଥିଲେ ସିସୋଦିଆ । ଏହି ନୂଆ ସମନ ଅନୁସାରେ ସିସୋଦିଆ ପୁଣି ଚଳିତମାସ (ଫେବୃଆରୀ) 26ରେ ସିବିଆଇରେ ହାଜର ହେବେ । ଗତକାଲି (19 ତାରିଖ)ରେ ସିସୋଦିଆଙ୍କୁ ହାଜର ହେବା ପାଇଁ ନୋଟିସ ରହିଥିବା ବେଳେ ସେ ଦିଲ୍ଲୀ ବଜେଟ ପ୍ରସ୍ତୁତିରେ ବ୍ୟସ୍ତ ଥିବା ଦର୍ଶାଇ ଏହି ମାସ ଶେଷ ପର୍ଯ୍ୟନ୍ତ ସମୟ ମାଗିଥିଲେ ।

ଏହା ମଧ୍ୟ ପଢନ୍ତୁ :- Delhi liquor case: ହାଜର ହେଲେନି ସିସୋଦିଆ, ମାଗିଲେ ସପ୍ତାହେ ସମୟ

ଗତକାଲି (19 ତାରିଖ) ରେ ଏହି ବହୁଚର୍ଚ୍ଚିତ ମାମଲାରେ 15 ଜଣଙ୍କ ସମେତ ସିସୋଦିଆଙ୍କୁ ମଧ୍ୟ ସିବିଆଇ କାର୍ଯ୍ୟାଳୟରେ ହାଜର ହେବା ପାଇଁ ସମନ ଜାରି କରାଯାଇଥିଲା । ହେଲେ ସେ ଗତକାଲି ହାଜର ନହୋଇ ଏକ ସପ୍ତାହ ସମୟ ମାଗିଥିଲେ । ଦିଲ୍ଲୀର ବଜେଟ ପ୍ରସ୍ତୁତି ପ୍ରକ୍ରିୟା ଜାରି ରହିଛି । ତେଣୁ ସେ ବଜେଟ ପ୍ରସ୍ତୁତିରେ ବ୍ୟସ୍ତ ଥିବାରୁ ତାଙ୍କୁ ଫେବୃଆରୀ ଶେଷ ପର୍ଯ୍ୟନ୍ତ ଦିଆଯାଉ ବୋଲି ସିସୋଦିଆ ସିବିଆଇକୁ ଜଣାଇଥିଲେ । ସିବିଆଇ ଅନ୍ୟ ଏକ ତାରିଖରେ ତାଙ୍କୁ ସମନ ଜାରି କରିବା ନେଇ ଆକଳନ କରାଯାଉଥିବା ବେଳେ ତାର ମାତ୍ର ଗୋଟିଏ ଦିନ ପରେ ସିବିଆଇ ପୁଣି ଥରେ ସିସୋଦିଆଙ୍କୁ ସାନି ସମନ ଜାରିକରି 26 ରେ ତଦନ୍ତକାରୀ ସଂସ୍ଥାର ଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟରେ ହାଜର ହେବା ପାଇଁ ସମନ ଜାରି କରିଛି ।

ତେବେ କେନ୍ଦ୍ରୀୟ ସଂସ୍ଥାର ସମନ ପାଇବା ସିସୋଦିଆଙ୍କ କ୍ଷେତ୍ରରେ ପ୍ରଥମ ଘଟଣା ନୁହେଁ । ଗତବର୍ଷ (2022) ଅକ୍ଟୋବର 17 ତାରିଖରେ ମଧ୍ୟ ସିସୋଦିଆଙ୍କୁ ଜେରା କରାଯାଇଥିଲା । ସେ ଉପମୁଖ୍ୟମନ୍ତ୍ରୀ ସହ ଅବକାରୀ ବିଭାଗର ଦାୟିତ୍ବରେ ଥିବା କାରଣରୁ ତାଙ୍କ ସରକାରୀ ବାସଭବନ ସମେତ କାର୍ଯ୍ୟାଳୟରେ ମଧ୍ୟ ଚଢାଉ କରାଯାଇଥିଲା । ଚଢାଉରେ ସେପରି କିଛି ଦୁର୍ନୀତି ସମ୍ପର୍କିତ ପ୍ରମାଣ ମିଳିଥିବା ମଧ୍ୟ ସିବିଆଇ ସ୍ପଷ୍ଟ କରିନଥିଲା । ଯାହାକୁ ନେଇ ସିବିଆଇ ଓ କେନ୍ଦ୍ର ସରକାର ବିରୋଧରେ ବର୍ଷିଥିଲେ ଅରବିନ୍ଦ କେଜ୍ରିଓ୍ବାଲ ଓ ସିସୋଦିଆ । ଏହାକୁ ଆରମ୍ଭରୁ ସିସୋଦିଆଙ୍କ ସମେତ ଦଳ ମୁଖ୍ୟ କେଜ୍ରିଓ୍ବାଲ ମଧ୍ୟ ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ କାର୍ଯ୍ୟାନୁଷ୍ଠାନ ବୋଲି ଅଭିଯୋଗ କରିଆସୁଛନ୍ତି ।

ଦିଲ୍ଲୀରେ ଅପରେସନ ଲୋଟସ ମାଧ୍ୟମରେ ସରକାର ପରିବର୍ତ୍ତନ କରିବାକୁ ବିଜେପି ପ୍ରୟାସ ଜାରି ରଖିବା ସହ କେନ୍ଦ୍ରୀୟ ସଂସ୍ଥାକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରୁଥିବା ଆପ ଅଭିଯୋଗ କରୁଛି । ସେହିପରି ବିଜେପିରେ ସାମିଲ ହେଲେ ତାଙ୍କ ବିରୋଧରେ ଚାଲିଥିବା ସମସ୍ତ କେନ୍ଦ୍ରୀୟ ସଂସ୍ଥାର ମାମଲା ବନ୍ଦ କରାଯିବା ନେଇ ଜଣେ ବିଜେପି ନେତା କଲ କରିଥିବା ସିସୋଦିଆ ଅଭିଯୋଗ କରିଥିଲେ । ପ୍ରତ୍ୟେକ ଆପ ବିଧାୟକଙ୍କୁ ଦଳ ଛାଡି ବିଜେପିରେ ସାମିଲ ହେବା ପାଇଁ 20 କୋଟି ଟଙ୍କା ଲେଖାଏଁ ଟଙ୍କା ପ୍ରଲୋଭନ ମିଳୁଛି ବୋଲି ମଧ୍ୟ କେଜ୍ରିଓ୍ବାଲ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.