କୋଲକାତା: ସଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ଇନଭ୍ୟାସିଭ ଭେଣ୍ଟିଲେସନରୁ ବାହାରିଛନ୍ତି । ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସାମାନ୍ୟ ସୁଧାର ଆସିବା ପରେ ତାଙ୍କୁ ଏବେ ନନ-ଇନଭ୍ୟାସିଭ ଭେଣ୍ଟିଲେସନକୁ ସ୍ଥାନାନ୍ତରିତ କରାଯାଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । 79 ବର୍ଷୀୟ ବୁଦ୍ଧଦେବ ଶ୍ବାସକ୍ରିୟାରେ ସମସ୍ୟା ଅନୁଭବ କରୁଥିଲେ । ତାଙ୍କ ରକ୍ତରେ ଅମ୍ଳଜାନ ମାତ୍ରା ମଧ୍ୟ କ୍ରମାଗତ ହ୍ରାସ ପାଉଥିଲା । ଆଜି ପୂର୍ବହ୍ନରେ ତାଙ୍କର ସିଟି ଥୋରାକ୍ସ ପରୀକ୍ଷା କରାଯାଇଛି ଏବଂ ତାଙ୍କ ଅବସ୍ଥା ସ୍ଥିର ରହିଥିବା, ସେ ଚିକିତ୍ସିତ ହେଉଥିବା ଘରୋଇ ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି ।
-
#WATCH | West Bengal CM Mamata Banerjee arrives at Kolkata's Woodlands Hospital to meet former CM Buddhadeb Bhattacharjee
— ANI (@ANI) July 31, 2023 " class="align-text-top noRightClick twitterSection" data="
He was admitted to Woodlands Hospital on July 29 with a lower respiratory tract infection and Type ll respiratory failure pic.twitter.com/m7KNoCFXMo
">#WATCH | West Bengal CM Mamata Banerjee arrives at Kolkata's Woodlands Hospital to meet former CM Buddhadeb Bhattacharjee
— ANI (@ANI) July 31, 2023
He was admitted to Woodlands Hospital on July 29 with a lower respiratory tract infection and Type ll respiratory failure pic.twitter.com/m7KNoCFXMo#WATCH | West Bengal CM Mamata Banerjee arrives at Kolkata's Woodlands Hospital to meet former CM Buddhadeb Bhattacharjee
— ANI (@ANI) July 31, 2023
He was admitted to Woodlands Hospital on July 29 with a lower respiratory tract infection and Type ll respiratory failure pic.twitter.com/m7KNoCFXMo
ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହସ୍ପିଟାଲ ଗସ୍ତ କରି ବୁଦ୍ଧଦେବଙ୍କୁ ସାକ୍ଷାତ କରିଛନ୍ତି । ତାଙ୍କୁ ଚିକିତ୍ସା ଜାରି ରଖିଥିବା ଡାକ୍ତର ଟିମ ସହ ମଧ୍ଯ ମମତା ଆଲୋଚନା କରିଛନ୍ତି । ହସ୍ପିଟାଲରୁ ବାହାରିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ସେ (ବୁଦ୍ଧଦେବ) ତାଙ୍କୁ ଦେଖି ହାତ ହଲାଇଲେ । ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା କଥା ଡାକ୍ତରୀ ଟିମ କହୁଛନ୍ତି । ତାଙ୍କର ଚିକିତ୍ସା ପାଇଁ ଏକ ଉଚ୍ଚସ୍ତରୀୟ ଡାକ୍ତରୀ ଟିମ ମଧ୍ଯ ଗଠନ କରାଯାଇଥିବା ମମତା କହିଛନ୍ତି ।
29 ତାରିଖ ପୂର୍ବାହ୍ନରେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିବାରୁ ତାଙ୍କୁ ଅଲିପରୁର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ରକ୍ତରେ ଅମ୍ଳାଜନ ମାତ୍ରା ହ୍ରାସ ପାଇବା ପରେ ସେ ନିଶ୍ବାସ ପ୍ରଶ୍ବାସ ନେବାରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ଅଲିପୁରର ଏକ ଘରୋଇ ହସ୍ପିଟାଲରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ବିଭିନ୍ନ ବିଭାଗର ବିଶେଷଜ୍ଞଙ୍କୁ ନେଇ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ ଗଠନ କରାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା । ପରେ ସେ ଆସିୟୁରୁ ଭେଣ୍ଟିଲେଟରକୁ ସ୍ଥାନାନ୍ତରିତ ହୋଇଥିବା ବେଳେ ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଛି ।
ଏହା ମଧ୍ଯ ପଢନ୍ତୁ :-ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ଗୁରୁତର, ହସ୍ପିଟାଲରେ ଭର୍ତ୍ତି
ପ୍ରାୟ 5 ଦଶନ୍ଧି ଧରି ପଶ୍ଚିମବଙ୍ଗ ରାଜନୀତିରେ ବେଶ ସକ୍ରିୟ ଥିବା ଭଟ୍ଟାଚାର୍ଯ୍ୟ ଜଣେ ବର୍ଷିୟାନ ସାମ୍ୟବାଦୀ ନେତା । ସେ ସିପିଆଇ (ମାର୍କ୍ସବାଦୀ) ପାର୍ଟରୁ ପ୍ରତିନିଧିତ୍ବ କରିବା ସହ 2000 ରୁ 2011 ମସିହା ପର୍ଯ୍ୟନ୍ତ ପଶ୍ଚିମବଙ୍ଗର 7ମ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ଏହା ପୂର୍ବରୁ 1999 ରୁ ସେ 2000 ମସିହା ପର୍ଯ୍ୟନ୍ତ ସେ ଜ୍ୟୋତି ବାସୁ ସରକାରରେ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଥିଲେ । ତାଙ୍କ ନେତୃତ୍ବ ପରେ ପଶ୍ଚିମବଙ୍ଗ ରାଜନୀତିରେ ବାମଦଳର କ୍ଷମତା ଯୁଗ ଶେଷ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ