ETV Bharat / bharat

କ୍ରାଇମବ୍ରାଞ୍ଚରେ ହାଜର ହେଲେ Ex-Mumbai Police Chief Param Bir Singh - ହାଜର ହେଲେ ପରମବୀର ସିଂ

ପଳାତକ ଘୋଷିତ ମୁମ୍ବାଇ ପୂର୍ବତନ ପୋଲିସ କମିଶନର ପରମବୀର ସିଂ କ୍ରାଇମବ୍ରାଞ୍ଚରେ ହାଜର (Param Bir Singh appears before Mumbai Crime branch) । ନିକଟରେ ସର୍ତ୍ତମୂଳକ ଭାବେ ସର୍ବୋଚ୍ଚ କୋର୍ଟରୁ ପାଇଥିଲେ ଅନ୍ତରୀଣ ସୁରକ୍ଷା । ଅଧିକ ପଢନ୍ତୁ

କ୍ରାଇମ ବ୍ରାଞ୍ଚରେ ହାଜର ହେଲେ Ex-Mumbai Police Chief Param Bir Singh

author img

By

Published : Nov 25, 2021, 4:12 PM IST

ମୁମ୍ବାଇ: ଗତ କିଛି ଲାଗି ରହିଥିବା ଛକାପଞ୍ଝାରେ ଅନ୍ତ ଘଟାଇ କ୍ରାଇମବ୍ରାଞ୍ଚରେ ହାଜର ହୋଇଛନ୍ତି ପଳାତକ ଘୋଷିତ ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂ(Param Bir Singh appears before Mumbai Crime branch ) ।

ଆଜି ପୂର୍ବାହ୍ନରେ କ୍ରାଇମବ୍ରାଞ୍ଚ ୟୁନିଟ-୧୧ ରେ ହାଜର ହୋଇଛନ୍ତି ପରମବୀର । ପୂର୍ବରୁ ପଳାତକ ଘୋଷିତ ହୋଇସାରିଥିବା ପରମବୀର ଏବେ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗର ତଦନ୍ତରେ ସହାୟତା କରିବା ପାଇଁ ସେ ନିଜ ଆଡୁ ହାଜର ହୋଇଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି ।

ହାଜର ହେବା ପରେ ଚାନ୍ଦା ମାଗିବା ନେଇ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ସମ୍ପର୍କରେ ପ୍ରାଥମିକ ପଚରାଉଚରା ସହ ତାଙ୍କ ବୟାନ ରେକର୍ଡ କରିଛି କ୍ରାଇମବ୍ରାଞ୍ଚ (Mumbai crime branch )। ଗତ ୨୨ ତାରିଖରେ ସୁପ୍ରିମକୋର୍ଟରେ ତାଙ୍କ ଅନ୍ତରୀଣ ସୁରକ୍ଷା ଆବେଦନ ଶୁଣାଣି ଚାଲିଥିବାବେଳେ, ପରମବୀର ସିଂ କୋର୍ଟରେ ହାଜର ହେବେ ବୋଲି କହିଥିଲେ ତାଙ୍କ ପକ୍ଷ ରଖୁଥିବା ଆଇନଜୀବୀ । ପ୍ରତିଶ୍ରୁତି ପରେ ସର୍ତ୍ତମୂଳକ ଭାବେ ତାଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ କୋର୍ଟ । ଗିରଫ ଆଶଙ୍କାରୁ ବର୍ତ୍ତିବା ପରେ ଆଜି ସେ କ୍ରାଇମବ୍ରାଞ୍ଚରେ ହାଜର ହୋଇଛନ୍ତି ।

ମହାରାଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଚାନ୍ଦା ମାଗିବା ପାଇଁ ପୋଲିସ ବିଭାଗର କିଛି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଉଥିବା ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଥିଲେ ପରମବୀର । ତା ପରେ ପରମବୀରଙ୍କ ନାମରେ ମଧ୍ୟ ଚାନ୍ଦା ମାଗିବା ପରି ଏକାଧିକ ସଙ୍ଗୀନ ମାମଲା ଦାଏର ହୋଇଥିଲା । ଚାନ୍ଦା ମାଗିବା ସହ ପରମବୀର (Ex-Mumbai Police Chief Param Bir Singh)ଙ୍କ ବିରୋଧରେ ବର୍ତ୍ତମାନ ସୁଦ୍ଧା ମୋଟ ୬ଟି ଭିନ୍ନଭିନ୍ନ ମାମଲା ଦାଏର ହୋଇଛି ।

1988-ବ୍ୟାଚ୍ IPS ଅଧିକାରୀ ପରବୀର ସିଂଙ୍କୁ ମାର୍ଚ୍ଚ 17ରେ ମୁମ୍ବାଇ ପୋଲିସ କମିଶନର ପଦରୁ ହଟାଇ ଦିଆଯାଇଥିଲା ଏବଂ ଦେଶମୁଖଙ୍କ ବିରୋଧରେ ଅଭିଯୋଗ ଆଣିବା ପରେ ତାଙ୍କୁ ମହାରାଷ୍ଟ୍ର ଷ୍ଟେଟ ହୋମ ଗାର୍ଡର ଜେନେରାଲ କମାଣ୍ଡର ଭାବେ ନିଯୁକ୍ତ କରାଯାଇଥିଲା । ପରବର୍ତ୍ତୀ ସମୟରେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତରେ ସହଯୋଗ ପରିବର୍ତ୍ତେ ସେ ନିରୁଦ୍ଦିଷ୍ଟ ହୋଇଯାଇଥିଲେ । ପ୍ରଥମେ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି କରାଯାଇ ଥିବାବେଳେ ପରେ ମୁମ୍ବାଇର ଏକ କୋର୍ଟ ତାଙ୍କୁ ପଳାତକ ବୋଲି ମଧ୍ୟ ଘୋଷଣା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.