ମୁମ୍ବାଇ: ଋଣ ଜାଲିଆତି ଜାଲରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରାଡାରରେ ଏବେ ରାଜ୍ୟର ପୂର୍ବତନ ଗୃହମନ୍ତ୍ରୀ । ଶୁକ୍ରବାର ଦେଶମୁଖଙ୍କ ନାଗପୁର ସ୍ଥିତ ଘରେ ଚଢାଉ କରିଛି ଇଡି ।
ସୂଚନା ଅନୁଯାୟୀ, ମହାରାଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀଙ୍କ 5ଟି ଠିକଣା ଉପରେ ଚଢାଉ କିରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମନି ଲଣ୍ଡରିଂ ଆଇନ(ପିଏମଏଲଏ) ଆଧାରରେ ଦେଶମୁଖଙ୍କ ଘରେ ଛାନଭିନ କରିଛନ୍ତି ଇଡି ଅଧିକାରୀ ।
ଇଡି ଚଢାଉ କରିଥିବା ଦେଶମୁଖଙ୍କ 5ଟି ଠିକଣା ମଧ୍ୟରେ ସରକାରୀ ବାସଭବନ ଜ୍ଞାନେଶ୍ବରୀ ବଙ୍ଗଳା, ଶୁଖଦା ଟାୱାର, ଦେଶମୁଖଙ୍କ ପିଏ ଓ ପିଏସ ଘର ଓ ନାଗପୁର ସ୍ଥିତ ନିଜ ବାସଭବନ ସାମିଲ ରହିଛି ।
ସେପଟେ ଅନିଲ ଦେଶମୁଖଙ୍କ ଉପରେ ପ୍ରତିମାସ 100 କୋଟି ଟଙ୍କା ବଟି ଆଦାୟର ଅଭିଯୋଗ ଲଗାଇଥିଲେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହ । ଏହାସହ ଗତ ମାସ ମୁମ୍ବାଇର 10ଟି ବଡ ବାର ମାଲିକ ଅନିଲ ଦେଶମୁଖଙ୍କୁ 4 କୋଟି ଟଙ୍କା ଦେବାର କଥା କହିଥିଲେ । ଏହି ଟଙ୍କା ଲେଣଦେଣ ମାମଲାରେ ଇଡିକୁ ମିଳିଥିଲା ସୁରାକ । ଆଉ ଏହାରି ଆଧାରରେ ଆଜି ହୋଇଛି ଚଢାଉ ।