ETV Bharat / bharat

କର୍ଣ୍ଣାଟକ ବିଜେପିରେ ବିଦ୍ରୋହର ଆଭାଷ: ଟିକେଟ ନମିଳିଲେ ଦଳ ବିରୋଧରେ ଲଢିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟର

author img

By

Published : Apr 11, 2023, 9:26 PM IST

କର୍ଣ୍ଣାଟକ ବିଜେପିରେ ବିଦ୍ରୋହର ସଙ୍କେତ । ଟିକେଟ ନମିଳିଲେ ଦଳ ବିରୋଧରେ ନିର୍ବାଚନ ଲଢିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟର । ଟିକେଟ ବଣ୍ଟନ ଅସନ୍ତୋଷ ନେଇ ଖୋଲିଲେ ମୁହଁ । ଅଧିକ ପଢନ୍ତୁ

କର୍ଣ୍ଣାଟକ ବିଜେପି ସାମ୍ନା କରିବା ବିଦ୍ରୋହ
କର୍ଣ୍ଣାଟକ ବିଜେପି ସାମ୍ନା କରିବା ବିଦ୍ରୋହ

ବେଙ୍ଗାଲୁରୁ: ବିଧାନସଭା ନିର୍ବାଚନ ହେବାକୁ ଥିବା କର୍ଣ୍ଣାଟକରେ ଭାରତୀୟ ଜନତା ପାର୍ଟି ବିଦ୍ରୋହ ସାମ୍ନା କରିପାରେ । ଆଜି (ମଙ୍ଗଳବାର) ରାତି ସୁଦ୍ଧା ଦଳର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବାକୁ ଥିବା ବେଳେ ଏପରି ଏକ ବିଦ୍ରୋହର ସମୀକରଣର ମଧ୍ୟ ଆଭାଷ ମିଳିଲାଣି । ଟିକେଟ ନମିଳିଲେ ଦଳ ବିରୋଧରେ ପ୍ରାର୍ଥୀ ହୋଇପାରନ୍ତି ଦଳର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟର । ତାଙ୍କୁ ପ୍ରାୟତଃ ଦଳ ଟିକେଟ ଦେଇନପାରେ ବୋଲି ଚର୍ଚ୍ଚା ହେଉଥିବା ବେଳେ ସେ ପାର୍ଟି ଟିକେଟ ନପାଇଲେ ଦଳ ବିରୋଧରେ ମଧ୍ୟ ନିର୍ବାଚନ ଲଢିବା ନେଇ ପରୋକ୍ଷ ଘୋଷଣା କରିଛନ୍ତି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ରହିସାରିଥିବା ଏହି ବରିଷ୍ଠ ନେତା ଏବେ ହୁବାଲୀ ଆସନରୁ ବିଧାୟକ ରହିଛନ୍ତି । ସେ 6 ଥର ବିଧାୟକ ଭାବେ ନିର୍ବାଚିତ ହୋଇସାରିଥବା ବେଳେ ଗତ ବିଧାନସଭା ନିର୍ବାଚନ (2018) ରେ 21 ହଜାର ଭୋଟ ବ୍ୟବଧାନରେ ନିଜର ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସର ମହେଶ ନଲଓ୍ବାଡଙ୍କୁ ପରାଜିତ କରିଥିଲେ । ତେବେ ଏଥର ତାଙ୍କୁ ଦଳ ଟିକେଟ ଦେଇନପାରେ ବୋଲି ଚର୍ଚ୍ଚା ହେଉଛି । ତାଙ୍କ ସ୍ଥାନରେ କୌଣସି ଯୁବ ଚେହେରାଙ୍କୁ ଚୟନ କରାଯାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ତେବେ ଟିକେଟ ମିଳିବା ପ୍ରସଙ୍ଗରେ ସିଧା ଅସନ୍ତୋଷ ବ୍ୟକ୍ତି କରିଛନ୍ତି ଜଗଦୀଶ । କହିଛନ୍ତି, ‘‘ଗତ 6ଟି ବିଧାନସଭା ନିର୍ବାଚନରେ ମୁଁ ବିଜୟୀ ହୋଇଛି । ଗତ ନିର୍ବାଚନରେ ମଧ୍ୟ ପ୍ରାୟ 21 ହଜାର ବ୍ୟବଧାନରେ ବିଜୟୀ ହୋଇଛି । ହେଲେ ମୋର ତ୍ରୁଟି କେଉଁଠି । ମୁଁ ଏହି ଟିକେଟ ପ୍ରସଙ୍ଗରେ ନିରାଶ । କାରଣ ମୁଁ ମୋର ନିର୍ବାଚନ ମଣ୍ଡଳୀରେ ପ୍ରଚାର ଆରମ୍ଭ କରିସାରିଲେଣି । ଏପରି ସ୍ଥିତିରେ ଦଳ ଯାହା ନିଷ୍ପତ୍ତି ନେଉ ନାଁ କାହିଁକି, ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା ନକରିବାର ପ୍ରଶ୍ନ ଉଠୁନାହିଁ ।’’

ସେ ଆହୁରି ମଧ୍ୟ କହିଛନ୍ତି, ‘‘ମୋର ରାଜନୈତିକ କ୍ୟାରିୟରେ ମୋ ବିରୋଧରେ କୌଣସି ଅଭିଯୋଗ ନାହିଁ । ତେଣୁ କାହିଁକି ମୁଁ ନିର୍ବାଚନ ଲଢିବାରୁ ବାଦ ପଡିବି । ମତେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ ଅନୁମତି ଦେବାକୁ, ମୁଁ ଦଳକୁ ଅନୁରୋଧ କରୁଛି । ଯଦି ଏପରି ନହୁଏ, ତେବେ ଏହା ଦଳ ପାଇଁ ଭଲ ହେବ ନାହିଁ ।’’

ଏହି ବରିଷ୍ଠ ନେତା ରାଜ୍ୟ ବିଧାନସଭାକୁ ମୋଟ 6ଥର ନିର୍ବାଚିତ ହୋଇଥିଲା ବେଳେ ବର୍ଷ 2012 ରେ ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଥିଲେ । ତେବେ ଚଳିତ ଥର ମଧ୍ୟ ସେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ ପ୍ରସ୍ତୁତି କରିସାରିଥିବା ବେଳେ ଦଳୀୟ ଟିକେଟରୁ ବାଦ ପଡିଲେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବା ନେଇ ଏକ ପ୍ରକାର ପରୋକ୍ଷ ସଙ୍କେତ ଦେଇସାରିଲେଣି । ଏପରି ସ୍ଥଳେ ରାଜ୍ୟରେ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟି କ୍ଷମତା ବଜାୟ ରଖିବା ପାଇଁ ପ୍ରୟାସ ଜାରି ରଖିଥିବା ବେଳେ ଜଣେ ବରିଷ୍ଠ ନେତାଙ୍କ ଦ୍ବାରା ବିଦ୍ରୋହର ସାମ୍ନା କରିପାରନ୍ତି ।

ଆଜି ଅପରାହ୍ନରେ ଦଳର ଅନ୍ୟତମ ବରିଷ୍ଠ ନେତା କେ.ଏସ ଇଶ୍ବରପ୍ପା ନିର୍ବାଚନ ନଲଢିବା ନେଇ ନିଜ ଆଡୁ ଘୋଷଣା କରିଥିଲେ । ସେ ଏହି ନିଷ୍ପତ୍ତି ସମ୍ପର୍କରେ ପାର୍ଟି ଚିଫ୍‌ ଜେ.ପି ନଡ୍ଡାଙ୍କୁ ମଧ୍ୟ ପତ୍ର ଲେଖି ସ୍ପଷ୍ଟ କରିଛନ୍ତି । କିନ୍ତୁ ବୟସାଧିକ କାରଣରୁ ତାଙ୍କୁ ଦଳ ନିର୍ବାଚନ ନଲଢିବାକୁ ପରାମର୍ଶ ଦେବା ପରେ ତାଙ୍କର ଏପରି ନିଷ୍ପତ୍ତି ଆସିଛି ବୋଲି ଚର୍ଚ୍ଚା ହେଉଛି । ଏହାରି ମଧ୍ୟରେ ଆଜି ଭାରତୀୟ ଜନତା ପାର୍ଟି ତାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.