ଲକ୍ଷ୍ନୌ: ପୂର୍ବତନ କଂଗ୍ରେସ ବିଧାୟକଙ୍କ ନାତିଙ୍କୁ ପିଟି ପିଟି ହତ୍ୟା । ଉତ୍ତରପ୍ରଦେଶର ମାଉ ଜିଲ୍ଲାର ପୂର୍ବତନ କଂଗ୍ରେସ ବିଧାୟକ ସ୍ବର୍ଗତ କେଦାର ସିଂଙ୍କ ନାତିକୁ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି(former Congress MLA grandson was allegedly beaten to death ) । ଏଭଳି ଘଟଣା ଘଟିଛି କୋପାଗଞ୍ଜ ପୋଲିସ ଷ୍ଟେସ ଅଞ୍ଚଳରେ । ମୃତକ ଜଣଙ୍କ ହେଉଛନ୍ତି ହିମାଂଶୁ ସିଂ । ମହୁଆରା ଗ୍ରାମରେ ସାତରୁ ଆଠ ଜଣ ବ୍ୟକ୍ତି ତାଙ୍କୁ ପିଟି ପିଟି ହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।
ଏନେଇ ମାଉର ଅତିରିକ୍ତ ପୋଲିସ ଅଧୀକ୍ଷକ(Mau Additional Superintendent of Police) ତ୍ରିଭୁବନ ନାଥ ତ୍ରିପାଠୀ କହିଛନ୍ତି ଯେ, ଏନେଇ ଥାନାରେ ଅଭିଯୋଗ ପରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି । ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ମୃତକ ଜଣଙ୍କ ହେଉଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ସ୍ବର୍ଗତ କେଦାର ସିଂ(Kedar Singh)ଙ୍କ ନାତି । ୧୯୮୦ ମସିହାରେ ଘୋଷି ନିର୍ବାଚନ ମଣ୍ଡଳୀରୁ ସେ ନିର୍ବାଚିତ ହୋଇଥିଲେ ।
ଏହା ମଧ୍ୟ ପଢନ୍ତୁ-Pravasi Bharatiya Divas: ଇନ୍ଦୋରରେ ଚାଲିଛି ପ୍ରବାସୀ ଭାରତୀୟ ସମ୍ମିଳନୀ, ଆଜି ସାମିଲ ହେବ ମୋଦି
ଗତ ଶନିବାର ମୃତକ ହିମାଂଶୁ ସିଂ କୋପାଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳର ଲାଏରୋ ଡୋନୱାର ଗାଁର ଏକ ପଞ୍ଚାୟତକୁ ଯାଇଥିବା ବେଳେ ସେଠାରେ କିଛି ଲୋକଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା । ଏହାପରେ ସାତରୁ ଆଠ ଜଣ ବ୍ୟକ୍ତି ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିବା ପରେ ବାଡ଼ିରେ ପିଟି ପିଟି ମାଧୁଆର ଗାଁରେ ଫୋପାଡି ଦେଇଥିଲେ । ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ କେଉଁ କାରଣକୁ ନେଇ ହିମାଂଶୁଙ୍କ ସହ ଆକ୍ରମଣ କିରଥିବା ବ୍ୟକ୍ତିଙ୍କ ଯୁକ୍ତି ତର୍କ ହୋଇଥିଲା ସେନେଇ ସ୍ପଷ୍ଟ ସୂଚନା ହସ୍ତଗତ ହୋଇନାହିଁ । ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ବର୍ତ୍ତମାନ କାହାରିକୁ ମଧ୍ୟ ଗିରଫ କରାଯାଇନାହିଁ । ତଦନ୍ତ ପରେ ପ୍ରକୃତ କାରଣ ସାମ୍ନାକୁ ଆସିବ ।