ETV Bharat / bharat

ପେଟ୍ରୋଲ ଢାଳିଲେ ପୂର୍ବତନ ବିଜେପି ଯୁବମୋର୍ଚ୍ଚା ନେତା, ଜୀବନ ବିକଳରେ ଦୌଡିଲେ ତହସିଲଦାର - ମଧ୍ୟପ୍ରଦେଶରେ ତହସିଲଦାରଙ୍କୁ ଜାଳିବା ଉଦ୍ୟମ

ପୂର୍ବତନ ବିଜେପି ଯୁବମୋର୍ଚ୍ଚା (BJYM) ନେତାଙ୍କ ଉନ୍ମକ୍ତକାଣ୍ଡ । ତହସିଲଦାରଙ୍କ ଉପରେ ପେଟ୍ରୋଲ ଢାଳି ଜିଅଁନ୍ତା ଜାଳିବାକୁ ଉଦ୍ୟମ । ଜାଣନ୍ତୁ କେଉଁଠି

ପେଟ୍ରୋଲ ଢାଳିଲେ ପୂର୍ବତନ BJYM ନେତା, ଜୀବନ ବିକଳରେ ଦୌଡିଲେ ତହସିଲଦାର

author img

By

Published : Feb 8, 2022, 7:05 AM IST

ଭୋପାଳ: ମଧ୍ୟପ୍ରଦେଶ ରାଜଗଡ ଜିଲ୍ଲାରେ ଅଭବାନୀୟ ଘଟଣା । ତହସିଲଦାରଙ୍କ ଉପରେ ପେଟ୍ରୋଲ ଢାଳିଲେ ପୂର୍ବତନ ବିଜେପି ଯୁବମୋର୍ଚ୍ଚା ନେତା(Former BJYM leader) । ଜୀବନ ବଞ୍ଚାଇବାକୁ ବିକଳରେ ରାସ୍ତାରେ ଦୌଡିଲେ ତହସିଲଦାର । ସମ୍ପୃକ୍ତ ପ୍ରଶାସନିକ ଅଧିକାରୀ ଜଣକ ଜବରଦଖଲ ଉଚ୍ଛେଦ ପାଇଁ ଯାଇଥିବା ସମୟରେ ପୂର୍ବତନ BJYM ନେତା ଏପରି ଭାବେ ତାଙ୍କୁ ଜୀଅଁନ୍ତା ଜାଳିବାକୁ ଉଦ୍ୟମ କରିଛନ୍ତି ।

ସୂଚନା ଅନୁଯାୟୀ, ଅଭିଯୁକ୍ତଙ୍କ ନାମ ଭାଗବାନ ସିଂହ ରାଜପୁତ ଅଟେ । ସେ ଭାରତୀୟ ଜନତା ଯୁବ ମୋର୍ଚ୍ଚାର ପୂର୍ବତନ ସାଧାରଣ ସଚିବ ଥିଲେ । ସୋମବାର ରାଜଗଡ ଅଞ୍ଚଳରେ ନିର୍ମାଣଧୀନ ସଡକ ଉପରୁ ଜବର ଦଖଲ ଉଚ୍ଛେଦ ପାଇଁ ସ୍ଥାନୀୟ ତହସିଲଦାର ପୌର ଅଧିକାରୀଙ୍କ ସହ ପହଞ୍ଚିଥିଲେ । ଏହାକୁ ବିରୋଧ କରି ଭଗବାନ ସିଂହ ରାଜପୁତ ତହସିଲଦାରଙ୍କ ସମତେ ଉଚ୍ଛେଦ ପାଇଁ ଯାଇଥିବା ଟିମ୍ ଉପରେ ପେଟ୍ରୋଲ ଢାଳି ଦେଇଥିଲେ । ଯଦି ଘଟଣାସ୍ଥଳରୁ ସେ ନ ଯାଆନ୍ତି ତେବେ ନିଆଁ ଲଗାଇ ଦେବାକୁ ଧମକ ଦେଇଥିଲେ ।

ପୂର୍ବତନ BJYM ନେତାଙ୍କ ବିରୋଧରେ ପୌର ଅଧିକାରୀଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରିଛି । ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.