ETV Bharat / bharat

ଦିଲ୍ଲୀରେ OMICRONର ଗୋଷ୍ଠୀ ସଂକ୍ରମଣ ଆରମ୍ଭ, ମିଳିଲା ପ୍ରମାଣ

author img

By

Published : Jan 15, 2022, 1:58 PM IST

ରାଜଧାନୀ ଦିଲ୍ଲୀରେ ଓମିକ୍ରନ ଭାଇରସର ପ୍ରଥମ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା ILBS ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ

ଦିଲ୍ଲୀରେ OMICRONର ପ୍ରଥମ ଗୋଷ୍ଠୀ ସଂକ୍ରମଣ ଆରମ୍ଭ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଓମିକ୍ରନ(Omicron B1.1.529)ର ପ୍ରଥମ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଛି । ଏହାର ପ୍ରମାଣ ମିଳିଛି ବୋଲି ନୂଆଦିଲ୍ଲୀର ଲିଭର ଏବଂ ବିଲିୟାରି ସାଇନ୍ସ ଇନଷ୍ଟିଚ୍ୟୁଟରେ କ୍ଲିନିକାଲ ଭାଇରୋଲୋଜି ବିଭାଗ(ILBS) ପକ୍ଷରୁ ସୂଚନା ଦିଆଯାଇଛି । ଗୋଷ୍ଠୀ ସଂକ୍ରମଣ ବୃଦ୍ଧି ହେଲେ ସଂକ୍ରମଣ ଆହୁରି ବ୍ୟାପିବାର ସମ୍ଭାବନା ରହିଛି । ଏହାରି ମଧ୍ୟରେ ଦିଲ୍ଲୀରେ ଦୈନିକ ସଂକ୍ରମଣ ୨୪ ହଜାରରୁ ଅଧିକ ରହିଛି । ସେହିପରି ପଜିଟିଭ ହାର ୩୦. ୬୪ ପ୍ରତିଶତ ରହୁଛି । ଶୁକ୍ରବାର କୋରୋନାରେ ଆକ୍ରାନ୍ତ ହୋଇ ୩୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୬ ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି ।

  • Evidence of early community transmission of Omicron (B1.1.529) in Delhi: Department of Clinical Virology at the Institute of Liver and Biliary Sciences (ILBS), New
    Delhi

    — ANI (@ANI) January 15, 2022 " class="align-text-top noRightClick twitterSection" data=" ">

Evidence of early community transmission of Omicron (B1.1.529) in Delhi: Department of Clinical Virology at the Institute of Liver and Biliary Sciences (ILBS), New
Delhi

— ANI (@ANI) January 15, 2022

ଏହା ବି ପଢନ୍ତୁ: INDIA CORONA: ଦିନକରେ 2,68,833 ନୂଆ ସଂକ୍ରମିତ

ସେପଟେ ଦିଲ୍ଲୀରେ ସଂକ୍ରମଣ ପ୍ରାୟ ୪ ହଜାର କମିବ ବୋଲି ଆଶା କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟୈନ୍ଦ୍ର ଜୈନ । ଗତ ୫ରୁ ୬ ଦିନ ମଧ୍ୟରେ ହସ୍ପିଟାଲରେ ଆକ୍ରାନ୍ତଙ୍କ ସଂଖ୍ୟା କମ ଥିବାରୁ ସଂକ୍ରମଣ କମିପାରେ ବୋଲି ସେ କହିଛନ୍ତି । ଅନ୍ୟପଟେ ଦିଲ୍ଲୀରେ ପ୍ରାୟ ୮୫ ପ୍ରତିଶତ ବେଡ଼ ଖାଲିଥିବା ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଓମିକ୍ରନ(Omicron B1.1.529)ର ପ୍ରଥମ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଛି । ଏହାର ପ୍ରମାଣ ମିଳିଛି ବୋଲି ନୂଆଦିଲ୍ଲୀର ଲିଭର ଏବଂ ବିଲିୟାରି ସାଇନ୍ସ ଇନଷ୍ଟିଚ୍ୟୁଟରେ କ୍ଲିନିକାଲ ଭାଇରୋଲୋଜି ବିଭାଗ(ILBS) ପକ୍ଷରୁ ସୂଚନା ଦିଆଯାଇଛି । ଗୋଷ୍ଠୀ ସଂକ୍ରମଣ ବୃଦ୍ଧି ହେଲେ ସଂକ୍ରମଣ ଆହୁରି ବ୍ୟାପିବାର ସମ୍ଭାବନା ରହିଛି । ଏହାରି ମଧ୍ୟରେ ଦିଲ୍ଲୀରେ ଦୈନିକ ସଂକ୍ରମଣ ୨୪ ହଜାରରୁ ଅଧିକ ରହିଛି । ସେହିପରି ପଜିଟିଭ ହାର ୩୦. ୬୪ ପ୍ରତିଶତ ରହୁଛି । ଶୁକ୍ରବାର କୋରୋନାରେ ଆକ୍ରାନ୍ତ ହୋଇ ୩୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୬ ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି ।

  • Evidence of early community transmission of Omicron (B1.1.529) in Delhi: Department of Clinical Virology at the Institute of Liver and Biliary Sciences (ILBS), New
    Delhi

    — ANI (@ANI) January 15, 2022 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ: INDIA CORONA: ଦିନକରେ 2,68,833 ନୂଆ ସଂକ୍ରମିତ

ସେପଟେ ଦିଲ୍ଲୀରେ ସଂକ୍ରମଣ ପ୍ରାୟ ୪ ହଜାର କମିବ ବୋଲି ଆଶା କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟୈନ୍ଦ୍ର ଜୈନ । ଗତ ୫ରୁ ୬ ଦିନ ମଧ୍ୟରେ ହସ୍ପିଟାଲରେ ଆକ୍ରାନ୍ତଙ୍କ ସଂଖ୍ୟା କମ ଥିବାରୁ ସଂକ୍ରମଣ କମିପାରେ ବୋଲି ସେ କହିଛନ୍ତି । ଅନ୍ୟପଟେ ଦିଲ୍ଲୀରେ ପ୍ରାୟ ୮୫ ପ୍ରତିଶତ ବେଡ଼ ଖାଲିଥିବା ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.