ETV Bharat / bharat

ନନ୍ଦିଗ୍ରାମ ଉପରେ ନଜର, ହଟସିଟରେ ହେଭିୱେଟଙ୍କ କଡା ଟକ୍କର - ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ସର୍ବମୋଟ 822 ଆସନରେ ମତଗଣନା ଚାଲିଥିବାବେଳେ ଗୋଟିଏ ସିଟ୍‌ ଉପରେ ରହିଛି ସମସ୍ତଙ୍କ ନଜର । 4900 ଭୋଟରେ ପଛରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅଧିକ ପଢନ୍ତୁ...

ନନ୍ଦିଗ୍ରାମ ଉପରେ ନଜର, ହଟ୍‌ ସିଟ୍‌ରେ ହେଭିୱେଟଙ୍କ କଡା ଟକ୍କର

author img

By

Published : May 2, 2021, 10:10 AM IST

କୋଲକାତା: ଦେଶର 4 ବିଧାନସଭା ସମେତ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ହୋଇଥିବା ନିର୍ବାଚନରେ ଜାରି ରହିଛି ମତ ଗଣନା । ସର୍ବମୋଟ 822 ଆସନରେ ମତଗଣନା ଚାଲିଥିବାବେଳେ ଗୋଟିଏ ସିଟ୍‌ ଉପରେ ରହିଛି ସମସ୍ତଙ୍କ ନଜର । ଆଉ ତାହା ହେଉଛି ପଶ୍ଚିମବଙ୍ଗର ହଟସିଟ୍‌ ନନ୍ଦିଗ୍ରାମ ।

ପ୍ରାରମ୍ଭିକ ଟ୍ରେଣ୍ଡ୍‌ରେ ନନ୍ଦିଗ୍ରାମ ଆସନରେ ମମତା ବାନାର୍ଜୀ ପଛରେ ରହିଛନ୍ତି । ନନ୍ଦିଗ୍ରାମ ସିଟ୍‌ରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ଓ ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ କଡା ଟକ୍କର ରହିଛି । ଏହି ଆସନରେ ଆଗରେ ରହିଛନ୍ତି ଶୁଭେନ୍ଦୁ ଅଧିକାରୀ । 4900 ଭୋଟରେ ପଛରେ ରହି ଶୁଭେନ୍ଦୁଙ୍କୁ ଟକ୍କର ଦେଉଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହା ପୂର୍ବରୁ ଏହି ଆସନରେ ଆଗରେ ଥିଲେ ଶୁଭେନ୍ଦୁ ଅଧିକାରୀ ।

ଏହି ଆସନରେ ଫଳାଫଳ ବଙ୍ଗ ରାଜନୀତର ଭବିଷ୍ଯତ ସ୍ଥିର କରିବ । ନନ୍ଦିଗ୍ରାମ ପଶ୍ଚିମବଙ୍ଗର ସବୁଠୁ ହାଇପ୍ରୋଫାଇଲ ଆସନ । ଏହି ଆସନରେ ସାମ୍ନାସାମ୍ନି ଆଛନ୍ତି ତୃଣମୂଳ କଂଗ୍ରେସ ମୁଖିଆ ମମତା ବାନାର୍ଜୀ ଓ ବିଜେପି ଟିକେଟରେ ନିର୍ବାଚନ ଲଢିଥିବା ଶୁଭେନ୍ଦୁ ଅଧିକାରୀ ।

ନନ୍ଦିଗ୍ରାମ ଦଖଲ ପାଇଁ ଉଭୟ ମମତା ଓ ଶଭେନ୍ଦୁ କୌଣସି ସୁଯୋଗ ହାତଛଡା କରିନାହାନ୍ତି । ଅନ୍ୟପକ୍ଷେ ଦୀର୍ଘ ବର୍ଷରୁ ଏହି ଆସନ ବାମଦଳର କବଜାରେ ରହିଆସିଛି । ହେଲେ ନନ୍ଦିଗ୍ରାମ ଭୂମି ଅଧିଗ୍ରହଣ ଆନ୍ଦୋଳନ ପରେ ଟିଏମସି ଏହାକୁ ନିଜ ଦଖଲରେ ରଖିଛି ଟିଏମସି । ଏଭଳିସ୍ଥିତିରେ ନନ୍ଦିଗ୍ରାମରେ ପଦ୍ମ ଫୁଟିବ ନା ପୁନର୍ବାର ଦିଦିଙ୍କ ରାଜନୈତିକ ପତିଆରା ବଜାୟ ରହିବ ତାହା ଆଗାମୀ ସମୟରେ ଜଣାପଡିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.