ETV Bharat / bharat

ଜାମ୍ମୁ କାଶ୍ମୀରରେ ପୋଲିସର ଦାଦାଗିରି, କାର୍ଯ୍ୟରତ ‘ଇଟିଭି ଭାରତ’ ସାମ୍ବାଦିକ ସମେତ ତିନି ସାମ୍ବାଦିକଙ୍କୁ ମାଡ

ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ଶ୍ରୀଗୁଫୱାରା ଅଞ୍ଚଳରେ ଗୁରୁବାର ଇଟିଭି ଭାରତ ସାମ୍ବାଦିକଙ୍କ ସମେତ ତିନିଜଣ ସାମ୍ବାଦିକଙ୍କୁ ପୋଲିସ ମାଡ ମାରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଇଟିଭି ଭାରତ ସାମ୍ବାଦିକଙ୍କ ସମେତ ତିନିଜଣ ସାମ୍ବାଦିକଙ୍କୁ ପୋଲିସର ମାଡ

author img

By

Published : Dec 11, 2020, 8:33 AM IST

ଶ୍ରୀନଗର: ଇଟିଭି ଭାରତ ସାମ୍ବାଦିକଙ୍କ ସମେତ ତିନିଜଣ ସାମ୍ବାଦିକଙ୍କୁ ମାଡ ମାରିଲେ ଦକ୍ଷିଣ ଜାମ୍ମୁକାଶ୍ମୀର ପୋଲିସ । ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ଶ୍ରୀଗୁଫୱାରା ଅଞ୍ଚଳରେ ଗୁରୁବାର ଇଟିଭି ଭାରତ ସାମ୍ବାଦିକଙ୍କ ସମେତ ତିନିଜଣ ସାମ୍ବାଦିକଙ୍କୁ ପୋଲିସ ମାରିଛନ୍ତି।

ଇଟିଭି ଭାରତର ସାମ୍ବାଦିକ ଫାୟାଜ ଅହମ୍ମଦ ଲୋଲୁ କହିଛନ୍ତି ଯେ, ମୁଁ ଏବଂ ଅନ୍ୟ ଦୁଇ ସାମ୍ବାଦିକ ମୁଦାସୀର କାଦ୍ରି ଏବଂ ଜୁନାଦ ରାଫିକ୍ ଡ୍ୟୁଟି କରୁଥିଲୁ । ମୁଁ ଗୁପକାର ଡିକ୍ଲାରେସନ(PAGD) ପ୍ରାର୍ଥୀଙ୍କ ପାଇଁ ଏକ ସ୍ଥାନୀୟ ଲୋକଠାରୁ ବାଇଟ୍ ନେଉଥିଲି । ଯିଏ ଭୋଟ୍ ଦେବାକୁ ଅନୁମତି ପାଇନଥିଲେ। ଯେତେବେଳେ ମୁଁ ସରକାରୀ ସଂସ୍କରଣ ପାଇଁ ପୋଲିସ ସହିତ ଯୋଗାଯୋଗ କଲି । ସେତେବେଳେ ସେମାନେ ଆମକୁ ମାଡ ମାରିଥିଲେ। ପୋଲିସ ଆମଠାରୁ ଆମ ଉପକରଣ ମଧ୍ୟ ଛଡାଇ ନେଇଥିବା ସାମ୍ବାଦିକ ଅଭିଯୋଗ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଘଟଣାରେ ଜୁନାଦ ଚେତାଶୂନ୍ୟ ହୋଇ ଶ୍ରୀଗୁଫୱାରା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ଆଇଜିପି କାଶ୍ମୀର ବିଜୟ କୁମାର କହିଛନ୍ତି ଯେ, ସେ ପ୍ରକୃତ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଏକ ବିବୃତ୍ତିରେ କାଶ୍ମୀର ପ୍ରେସ କ୍ଲବ କହିଛି ଯେ, ଏହି ଘଟଣା ଦୁର୍ଭାଗ୍ୟଜନକ ଅଟେ । ଆମେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଦାବି କରୁଛୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.