ETV Bharat / bharat

7PM TOP NEWS: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବଡ ଖବର

ନଜର ପକାନ୍ତୁ 7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Aug 12, 2022, 7:03 PM IST

1. ସୁବର୍ଣ୍ଣରେଖା ଓ ଦେଓ ମେଗା ଜଳସେଚନ ପ୍ରକଳ୍ପକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରି ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଉଦଘାଟନ କରିଛନ୍ତି । ସେହିପରି କରଞ୍ଜିଆ ଦେଓ ଜଳସେଚନ ପ୍ରକଳ୍ପକୁ ବାରିପଦା ଠାରେ ଭର୍ଚୁଆଲ ମୋଡରେ ଉଦଘାଟନ କରିଛନ୍ତି । ଏହାସହ ଜିଲ୍ଲାର ଅନେକ ବିକାଶମୂଳକ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ।

2. ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ବିଜେତାଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ ପଦକ ବିଜେତାଙ୍କୁ ଆସନ୍ତାକାଲି ସମ୍ମାନିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ ହେବ ।

3. ବେଷ୍ଟ ଇନଭେଷ୍ଟିଗେସନ ପାଇଁ ସମ୍ମାନିତ ହେବେ ୪ ଓଡ଼ିଆ ଅଫିସର

୨୦୨୨ର ବେଷ୍ଟ ଇନଭେଷ୍ଟିଗେସନ ଅଫିସର ଭାବେ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ସମ୍ମାନିତ ହେବେ ୪ ଓଡ଼ିଆ ଅଫିସର ।

4. ୨୪ ଘଣ୍ଟାରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ, ୧୩ ଜିଲ୍ଲାକୁ ବର୍ଷା ଆଲର୍ଟ

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ । ଏହା ପ୍ରଭାବରେ ୧୩ ଓ ୧୪ ତାରିଖରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।

5. କହ୍ନେୟାଲାଲ୍‌ ସାହୁ ହତ୍ୟାକାଣ୍ଡ, ନବମ ଅଭିଯୁକ୍ତକୁ ଗିରଫ କଲା NIA

କହ୍ନେୟାଲାଲ୍‌ ସାହୁଙ୍କ ନିର୍ମମ ହତ୍ୟାକାଣ୍ଡରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି NIA । ଏପର୍ଯ୍ୟନ୍ତ ୯ ଅଭିଯୁକ୍ତଙ୍କୁ ଗିରଫ ହୋଇ ସାରିଲେଣି ।

6. ପିପିଲିରେ ଓଲଟିଲା ଶାରଳା ବସ୍‌, ଭୁବନେଶ୍ବରରୁ ଯାଉଥିଲା ଅସ୍ତରଙ୍ଗ

ପୁରୀ-ପିପିଲି ଟୋଲଗେଟ ନିକଟରେ ଓଲଟିଲା ବସ୍‌ । ଭୁବନେଶ୍ବରରୁ ଅସ୍ତରଙ୍ଗ ଯାଉଥିବା ଶାରଳା ନାମକ ଏକ ଘରୋଇ ବସ ଓଲଟିବା ଫଳରେ ହେଲପରଙ୍କର ମୃତ୍ୟୁ ଘଟିଛି । ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ।

7. Har Ghar Triranga, ବସ୍ତିକୁ ପତାକା ପଠାଇଲା କମିଶନରେଟ ପୋଲିସ

ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବସ୍ତିକୁ ପତାକା ପଠାଇଲା କମିଶନରେଟ ପୋଲିସ । ପାରାଦ୍ୱୀପ ଫସଫେଟ ଲିମିଟେଡ଼ ଏଥିରେ ପୋଲିସକୁ ସାହାଯ୍ୟ କରିଛି ।

8. Victorial Memorial ଉପରେ ଉଡିଲା ଡ୍ରୋନ, ୨ ବାଲାଂଦେଶୀ ପର୍ଯ୍ୟଟକ ଗିରଫ

କୋଲକାତା ଭିକ୍ଟୋରିଆ ମେମୋରିଆଲ ଉପରେ ଉଡିଲା ଡ୍ରୋନ । ବନ୍ଧା ହେଲେ ୨ ବାଂଲାଦେଶୀ ପର୍ଯ୍ୟଟକ ।

9. ତିରୁମାଲା ଯାତ୍ରା ପାଞ୍ଚଦିନ ସ୍ଥଗିତ ପାଇଁ TTDର ଅପିଲ୍‌

ଗୁରୁବାର ଠାରୁ ଆସନ୍ତା ସୋମବାର ପର୍ଯ୍ୟନ୍ତ କ୍ରମାଗତ ଛୁଟି ଦିନ ରହିଛି । ତେଣୁ ମନ୍ଦିରରେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ତିରୁମାଲା ତିରୁପତି ଦେବସ୍ଥାନମ୍ ଟ୍ରଷ୍ଟ (TTD) ପକ୍ଷରୁ ତିରୁମାଲା ଯାତ୍ରାଙ୍କୁ ସ୍ଥଗିତ ରଖିବା ପାଇଁ ନିଷ୍ପତି ନିଆଯାଇଛି ।

10. ଗୁଜବ ବଏଫ୍ରେଣ୍ଡ ସିଦ୍ଧାର୍ଥଙ୍କୁ ଏ କଣ କହିଗଲେ କିଆରା

ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ ଦୀର୍ଘ ଦିନ ଧରି ଉଭୟ ନିଜ ରିଲେସନସିପ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି । ବର୍ତ୍ତମାନ ଉଭୟଙ୍କ ଚିଟ୍-ଚାଟ୍ ଭାଇରାଲ୍ ହେଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.