ETV Bharat / bharat

Etv Bharat Kerala: ବେଷ୍ଟ କଭରେଜ ଆଓ୍ବାର୍ଡ, ସମ୍ମାନିତ ହେଲା ଇଟିଭି ଭାରତ କେରଳ - ସମ୍ମାନିତ ହେଲା ଇଟିଭି ଭାରତ

ବେଷ୍ଟ କଭରେଜ ଆଓ୍ବାର୍ଡରେ ସମ୍ମାନିତ ହେଲା ଇଟିଭି ଭାରତ କେରଳ (ମାଲାୟାଲମ)। ଅଧିକ ପଢନ୍ତୁ

Etv bharat Kerala: ବେଷ୍ଟ କଭରେଜ ଆଓ୍ବାର୍ଡରେ ସମ୍ମାନିତ ହେଲା ଇଟିଭି ଭାରତ କେରଳ

author img

By

Published : May 27, 2023, 10:56 PM IST

Updated : May 27, 2023, 11:04 PM IST

Etv Bharat Kerala: ବେଷ୍ଟ କଭରେଜ ଆଓ୍ବାର୍ଡ, ସମ୍ମାନିତ ହେଲା ଇଟିଭି ଭାରତ କେରଳ

ଥିରୁଅନନ୍ତପୁରମ୍: ବେଷ୍ଟ କଭରେଜ ଆଓ୍ବାର୍ଡରେ ସମ୍ମାନିତ ହେଲା ଇଟିଭି ଭାରତ କେରଳ (ମାଲାୟାଲମ)। ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ନେତୃତ୍ବାଧୀନ ଲେଫ୍ଟ ଡେମୋକ୍ରାଟିକ୍ ଫ୍ରଣ୍ଟ (LDF) ସରକାରର ଦ୍ୱିତୀୟ ବାର୍ଷିକୀ ପାଳନ ଅବସରରେ ଆୟୋଜିତ ହୋଇଥିବା ‘ଏନ୍ତେ କେରଳ’ ଏକ୍ସପୋ ଶୀର୍ଷକ ରାଜ୍ୟସ୍ତରୀୟ ପ୍ରଦର୍ଶନୀ କାର୍ଯ୍ୟକ୍ରମର ଉତ୍କର୍ଷ କଭରେଜ୍ ପାଇଁ ଇଟିଭି ଭରତ କେରଳର (ମାଲାୟାଲମ୍) ପୋର୍ଟାଲର ଥିରୁଅନନ୍ତପୁରମ ବ୍ୟୁରୋକୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି । କାର୍ଯ୍ୟକ୍ରମର ବିସ୍ତୃତ ଓ ଉଚ୍ଚକୋଟିର କଭରେଜ ପାଇଁ ଇଟିଭି ଭରତ ଏହି ରାଜ୍ୟ ସରକାରଙ୍କ ଏହି ପୁରସ୍କାରରେ ସମ୍ମାନିତ ହୋଇଛି ।

ଆଜି (ଶନିବାର) ସରକାରଙ୍କ ବାର୍ଷିକ ଉତ୍ସବ ରାଜଧାନୀ ଥିରୁଅନନ୍ତପୁରମର ନିଶାଗାନ୍ଦି ଅଡିଟୋରିୟମରେ ଆୟୋଜିତ ହୋଇଥିଲା । ଏକ କାର୍ଯ୍ୟକ୍ରମରେ ବିଧାୟକ ଭି.କେ ପ୍ରଶାନ୍ତ ଏହି ପୁରସ୍କାର ପ୍ରଦାନ କରିଥିଲେ । ଇଟିଭି ଭାରତ କେରଳର ସାମ୍ବାଦିକ ସୋରାଜ ସୁରେନ୍ଦ୍ରନ୍, ରମିଜ୍ ମହମ୍ମଦ ଏବଂ ଜି.ନନ୍ଦନ ଇଟିଭି ଭାରତ ପକ୍ଷରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

ବିଜୟନ ନେତୃତ୍ବାଧୀନ LDF ସରକାରର ଦ୍ୱିତୀୟ ବାର୍ଷିକୀ ପାଳନ ଅବସରରେ ଆୟୋଜିତ ହୋଇଥିବା ‘ଏନ୍ତେ କେରଳ’ ଏକ୍ସପୋ କାର୍ଯ୍ୟକ୍ରମରେ, ବିଭିନ୍ନ ସରକାରୀ ବିଭାଗର ସେବା ତଥା କାର୍ଯ୍ୟକଳାପକୁ ଦର୍ଶାଉଥିବା ଷ୍ଟଲଗୁଡିକ ପ୍ରଦର୍ଶିତ ହୋଇଥିଲା । ଏଥିରେ ସରକାରଙ୍କ ବିଭିନ୍ନ ଯୋଜନା ଓ ମିଶନ ସମେତ ଏକାଧିକ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା । ସେହିପରି 2018 ରେ କେରଳରେ ଆସିଥିବା ଭୟାବହ ବନ୍ୟା ସମୟରେ ରାଜ୍ୟ ଅଗ୍ନିଶମ ଓ ଅନ୍ୟ ଜରୁରୀ ବିଭାଗ ଦ୍ୱାରା କରାଯାଇଥିବା ଉଦ୍ଧାର କାର୍ଯ୍ୟ, ବିଭିନ୍ନ ଉଦ୍ଧାର କାର୍ଯ୍ୟରେ ବ୍ୟବହୃତ ଆଧୁନିକ ଉପକରଣ ଏବଂ ଜରୁରୀକାଳୀନ ପରିସ୍ଥିତିରେ ଲୋକଙ୍କୁ ଉଦ୍ଧାର କରିବାର ପ୍ରଣାଳୀ ଆଦି ମେଳାରେ ପ୍ରଦର୍ଶିତ ହେବାକୁ ସ୍ଥାନ ପାଇଥିଲା ।

ପୋଲିସ ବିଭାଗର ଡ୍ରୋନ୍, ବନ୍ଧୁକ ସମେତ ଅସ୍ତ୍ରଶସ୍ତ୍ର, ମହିଳାଙ୍କ ପାଇଁ ଆତ୍ମରକ୍ଷା, ଜେଲ ବିଭାଗର ବିଭିନ୍ନ ଯୋଜନା, କାରାଗାରରେ ଥିବା ସମୟରେ ମୁଖ୍ୟମନ୍ତ୍ରୀ ବିଜୟନଙ୍କ ସମେତ ଅନ୍ୟ ରାଜନୈତିକ କଏଦୀଙ୍କ ଚିଠି ଏବଂ କଲ୍ୟାଣମୂଳକ କାର୍ଯ୍ୟ ମଧ୍ୟ ପ୍ରଦର୍ଶନୀରେ ସାମିଲ ହୋଇଥିଲା । ସେହିପରି ବୈଜ୍ଞାନିକ ଜ୍ଞାନ ଉପରେ କେରଳ ରାଜ୍ୟ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ସଂଗ୍ରହାଳୟ ଏବଂ ପ୍ରିୟଦର୍ଶିନୀ ପ୍ଲାନେଟୋରିୟମର କାରଭାନ ଏହି ଷ୍ଟଲଗୁଡିକ ମଧ୍ୟ ପ୍ରଦର୍ଶନୀ ମେଳାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଏହାର ଉତ୍କର୍ଷ ଖବର ସଂଗ୍ରହ ଓ ପ୍ରସାରଣ କରି ସରକାରଙ୍କ ଦ୍ବାରା ସମ୍ମାନିତ ହୋଇଛି ଅଗ୍ରଣୀ ଡିଜିଟାଲ ନ୍ୟୁଜ ଇଟିଭି ଭାରତ କେରଳ (ମାଲାୟଲାମ) ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 27, 2023, 11:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.