ETV Bharat / bharat

ଇଟିଭି ବାଲ୍ୟ ଭାରତ, ଆଜିଠୁ ଆପଣଙ୍କ ଟିଭି ପରଦାରେ - କିଡ ସୋ

ବିଭିନ୍ନ ଭାଷାରେ ଆପଣଙ୍କ ଟିଭି ପରଦାରେ ଦେଖିବାକୁ ମିଳିବ ‘ଇଟିଭି ବାଲ୍ୟ ଭାରତ ’ । ଆଜି(ମଙ୍ଗଳବାର) ଏହା ଲଞ୍ଚ ହେବାକୁ ଥିବାବେଳେ ଏଥିରେ ରହିଛି ପିଲାଙ୍କୁ ଆକୃଷ୍ଟ କରିବା ଭଳି ନାନାପ୍ରକାର ‘ସୋ’ । ଦେଖନ୍ତୁ ଆଉ ଏହାର ଆନନ୍ଦ ନିଅନ୍ତୁ..

ଇଟିଭି ବାଲ୍ୟ ଭାରତ, ଆଜିଠୁ ଆପଣଙ୍କ ଟିଭି ପରଦାରେ

author img

By

Published : Apr 26, 2021, 5:38 PM IST

Updated : Apr 27, 2021, 7:34 AM IST

ଏବେ ହସିବେ ଆଉ ଶିଖିବେ ଆପଣଙ୍କ ଛୁଆ । ମନପସନ୍ଦର କାର୍ଟୁନ ଦେଖିବାରେ ବିତିବ ସେମାନଙ୍କ ବୋରିଂ ସମୟ । ଆଜି(ମଙ୍ଗଳବାର)ଠାରୁ ଆପଣଙ୍କ ଟିଭି ପରଦାରେ ଆସୁଛି ପ୍ରଥମ ଓଡିଆ କାର୍ଟୁନ ଚ୍ୟାନେଲ ‘ଇଟିଭି ବାଲ୍ୟ ଭାରତ ’।

ବିଭିନ୍ନ ବିଷୟବସ୍ତୁ ସହିତ ଏହି ଟେଲିଭିଜନ ଚ୍ୟାନେଲ ପିଲାମାନଙ୍କୁ ମନୋରଞ୍ଜନ କରାଇବା ସହ ସେମାନଙ୍କୁ ନିଜ ମାତୃଭାଷା ପ୍ରତି ବଢାଇବ ଆଗ୍ରହ । ପିଲାମାନଙ୍କର ଉତ୍ସାହକୁ ଅନୁସନ୍ଧାନ କରି ‘ଇଟିଭି ବାଲ୍ୟ ଭାରତ’ ଦେବ ଆନିମେଟେଡ୍ ସିରିଜ୍ ଏବଂ କାର୍ଟୁନ୍ ସହିତ ଉତ୍ତମ ଏବଂ ରୋମାଞ୍ଚକର ବିଷୟବସ୍ତୁ । ଯାହାକୁ ଦେଖି ପିଲାଏ ହସିହସି ହେବେ ବେଦମ ।

‘ଅଭିମନ୍ୟୁ’ଭଳି ଷ୍ଟାଇଲିସ୍- କଥା କୁହା ଆନିମେସନ୍ ସିରିଜ ଡିଜାଇନ କରାଯାଇଛି । ବାଲ୍ୟ ଜୀବନକୁ ଉପଭୋଗ କରିବା ପାଇଁ ଏବଂ କୌତୁହଳ ଉତ୍ସାହ ପ୍ରଦାନ ପାଇଁ ଇଟିଭି କରିଛି ଏଭଳି ପ୍ରୟାସ । ଏହାର ମଜାଦାର ଆନିମେସନ ଓ ଲାଇଭ ଆକ୍ସନର ରୋମାଞ୍ଚକର ମିକ୍ଚର ପିଲାଙ୍କୁ ଦେବ ଅସୀମ ଆନନ୍ଦ ।

କୌତୁହଳପୂର୍ଣ୍ଣ କାହାଣୀ ସାଙ୍ଗକୁ ଆକର୍ଷଣୀୟ-ମନମୋହୋକ ଚରିତ୍ର ମାଧ୍ୟମରେ ଦୁଃସାହାସିକ, ଆକ୍ସନ ,କମେଡି ଭଳି ସବୁର ମିଶ୍ରିତ ପ୍ୟାକେଜ ଦେବ ‘ଇଟିଭି ବାଲ୍ୟ ଭାରତ ’ । ବିଭିନ୍ନ ଧାରାକୁ ଅନୁସନ୍ଧାନ କରିବା ସମୟରେ ସମସ୍ତ ଅଞ୍ଚଳର ମହକ ଓ ମୂଲ୍ୟବୋଧ କୁ ତାର ‘ସୋ’ରେ ପ୍ରତିଫଳିତ କରିବା ପାଇଁ ଚେଷ୍ଟା କରିଛି ଏହି ଚ୍ୟାନେଲ ।

ହାଇଦ୍ରାବାଦ ସ୍ଥିତ ETV ନେଟୱର୍କର ପାର୍ଟ ‘ଇଟିଭି ବାଲ୍ୟ ଭାରତ ’ । ଇଟିଭି ନେଟୱର୍କ ଏକ ଆଞ୍ଚଳିକ ସାଟେଲାଇଟ ଟେଲିଭିଜନ ଏବଂ ଆଗଧାଡିର ଗଣମାଧ୍ୟମ ସହ ମନୋରଞ୍ଜନ ବ୍ରାଣ୍ଡ । ଏହାର ଏକ ଶାଖା ଭାବେ ‘ଇଟିଭି ବାଲ୍ୟ ଭାରତ’ ପ୍ରମୁଖ ଭାରତୀୟ ଭାଷାରେ ଉପଲବ୍ଧ । ଏହା ଓଡିଆ ସମେତ ଅହମୀୟା, ବେଙ୍ଗଲ, ଗୁଜୁରାଟ, ହିନ୍ଦୀ, କନ୍ନଡ, ମରାଠୀ, ମାଲାୟଲମ , ପଞ୍ଜାବୀ , ତେଲୁଗୁ ,ତାମିଲ , ଇଂରାଜୀ ଭାଷାରେ ଆସିବ ।

Last Updated : Apr 27, 2021, 7:34 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.