ETV Bharat / bharat

କର୍ଣ୍ଣାଟକ ବିଜେପି ନେତାଙ୍କ ଲାଉଡ ସ୍ପିକର ମନ୍ତବ୍ୟକୁ ନେଇ ବିବାଦ

author img

By

Published : Mar 13, 2023, 5:27 PM IST

ବିବାଦରେ କର୍ଣ୍ଣାଟକ ବିଜେପି ନେତାଙ୍କ ଲାଉଡସ୍ପିକର ବୟାନ । ରାଜନୈତିକ ବୟାନବାଜୀ ଆରମ୍ଭ । ଅଧିକ ପଢନ୍ତୁ

କର୍ଣ୍ଣାଟକ ବିଜେପି ନେତାଙ୍କ ଲାଉଡ ସ୍ପିକର ମନ୍ତବ୍ୟକୁ ନେଇ ବିବାଦ
କର୍ଣ୍ଣାଟକ ବିଜେପି ନେତାଙ୍କ ଲାଉଡ ସ୍ପିକର ମନ୍ତବ୍ୟକୁ ନେଇ ବିବାଦ

ବେଙ୍ଗାଲୁରୁ: ଦକ୍ଷିଣର ଏକମାତ୍ର ବିଜେପି ଶାସିତ ରାଜ୍ୟ କର୍ଣ୍ଣାଟକରେ କ୍ରମାଗତ ଦେଖିବାକୁ ମିଳୁଛି ଗୋଟିଏ ପରେ ଗୋଟିଏ ସାମ୍ପ୍ରଦାୟିକ ବିବାଦ । ହିଜାବ ବିବାଦ ଏବେ କୋର୍ଟରେ ବିଚାରାଧୀନ ଥିବା ବେଳେ, ଏବେ ଜଣେ ବରିଷ୍ଠ ବିଜେପି ନେତାଙ୍କ ଲାଉଡସ୍ପିକର ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି । ରାଜ୍ୟ ବିଜେପିର ବରିଷ୍ଠ ନେତା କେ.ଏସ ଇଶ୍ବରପ୍ପାଙ୍କ ଲାଉଡସ୍ପିକରକୁ ନେଇ ମନ୍ତବ୍ୟ ଏବେ ରାଜ୍ୟ ରାଜନୀତିରେ ପୁଣି ସାମ୍ପ୍ରଦାୟିକ ଉଷ୍ମତା ବଢାଇଛି ।

ଅଭିଯୋଗ ଓ ଚର୍ଚ୍ଚା ଅନୁସାରେ, ଇଶ୍ବରପ୍ପା କହିଥିଲେ ଆଲ୍ଲା ବଧିର ତେଣୁ ତାଙ୍କୁ ପ୍ରାର୍ଥନା ଶୁଣିବା ପାଇଁ ଲାଉଡସ୍ପିକରର ଆବଶ୍ୟକତା ପଡୁଛି । ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ ଇଶ୍ବରପ୍ପା କହିଥିଲେ, ଲାଉଡସ୍ପିକର କାରଣ ପାଇଁ ସେ ମୁଣ୍ଡବିନ୍ଧାର ଶିକାର ହେଉଛନ୍ତି । ଆଜନ ସମୟରେ ଆଲ୍ଲାଙ୍କୁ ଡାକିବା ପାଇଁ ଲାଉଡସ୍ପିକରର ଆବଶ୍ୟକତା କାହିଁକି ? ଯଦି ଆଲ୍ଲା କେବଳ ଲାଉଡସ୍ପିକର ମାଧ୍ୟମରେ ହିଁ ପ୍ରାର୍ଥନା ଶୁଣିବେ, ତେବେ ସେ ବଧିର ।

ପୂର୍ବରୁ ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ସମେତ କିଛି ରାଜ୍ୟରେ ଲାଉଡସ୍ପିକରକୁ ନେଇ ବିବାଦ ଦେଖାଯାଇ ସାରିଛି । ଏବେ ଇଶ୍ବରପ୍ପାଙ୍କ ମନ୍ତବ୍ୟ ସାମ୍ନାକୁ ଆସିବା ପରେ କର୍ଣ୍ଣାଟକରେ ମଧ୍ଯ ଉତ୍ତେଜନା ଦେଖିବାକୁ ମିଳୁଛି । ନିର୍ଦ୍ଦିଷ୍ଟ ଗୋଷ୍ଠୀ ଏହାକୁ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଆକ୍ଷେପମୂଳକ ମନ୍ତବ୍ୟ କହି ଇଶ୍ବରପ୍ପାଙ୍କୁ ସମାଲୋଚନା କରୁଥିବା ବେଳେ ଅପର ଗୋଷ୍ଠୀ ଲାଉଡସ୍ପିକର ଫଳରେ ଧାରାରଣ ଜନତା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ।

ସାଧାରଣ ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଲାଉଡ ସ୍ପିକର ଉପରେ ସର୍ବୋଚ୍ଚ କୋର୍ଟ ମଧ୍ୟ ନିର୍ଦ୍ଦିଷ୍ଟ କଟକଣା ଜାରି କରିଥିଲେ । ରାତି 10ଟାରୁ ସକାଳ 6ଟା ମଧ୍ୟରେ ଯେକୌଣସି ପ୍ରକାର ଲାଉଡସ୍ପିକରର ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ ଘୋଷଣା କରାଯାଇଥିଲା । କିଛି ବର୍ଷ ପରେ ଏହି ନିର୍ଦ୍ଦେଶକୁ ଆଶିଂକ ସଂଶୋଧିତ କରିଥିଲେ ସର୍ବୋଚ୍ଚ କୋର୍ଟ । ବର୍ଷରେ ମାତ୍ର 15 ଦିନ ଓ କେବଳ ପର୍ବ ସମୟରେ ମଧ୍ଯରାତ୍ରି ପର୍ଯ୍ୟନ୍ତ ଲାଉଡ ସ୍ପିକର ବ୍ୟବହାର ନେଇ କୋର୍ଟ ଅନୁମତି ଦେଇଥିଲେ ।

ଆଜାନରେ ଲାଉଡସ୍ପିକର ବ୍ୟବହାର ଦ୍ବାରା ଅନ୍ୟ ସମ୍ପ୍ରଦାୟର ଭାବାବେଗକୁ ଆଘାତ ପହଞ୍ଚୁଥିବା ନେଇ ଦାଖଲ ହୋଇଥିବା ଜନସ୍ବାର୍ଥ ମାମଲାକୁ କର୍ଣ୍ଣାଟକ ହାଇକୋର୍ଟ ଖାରଜ କରିଦେଇଥିଲେ । ଆଜାନରେ ଲାଉଡସ୍ପକର ବ୍ୟବହାର ଅନ୍ୟ ସମ୍ପ୍ରଦାୟର ମୌଳିକ ଅଧିକାର କ୍ଷୂର୍ଣ୍ଣ କରିଥିବା ଅଭିଯୋଗକୁ ଗ୍ରହଣ କରାଯାଇପାରିବ ନାହିଁ ବୋଲି କୋର୍ଟ କହିଥିଲେ । ସେହିପରି ଭାରତ ପରି ବିବିଧ ସମାଜରେ ସହନଶୀଳତା ହିଁ ସାମ୍ବିଧାନିକ ବୈଶିଷ୍ଟ୍ୟ ବୋଲି ମଧ୍ୟ କୋର୍ଟ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.