ETV Bharat / bharat

Cheetah Oban: 5 ଦିନ ଗାଁ ବୁଲିବା ପରେ କୁନୋ ଫେରିଲା ଚିତା ଓବାନ

author img

By

Published : Apr 7, 2023, 12:42 PM IST

୫ ଦିନ ପରେ କୁନୋ ଜାତୀୟ ଉଦ୍ୟାନ ଫେରିଲା ଖସି ପଳାଇଥିବା ଅଣ୍ଡିରା ଚିତା ଓବାନ୍ । ଅଧିକ ପଢନ୍ତୁ

କୁନୋ ଫେରିଲା ଖସି ପଳାଇ ଯାଇଥିବା ଚିତା ଓବାନ୍
କୁନୋ ଫେରିଲା ଖସି ପଳାଇ ଯାଇଥିବା ଚିତା ଓବାନ୍

ଭୋପାଳ: ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରୁ ଖସି ପଳାଇଥିବା ଅଣ୍ଡିରା ନାମିବ୍ୟା ଚିତା ଓବାନ୍ ଧରାପଡିଛି । ୫ ଦିନ ପରେ ଗତକାଲି(ଗୁରୁବାର) ଶିବପୁରୀ ଜିଲ୍ଲାର ଗୋଟିଏ ଗାଁରେ ବୁଲାବୁଲି କରୁଥିବାବେଳେ ତାକୁ ଠାବ କରାଯାଇଥିଲା । ଏହାପରେ ଆଜି ଓବାନ୍‌କୁ କୁନୋ ଜାତୀୟ ଉଦ୍ୟାନକୁ ଅଣାଯାଇଥିବା ସୂଚନା ମିଳିଛି । ଅନ୍ୟପଟେ ମାଇ ଚିତା ଆଶା ଗତ ୪ ଦିନ ହେଲା ବଫର ଜୋନ ସଂରକ୍ଷିତ ଜଙ୍ଗଲରେ ବୁଲାବୁଲି କରୁଥିବାର ଦେଖିବାକୁ ମିଳୁଛି ।

ସୂଚନା ମୁତାବକ, ଓବାନ୍ ଜାତୀୟ ଉଦ୍ୟାନ ସୀମା ପାର୍ ହୋଇ ପଳାଇ ଯାଇଥିଲା । ଏହାପରେ ଗତକାଲି ଅପରାହ୍ନରେ ଶିବପୁରୀ ଜିଲ୍ଲାର ଗୋଟିଏ ଜଙ୍ଗଲରେ ତାକୁ ଠାବ କରାଯାଇଥିଲା । ଅପରାହ୍ନ ପ୍ରାୟ ୪ରୁ ୫ଟା ସମୟରେ ବୈରାଦ ଗାଁ ନିକଟ ଜଙ୍ଗଲରୁ ଓବାନକୁ ଧରାଯାଇ କୁନୋ ଜାତୀୟ ଉଦ୍ୟାନର ପାଲପୁର ଜଙ୍ଗଲରେ ଛଡା ଯାଇଛି । କୁନୋ ବନ୍ୟପ୍ରାଣୀ ଡିଭିଜନ ଜିଲ୍ଲା ବନ ବିଭାଗ ଅଧିକାରୀ ପ୍ରକାଶ କୁମାର ବର୍ମା ଏନେଇ ସୂଚନା ଦେଇଛନ୍ତି । ଚିତା ଧରାପଡିବା ପରେ ସ୍ଥାନୀୟ ଲୋକେ ଏବେ ଆଶ୍ବସ୍ତ ହୋଇଛନ୍ତି ।

ନାମିବ୍ୟାରୁ ଅଣାଯାଇଥିବା ଚିତାଗୁଡିକ ମଧ୍ୟରୁ ଓବାନ୍ ଅନ୍ୟତମ । ତାକୁ ସିଓପୁର ଜିଲ୍ଲାସ୍ଥିତ କୁନୋ ଜାତୀୟ ଉଦ୍ୟାନରୁ ତାକୁ ଛଡା ଯାଇଥିଲା । ମିଳିଥିବା ସୂଚନା ଅନୁସାରେ, ଏପ୍ରିଲ ୨ ତାରିଖରେ ଓବାନ ଉଦ୍ୟାନ ଅଞ୍ଚଳରୁ ବାହାରି ୨୦ କିଲୋମିଟର ଦୂର ଝର ବରୋଦ ଗାଁକୁ ପଳାଇ ଯାଇଥିଲା । ତାର ଗତିବିଧି ଉପରେ ବନ ବିଭାଗ ତୀକ୍ଷ୍ମ ନଜର ରଖିଥିଲା । କିନ୍ତୁ ୪ ଦିନ ବିତିବା ପରେ ଯେତେବେଳେ ସେ ଆଉ ଜାତୀୟ ଉଦ୍ୟାନ ଫେରିବା ନେଇ କୌଣସି ସଙ୍କେତ ନମିଳିଲା ସେତେବେଳେ ବନ ବିଭାଗ କର୍ତ୍ତୃପକ୍ଷ ତାଙ୍କୁ ଧରିବା ପାଇଁ ଅପରେସନ ଆରମ୍ଭ କରିଥିଲେ । ଗତକାଲି ଜାତୀୟ ଉଦ୍ୟାନ ସୀମା ବାହାରେ ଓବାନକୁ ଟ୍ରେସ୍ କରାଯାଇଥିଲା । ଏହାପରେ ଚିତା ମନିଟରିଂ ଟିମ୍ ସେଠାକୁ ଯାଇଥିଲେ ।

ଏହାମଧ୍ୟ ପଢନ୍ତୁ: ମୋଦିଙ୍କ ପାଠପଢା ଉପରେ ପ୍ରଶ୍ନ ଉଠାଇଲେ ସିସୋଦିଆ, କମ୍ ଶିକ୍ଷିତ ପ୍ରଧାନମନ୍ତ୍ରୀ ଦେଶ ପାଇଁ ବିପଦ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତବର୍ଷ ସେପ୍ଟେମ୍ବର ୧୭ରେ ନାମିବ୍ୟାରୁ ଆସିଥିବା ୮ଟି ଚିତାବାଘକୁ ପ୍ରଧାନମନ୍ତ୍ରୀ କୁନୋ ଜାତୀୟ ଉଦ୍ୟାନରେ ଛାଡିଥିଲେ । ୮ ଚିତାରୁ ୫ଟି ମାଇ ଓ ୩ଟି ଅଣ୍ଡିରା ଥିଲେ ।

ଏହାମଧ୍ୟ ପଢନ୍ତୁ: ସିଲିଣ୍ଡର ବିସ୍ଫୋରଣ ପରେ ଭୟାବହ ଅଗ୍ନିକାଣ୍ଡ, 4 ଶିଶୁ ଜୀବନ୍ତ ଦଗ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.