ରାୟପୁର: ସ୍ବାସ୍ଥ୍ୟସେବା ନାଁରେ ନିରୀହ ଆଦିବାସୀଙ୍କୁ ଶୋଷଣ । ଏଭଳି କିଛି ଅଭିଯୋଗ ଛତିଶଗଡର କୋରବା ଜିଲ୍ଲାରୁ ଆସିଛି । ସାଟେରେଙ୍ଗା ଗାଁର କୋରବା ସମ୍ପ୍ରଦାୟର ଜଣେ ଆଦିବାସୀ ମହିଳାଙ୍କ ହାତ ଭାଙ୍ଗିଯିବା ପରେ ସେ ସରକାରୀ ମେଡିକାଲ କଲେଜ ଯାଇଥିଲେ । ଆଶ୍ଚର୍ଯ୍ୟର କଥା, ଡାକ୍ତରଖାନାର କର୍ତ୍ତୃପକ୍ଷ ତାଙ୍କୁ ଏକ ଘରୋଇ ଡାକ୍ତରଖାନା ଯିବାକୁ ପରାମର୍ଶ ଦେଇଥିଲେ। ସେହି ବେସରକାରୀ ଡାକ୍ତରଖାନାରେ ଅପରେସନ୍ ନାମରେ ମହିଳା ଜଣଙ୍କ ତିନି ଦିନ ଭର୍ତ୍ତି ହୋଇଥିଲେ ।
ସେପଟେ ଭୋକଶୋଷରେ ଡାକ୍ତରଖାନା ପରିସରରେ ସେ ପ୍ରାଣ ହରାଇଥିବା ଅଭିଯୋଗ ହୋଇଥିଲା । ସରକାରୀ ଡାକ୍ତରଖାନାରୁ ଏକ ଘରୋଇ ଡାକ୍ତରଖାନାକୁ ପଠାଯାଇଥିବା ଅନ୍ୟ ଜଣେ ମହିଳା ମଧ୍ୟ ଚିକିତ୍ସା ଅଭାବରୁ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଅଭିଯୋଗ ହୋଇଥିଲା । ଏହି ଦୁଇ ଘଟଣା ନୁହେଁ, ଗତ ତିନି ବର୍ଷ ମଧ୍ୟରେ ଛତିଶଗଡରେ ୩୧୧୨ ଜଣ ଆଦିବାସୀ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି , ଯାହା ସରକାରୀ ସ୍ବାସ୍ଥ୍ୟସେବାର ବାସ୍ତବ ଚିତ୍ରକୁ ପଦାରେ ପକାଇଛି ।
ଆଦିବାସୀ ମନ୍ତ୍ରଣାଳୟର ସୂଚନାନୁସାରେ, ଛତିଶଗଡର ଆଦିବାସୀ ପ୍ରାଧାନ୍ୟ ଜିଲ୍ଲା, ବଳରାମପୁର, ବସ୍ତର, ବିଜାପୁର, ଦାନ୍ତେୱାଡା, ଯଶପୁର, କାଁକେର, କୋଣ୍ଡାଗାଁ, କୋରବା, କୋରିଆ, ନାରାୟଣପୁର, ସୁକମା, ସୁରଜପୁର ଏବଂ ସୁରଗୁଜା ମଧ୍ୟରେ ୯୫୫ ଜଣ ଆଦିବାସୀ ମହିଳା ଗର୍ଭବତୀ ଅଛନ୍ତି। ଯେଉଁମାନଙ୍କ ମଧ୍ୟରେ ଅଧିକାଂଶ ମୃତ୍ୟୁ ରେଫରାଲ କେସ୍ (ହସ୍ପିଟାଲ ସ୍ଥାନାନ୍ତରଣ) ମାମଲାରେ ଦେଖାଯାଇଛି ।
ଘରୋଇ ହସ୍ପିଟାଲର ଏଜେଣ୍ଟ, ସମସ୍ତଙ୍କ କମିଶନ ସ୍ଥିର ହୋଇଛି | ସୂତ୍ରରୁ ପ୍ରକାଶ ଯେ ସେଠାରେ ଥିବା ଘରୋଇ ଡାକ୍ତରଖାନା ଏବଂ ଡାକ୍ତରମାନେ ସରକାରୀ ସଂସ୍ଥାଗୁଡ଼ିକରେ ସେମାନଙ୍କର ଗୋଟିଏ ଗୋଟିଏ ଏଜେଣ୍ଟ ନିଯୁକ୍ତ କରି ସ୍ବାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକୁ ଏକ ବ୍ୟବସାୟିକ କେନ୍ଦ୍ରରେ ପରିଣତ କରିଛନ୍ତି। ଏହି କାର୍ଯ୍ୟ ପାଇଁ ସରକାରୀ ଡାକ୍ତରଖାନାର ୱାର୍ଡ କର୍ମଚାରୀ, ସରକାରୀ ଡାକ୍ତରଖାନା ନିକଟରେ ଥିବା ସାଧାରଣ ପରିବହନର ଅଟୋ ଚାଳକମାନେ ଜଡିତ ଅଛନ୍ତି |
ରାକେଟ୍ କିପରି ନିୟନ୍ତ୍ରିତ ହେବ?
ସ୍ଥାନୀୟ ନାଗରିକ ଅଧିକାର ଆଇନଜୀବୀ କହିଛନ୍ତି ସରକାରୀ ଡାକ୍ତରଖାନା ଗୁଡ଼ିକରେ ନିୟୋଜିତ ଡାକ୍ତର ସାଧାରଣତ ବେସରକାରୀ ଡାକ୍ତରଖାନାରେ ବି ସ୍ବାସ୍ଥ୍ୟସେବା ଯୋଗାଉଛନ୍ତି । ଏପରି ମାମଲାରେ ଜିଲ୍ଲାପାଳଙ୍କ ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ସେମାନେ ଏପରି ମାମଲାକୁ ଗୁରୁତର ସହ ନେଲେ ରେଫରାଲ ରାକେଟକୁ ରୋକି ହେବ ବୋଲି ଠାକୁର ପରାମର୍ଶ ଦେଇଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ