ETV Bharat / bharat

ବିହାରରେ ଇଞ୍ଜିନିୟରିଂ ଛାତ୍ରଙ୍କୁ ତଣ୍ଟି ଚିପି ହତ୍ୟା

author img

By

Published : Jan 6, 2021, 4:31 PM IST

ବିହାରରେ ଇଞ୍ଜିନିୟରିଂ ଛାତ୍ରଙ୍କୁ ତଣ୍ଟି ଚିପି ହତ୍ୟା ପରେ ଅଧା ଉଲଗ୍ନ ଅବସ୍ଥାରେ ଟାଙ୍ଗି ଦେଇ ଫେରାର ହତ୍ୟାକାରୀ । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ...

Engineering student found murdered in Bihar's Muzaffarpur
ବିହାରରେ ଇଞ୍ଜିନିୟରିଂ ଛାତ୍ରଙ୍କୁ ତଣ୍ଟି ଚିପି ହତ୍ୟା

ପାଟନା: ବିହାରରେ ଇଞ୍ଜିନିୟରିଂ ଛାତ୍ରଙ୍କୁ ନିର୍ମମ ହତ୍ୟା । ମୁଜାଫରପୁର ଜିଲ୍ଲାର ଶାହବାଜପୁର ରଘୁପୁର ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ । ହତ୍ୟାକାରୀମାନେ ପ୍ରଥମେ ଛାତ୍ରଙ୍କ ତଣ୍ଟି ଚିପି ହତ୍ୟା କରିବା ପରେ ମୃତଦେହକୁ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ଘରେ ଟାଙ୍ଗି ଦେଇ ଫେରାର ହୋଇଯାଇଛନ୍ତି । ମୃତକଙ୍କ ନାମ ଆଶୁତୋଷ ଆନନ୍ଦ । ସବୁଠୁ ବଡ କଥା ହେଉଛି, ହତ୍ୟାକାଣ୍ଡଟି ଛାତ୍ରଙ୍କ ନିଜ ବାସଭବନରେ ଘଟିଥିବା ପୋଲିସ ସୂଚନା ଦେଇଛି ।

ପୋଲିସ କହିବା ମୁତାବକ, ଆଶୁତୋଷ ବି-ଟେକ ଶେଷ କରି ଗେଟ ପାଇଁ ପ୍ରସ୍ତୁତ ହେଉଥିଲେ । ତାଙ୍କ ବାପା ଜଣେ ଶିକ୍ଷକ । ଛାତ୍ର ଜଣକ ଘରେ ଏକାକି ଥିବାବେଳେ ଏହାର ସୁଯୋଗ ନେଇ ହତ୍ୟାକାରୀମାନେ ତାଙ୍କୁ ହତ୍ୟା କରିଛନ୍ତି ଏବଂ ସିଡି ଘରେ ଟାଙ୍ଗି ପଳାଇ ଯାଇଛନ୍ତି । ଘଟଣାସ୍ଥଳରେ ଏସପି, ଡିଏସପି , ଟାଉନ ସ୍କ୍ବାର୍ଡ ଓ ଫରେନସିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ହତ୍ୟାକାଣ୍ଡର କାରଣ ଜଣାପଡିନଥିବା ବେଳେ ମୃତକଙ୍କ ପରିବାରର ବୟାନ ରେକର୍ଡ ପରେ ଆଗାମୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.