ETV Bharat / bharat

୫ ଭାରତୀୟ ଭାଷାରେ ପଢାଯିବ ଇଞ୍ଜିନିୟରିଂ, ବାଦ୍‌ ପଡିଲା ଓଡିଆ - ଇଞ୍ଜିନିୟରିଂ ପାଠ୍ୟକ୍ରମ

୮ଟି ରାଜ୍ୟର ୧୪ ଇଞ୍ଜିନିୟରିଂ କଲେଜରେ ନିଜ ମାତୃଭାଷାରେ ପଢାଯିବ ଇଞ୍ଜିନିୟରିଂ ପାଠ । ୫ଟି ଭାଷାରେ ଦିଆଯିବ ଇଞ୍ଜିନିୟରିଂ ଶିକ୍ଷା । ଅଧିକ ପଢନ୍ତୁ...

୫ ଭାରତୀୟ ଭାଷାରେ ପଢାଯିବ ଇଞ୍ଜିନିୟରିଂ, ବାଦ୍‌ପଡିଲା ଓଡିଆ

author img

By

Published : Jul 29, 2021, 8:15 PM IST

ନୂଆଦିଲ୍ଲୀ: ଏଣିକି ନିଜ ମାତୃଭାଷାରେ ହେବ ଇଞ୍ଜିନିୟରିଂ ପାଠପଢା । ୫ଟି ଭାରତୀୟ ଭାଷାରେ ଇଞ୍ଜିନିୟରିଂ ପାଠ୍ୟକ୍ରମର ଆରମ୍ଭ ହେଉଥିବା ନେଇ ଜାତୀୟ ଶିକ୍ଷା ନୀତିର ଏକ ବର୍ଷ ପୂର୍ତ୍ତି ଅବସରରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

୮ଟି ରାଜ୍ୟର ୧୪ ଇଞ୍ଜିନିୟରିଂ କଲେଜରେ ନିଜ ମାତୃଭାଷାରେ ପଢାଯିବ ଇଞ୍ଜିନିୟରିଂ ପାଠ । ୫ଟି ଭାଷାରେ ଦିଆଯିବ ଇଞ୍ଜିନିୟରିଂ ଶିକ୍ଷା । ଏଥି ମଧ୍ୟରେ ହିନ୍ଦୀ, ତାମିଲ, ତେଲୁଗୁ, ମରାଠୀ ଓ ବଙ୍ଗଳା ସାମିଲ ରହିଛି । ହେଲେ ଏଥିରେ ଓଡିଆ ଭାଷାକୁ ସ୍ଥାନ ମିଳିନାହିଁ । ଇଞ୍ଜିନିୟରିଂ ପାଠ୍ୟକ୍ରମ ପାଇଁ ୧୧ ଭାରତୀୟ ଭାଷାରେ ଅନୁବାଦ ପାଇଁ ଟୁଲ୍‌ ବିକଶିତ କରାଯାଇଛି ।

ସେପଟେ ପ୍ରଥମ ଥର ଭାରତୀୟ ସାଇନ ଲାଙ୍ଗୁଏଜକୁ ଗୋଟିଏ ଭାଷା ବିଷୟ ଅର୍ଥାତ ଗୋଟିଏ ବିଷୟର ମାନ୍ୟତା ପ୍ରଦାନ କରାଯାଇଛି । ଏବେ ଛାତ୍ରଛାତ୍ରୀ ଏହାକୁ ଗୋଟିଏ ଭାଷା ଆଧାରରେ ପଡିପାରିବେ । ଏହାଦ୍ବାରା ଭାରତୀୟ ସାଇନ ଲାଙ୍ଗୁଏଜକୁ ପ୍ରୋତ୍ସାହନ ମିଳିବ । ଏହା ଫଳରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଏହାର ଲାଭ ମିଳବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ମୋଦିଙ୍କ କାର୍ଯ୍ୟକ୍ରମରେ ଏକାଡେମିକ ବ୍ୟାଙ୍କ ଅଫ କ୍ରେଡିଟର ମଧ୍ୟ ଶୁଭାରମ୍ଭ କରାଯାଇଛି । ଏହା ଉଚ୍ଚ ଶିକ୍ଷାରେ ଛାତ୍ରଛାତ୍ରୀଙ୍କ ପ୍ରବେଶ ଓ ପ୍ରସ୍ଥାନର ବିକଳ୍ପ ପ୍ରଦାନ କରିବ । ଏହାସହିତ ଆଞ୍ଚଳିକ ଭାଷାରେ ପ୍ରଥମ ବର୍ଷର ଇଞ୍ଜିନିୟରିଂ କାର୍ଯ୍ୟକ୍ରମ ଓ ଉଚ୍ଚଶିକ୍ଷାରେ ଅନ୍ତରାଷ୍ଟ୍ରୀୟକରଣ ପାଇଁ ଦିଶା ନିର୍ଦ୍ଦେଶ ମଧ୍ୟ ଜାରି କରାଯିବ ବୋଲି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.