ଚଣ୍ଡିଗଡ: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଆକ୍ସନ ମୋଡ୍ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ବେଆଇନ୍ ବାଲି ଚାଲାଣ ମାମଲାରେ ଗତକାଲି(ମଙ୍ଗଳବାର) ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରିଥିଲା ଇଡି । ଏକାଥରରେ ୧୨ଟି ସ୍ଥାନରେ ଇଡି ରେଡ୍ କରି କୋଟି କୋଟି ଟଙ୍କାର ସୁରାକ ପାଇଛି । ଚନ୍ନିଙ୍କ ସମ୍ପର୍କୀୟଙ୍କ ଘରୁ ନଗଦ ୬ କୋଟି ଟଙ୍କା ଜବତ କରିଛି ଇଡି ।
ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ପୁତୁରା ଭୂପିନ୍ଦର ସିଂହ ହନିଙ୍କ ମୋହାଲିସ୍ଥିତ ଘରେ ଇଡି ଚଢ଼ାଉ କରିଥିଲା । ଖାଲି ମୋହାଲି ନୁହେଁ ପାଖାପାଖି ୧୨ଟି ସ୍ଥାନରେ ଚଢ଼ାଉ ହୋଇଥିଲା। ଚଢ଼ାଉରେ ୬ କୋଟି ଟଙ୍କା ଜବତ କରିଛି ଇଡି। ଆଜି ବି ଇଡି ଚଢ଼ାଉ ଜାରି ରହିଛି। ଭୂପିନ୍ଦର ସିଂହ ହନିଙ୍କ ଘରୁ ୪ କୋଟି ଜବତ ହୋଇଥିବାବେଳେ ଚନ୍ନିଙ୍କ ସମ୍ପର୍କୀୟଙ୍କ ଘରୁ ବାକି ୨ କୋଟି ଜବତ ହୋଇଛି । ଆହୁରି ଅଧିକ ଟଙ୍କା ମିଳିବା ନେଇ ସୁରାକ ଖୋଜୁଛି ଇଡି ।
ଏହା ବି ପଢନ୍ତୁ...ED RAID: ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପୁୁତୁରା ଘରେ ଚଢାଉ
ଏ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନି କହିଛନ୍ତି, ନିର୍ବାଚନ ପାଖେଇ ଆସୁଛି । ତେଣୁ ତାଙ୍କ ଉପରେ ଚାପ ପକାଇବା ଓ ତାଙ୍କ ମନ୍ତ୍ରୀମାନଙ୍କୁ ଟାର୍ଗେଟ କରିବାକୁ ଏପରି କରାଯାଉଛି । ଏହା ଗଣତନ୍ତ୍ର ପ୍ରତି ଠିକ ନୁହେଁ ଆମେ ଲଢିବାକୁ ପ୍ରସ୍ତୁତ ଅଛୁ । ତେବେ ନିର୍ବାଚନ ପୂର୍ବ ଚନ୍ନିଙ୍କ ସମ୍ପର୍କୀୟଙ୍କ ଘରେ ରେଡ ନିର୍ବାଚନ ଉପରେ ପ୍ରଭାବ ପକାଇବନି ତ ସେ ନେଇ ଆଶଙ୍କା ଦେଖାଦେଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ