ନୂଆଦିଲ୍ଲୀ: ବଢିଲା ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ରିମାଣ୍ଡ ଅବଧି । ଆସନ୍ତା ଜୁନ 13 ଯାଏଁ ଇଡି ହେପାଜତରେ ରହିବେ ସତ୍ୟେନ୍ଦ୍ର ଜୈନ । ଆର୍ଥିକ ଠକେଇ ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଜୁନ 13 ଯାଏଁ ଇଡି ହେପାଜତରେ ରହିବେ । ପୂର୍ବରୁ ଜୁନ 9 ତାରିଖ ଯାଏଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ହେପାଜତକୁ ପଠାଇଲେ କୋର୍ଟ । ମାମଲାର ଅଧିକ ତଦନ୍ତ ଆବଶ୍ୟକତା ନେଇ ତାଙ୍କୁ ଇଡି ହେପାଜତକୁ ପଠାଯାଇଛି ।
-
Delhi Health Minister Satyendar Jain brought to Rouse Avenue District Court at the end of his ED custody today
— ANI (@ANI) June 9, 2022 " class="align-text-top noRightClick twitterSection" data="
Jain was arrested by Enforcement Directorate in an alleged money laundering case on May 30. pic.twitter.com/XFUFy5CZ5R
">Delhi Health Minister Satyendar Jain brought to Rouse Avenue District Court at the end of his ED custody today
— ANI (@ANI) June 9, 2022
Jain was arrested by Enforcement Directorate in an alleged money laundering case on May 30. pic.twitter.com/XFUFy5CZ5RDelhi Health Minister Satyendar Jain brought to Rouse Avenue District Court at the end of his ED custody today
— ANI (@ANI) June 9, 2022
Jain was arrested by Enforcement Directorate in an alleged money laundering case on May 30. pic.twitter.com/XFUFy5CZ5R
ଆଜି ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ କୋର୍ଟରେ ହାଜର କରାଯାଇଥିଲା । ମାମଲାର ଶୁଣାଣି କରି ତାଙ୍କ ରିମାଣ୍ଡ ଅବଧିକୁ ଆହୁରି ୫ ଦିନ ବଢ଼ାଇବାକୁ ଇଡି କୋର୍ଟରେ ଆବେଦନ କରିଥିଲା । ତେବେ କୋର୍ଟ ତାଙ୍କ ରିମାଣ୍ଡ ଅବଧିକୁ ଆଉ ୪ ଦିନ ପାଇଁ ବଢ଼ାଇଛନ୍ତି । ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ମନି ଲଣ୍ଡରିଂ ଅଭିଯୋଗ ରହିଛି । ଏହି ମାମଲାରେ ଇଡି ତାଙ୍କୁ ମେ’ ୩୦ ତାରିଖରେ ଗିରଫ କରିଥିଲା । ନିକଟରେ ମନି ଲଣ୍ଡରିଂ ଆକ୍ଟ ଜରିଆରେ ସତ୍ୟେନ୍ଦ୍ର ଜୈନଙ୍କ ବାସଭବନରେ ଚଢାଉ ହୋଇଥିଲା । ଚଢ଼ାଉରେ 2.85 କୋଟି ଟଙ୍କା ଏବଂ ମୋଟ 1.80 କିଲୋଗ୍ରାମର 133ଟି ସ୍ବର୍ଣ୍ଣ ମୁଦ୍ରା ମଧ୍ୟ ଜବତ କରାଯାଇଥିଲା । ଏହା ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଡୁଆ ବଢିଛି ।
ଦିଲ୍ଲୀରେ କ୍ଷମତାରେ ଥିବା ଆମ ଆଦମୀ ପାର୍ଟି ସରକାର ଏହାକୁ ଏକ ରାଜନୈତିକ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ବୋଲି କହିବା ସହ ସତ୍ୟେନ୍ଦ୍ର ଜୈନଙ୍କୁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ବୋଲି କହିଛନ୍ତି ଦଳ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଦଳ ପକ୍ଷରୁ ଏପରି ସମର୍ଥନ ପରେ ବିଜେପି ଓ ଆପ ମଧ୍ୟରେ ଆରୋପ ପ୍ରତ୍ୟାରୋପ ମଧ୍ୟ ଜାରି ରହିଛି ।