ଶ୍ରୀନଗର: ଦକ୍ଷିଣ କାଶ୍ମୀରର କୁଲଗାମରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଛି । ଆଜି ବିଳମ୍ବିତ ସଂଧ୍ୟାରେ ଉକ୍ତ ସ୍ଥାନରେ ଆତଙ୍କୀ ଗତିବିଧି ନେଇ ସୂଚନା ମିଳିବା ପରେ ସୁରକ୍ଷା ବାହିନୀ ଓ ସ୍ଥାନୀୟ ପୋଲିସର ମିଳିତ ଟିମ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହେବା ସହ ଗୁଳି ବିନିମୟ ଜାରି ରହିଛି । ମୃତାହତଙ୍କ ସମ୍ପର୍କରେ କୌଣସି ସୂଚନା ସ୍ପଷ୍ଟ କରିନି ପୋଲିସ ।
-
#Encounter has started at #Rampora area of #Kulgam. Police and security forces are on the job. Further details shall follow.@JmuKmrPolice
— Kashmir Zone Police (@KashmirPolice) July 23, 2022 " class="align-text-top noRightClick twitterSection" data="
">#Encounter has started at #Rampora area of #Kulgam. Police and security forces are on the job. Further details shall follow.@JmuKmrPolice
— Kashmir Zone Police (@KashmirPolice) July 23, 2022#Encounter has started at #Rampora area of #Kulgam. Police and security forces are on the job. Further details shall follow.@JmuKmrPolice
— Kashmir Zone Police (@KashmirPolice) July 23, 2022
ଉକ୍ତ ସ୍ଥାନକୁ ଘେରବନ୍ଦୀ କରି ଲୁଚିଥିବା ଆତଙ୍କବାଦୀଙ୍କୁ ନିପାତ କରିବା କିମ୍ବା ଗିରଫ କରିବା ପାଇଁ ପ୍ରୟାସ କରୁଛି ସୁରକ୍ଷା ବାହିନୀ । ତେବେ ଘାଟିରେ ଆତଙ୍କୀ ବିରୋଧୀ ମିଶନକୁ ଜୋରଦାର କରିବାରେ ଲାଗିଛି ସୁରକ୍ଷା ବଳ । କ୍ରମାଗତ ସର୍ଚ୍ଚ ଅପରେସନ ଓ ଗୁଇନ୍ଦା ସଂସ୍ଥାର ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି । ବର୍ଷ ଆରମ୍ଭରୁ ଏକାଧିକ ଏନକାଉଣ୍ଟରରେ ବହୁ ଆତଙ୍କୀ ନିପାତ ମଧ୍ୟ ହୋଇସାରିଲେଣି ।ଘାଟିରେ ଆତଙ୍କୀଙ୍କ ସଂଖ୍ୟା ପୂର୍ବାପେକ୍ଷା ହ୍ରାସ ମଧ୍ୟ ପାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ