ETV Bharat / bharat

ସୋପିଆନରେ ଏନକାଉଣ୍ଟର ଆରମ୍ଭ, ଲୁଚିଛନ୍ତି ଆତଙ୍କୀ - କାଶ୍ମୀର ପୋଲିସ

ଦକ୍ଷିଣ କାଶ୍ମୀରର ସୋପିଆନରେ ଏନକାଉଣ୍ଟର ଆରମ୍ଭ । ଗୁଇନ୍ଦା ସୂଚନା ଆଧାରରେ ସେନା ଗ୍ରହଣ କଲା କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ

ସୋପିଆନରେ ଏନକାଉଣ୍ଟର ଆରମ୍ଭ, ଲୁଚିଛନ୍ତି ଆତଙ୍କୀ

author img

By

Published : Apr 12, 2023, 9:20 PM IST

ଶ୍ରୀନଗର: କଛି ଦିନର ବ୍ୟବଧାନ ପରେ ଦକ୍ଷିଣ କାଶ୍ମୀରର ସୋପିଆନରେ ଏନକାଉଣ୍ଟର ଆରମ୍ଭ ହୋଇଛି । ଆତଙ୍କବାଦୀ ଆତ୍ମଗୋପନ କରିଥିବା ନେଇ ଇନପୁଟ ସୂଚନା ମିଳିବା ପରେ କାଶ୍ମୀର ପୋଲିସ ଓ ସେନା ଯବାନ ମିଳିତ ଭାବେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ବିଳମ୍ବିତ ସଂଧ୍ୟାରେ ଆରମ୍ଭ ହୋଇଥିବା ଗୁଳି ବିନିମୟ ଏବେ ମଧ୍ଯ ଜାରି ରହିଛି । ମୃତାହତ ନେଇ କୌଣସି ସୂଚନା ସେନା ସ୍ପଷ୍ଟ କରିନି ।

କାଶ୍ମୀର ଜୋନ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସୋପିଆନର ଚୌକରା ଅଞ୍ଚଳରେ ଆତଙ୍କୀଙ୍କ ଗତିବିଧି ନେଇ ଗୁଇନ୍ଦା ସୂଚନା ମିଳିଥିଲା । ଆଜି ସଂଧ୍ୟାରେ ପାଟ୍ରୋଲିଂ ସୟମରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଛି । କିଛି ଆତଙ୍କୀ ଉକ୍ତ ସ୍ଥାନ ଓ ଆଖପାଖ ଅଞ୍ଚଳରେ ଆତ୍ମଗୋପନ କରିଥିବା ମଧ୍ୟ ସନ୍ଦେହ କରାଯାଉଛି । ସମଗ୍ର ଅଞ୍ଚଳକୁ କର୍ଡନ କରାଯାଇଛି । ଉଭୟ ପକ୍ଷରୁ ଗୁଳି ବିନିମୟ ଜାରି ରହିଛି ।

ଘାଟିରେ କ୍ରମାଗତ ଆତଙ୍କୀ ନିରୋଧୀ ଅପରେସନ ଜାରି ରଖିଛି ସେନା । ନିକଟ ଅତୀତରେ ଘାଟିରେ ଅଣସ୍ଥାନୀୟ ଓ କାଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ କିଲିଂ ପରେ ସେମାନଙ୍କ ସୁରକ୍ଷା ନେଇ ପୁଣି ଥରେ ଚିନ୍ତା ପ୍ରକାଶ ପାଇଥିଲା । ସେମାନେ ମଧ୍ୟ ନିଜ ସୁରକ୍ଷା ନେଇ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବା ସହ ସରକାର ଓ ମନୋଜ ସିହ୍ନା ପ୍ରଶାସନକୁ ପ୍ରଶ୍ନ କରିଥିଲେ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଘଟଣାରେ ଉଦବେଗ ପ୍ରକାଶ କରିବା ସହ ଅତିରିକ୍ତ 25 କମ୍ପାନୀ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ଘାଟିକୁ ପଠାଇଥିଲା । ଏହି ଯବାନମାନେ ଘାଟିର ଆତଙ୍କୀପ୍ରବଣ ସ୍ଥାନ ସମେତ ସମ୍ବେଦନଶୀଳ ସ୍ଥାନରେ ମୁତୟନ ହେବା ସହ ଆତଙ୍କୀ ନିରୋଧୀ ଅପରେସନ ତ୍ବରିତ ହୋଇଥିଲା ।

ନିକଟରେ ହୋଇଥିବା ଏନକାଉଣ୍ଟର ଗୁଡିକରେ ସେନାକୁ କ୍ରାମଗତ ସଫଳତା ମିଳିଛି । ଚିହ୍ନଟ ହୋଇସାରଥିବା ଆତଙ୍କୀମାନେ ଘାଟିର ବିଭିନ୍ନ ସ୍ଥାନରେ ଆତ୍ମଗୋପନ କରିଥିବା ବେଳେ ଗୁଇନ୍ଦା ସୂଚନା ଅନୁସାରେ ଏହି ଅପରେସନ ଲଗାତର ଜାରି ରହିଛି । ଫେବୃଆରୀ 29 ରେ ଦୁଇ ଆତଙ୍କୀଙ୍କୁ ସେନା ଏନକାଉଣ୍ଟରରେ ନିପାତ କରିଥିବା ବେଳେ ଦୁର୍ଭାଗ୍ୟବଶତଃ ଜଣେ ଯବାନ ମଧ୍ୟ ଉକ୍ତ ଅପରେସନରେ ଶହୀଦ ହୋଇଥିଲେ । ତେବେ ଆଜି ଜାରି ରହିଥିବା ଏନକାଉଣ୍ଟରରେ କେତେଜଣ ଆତଙ୍କୀ ଆତ୍ମଗୋପନ କରିଛନ୍ତି, ସେନେଇ ସେନା କିଛି ସ୍ପଷ୍ଟ କରିନଥିବା ବେଳେ, କିଛି ସମୟ ମଧ୍ୟରେ ଅପରେସନର ଫଳାଫଳ ସମ୍ପର୍କରେ ସ୍ପଷ୍ଟତା ଆସିବା ନେଇ ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.