ETV Bharat / bharat

Encounter In J&K: ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କୀ ନିପାତ

author img

By

Published : Apr 9, 2022, 6:57 AM IST

Updated : Apr 9, 2022, 8:31 AM IST

ଜମ୍ମୁ କାଶ୍ମୀରର ୨ଟି ସ୍ଥାନରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଥିବା ବେଳେ ସୁରକ୍ଷାକର୍ମୀଙ୍କୁ ମିଳିଛି ସଫଳତା । ସେନା ଗୁଳିରେ 2 ଆତଙ୍କୀ ନିପାତ ହୋଇଛନ୍ତି । ଅଧିକ ପଢନ୍ତୁ

Encounter In J&K: ଅନନ୍ତନାଗ ଓ କୁଲଗାମରେ ଏନକାଉଣ୍ଟର ଜାରି

ଶ୍ରୀନଗର: ଜମ୍ମୁ କାଶ୍ମୀରର ୨ଟି ସ୍ଥାନରେ ସୁରକ୍ଷା କର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଥିବା ବେଳେ ସୁରକ୍ଷାକର୍ମୀଙ୍କୁ ମିଳିଛି ସଫଳତା । ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କୀ ନିପାତ ହୋଇଛନ୍ତି । ଆଜି ସକାଳେ ଦକ୍ଷିଣ କାଶ୍ମୀର ଅନନ୍ତନାଗ ଜିଲ୍ଲାର ସିରହାମା ଅଞ୍ଚଳରେ ଏନକାଉଣ୍ଟର ଆରମ୍ଭ ହୋଇଥିବା ବେଳେ LeTର କମାଣ୍ଡର ନିସାର ଡର ପ୍ରାଣ ହରାଇଛି ।

ସେହିପରି ଜମ୍ମୁ କାଶ୍ମୀରର କୁଲଗାମର ଡିଏଚ ପୋରା ଚାକି ସାମାଡରେ ଆଜି ସକାଳେ ଏନକାଉଣ୍ଟର ଆରମ୍ଭ ହୋଇଥିବା ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କୀ ନିହତ ହୋଇଛି । ସୁରକ୍ଷାକର୍ମୀ ଓ ପୋଲିସ କର୍ମୀ ଏଠାରେ ନିୟୋଜିତ ରହିଛନ୍ତି । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 9, 2022, 8:31 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.