ଶ୍ରୀନଗର: ରାତି ପାହୁ ପାହୁ ପୁଣି ସୀମାରେ ଫୁଟିଲା ଗୁଳି । ଜମ୍ମୁକାଶ୍ମୀର ବାରମୁଲ୍ଲାର ବିନ୍ନରରେ (Binner area of Baramulla) ପୋଲିସ ଓ ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଜଣେ ଆତଙ୍କବାଦୀକୁ ନିପାତ କରିବାରେ ସଫଳ ହୋଇଛି ସୁରକ୍ଷାବାହିନୀ । ଏନେଇ କାଶ୍ମୀର ପୋଲିସ ପକ୍ଷରୁ ସୂଚନା ମିଳିଛି ।
-
#BaramullaEncounterUpdate: Killed #terrorist has been identified as Irshad Ahmd Bhat of Pattan #Baramulla, active since 5/2022 & linked with proscribed #terror outfit LeT. 01 AK rifle, 2 magazines & 30 rounds recovered.@JmuKmrPolice https://t.co/pfY7V7Uywn
— Kashmir Zone Police (@KashmirPolice) July 31, 2022 " class="align-text-top noRightClick twitterSection" data="
">#BaramullaEncounterUpdate: Killed #terrorist has been identified as Irshad Ahmd Bhat of Pattan #Baramulla, active since 5/2022 & linked with proscribed #terror outfit LeT. 01 AK rifle, 2 magazines & 30 rounds recovered.@JmuKmrPolice https://t.co/pfY7V7Uywn
— Kashmir Zone Police (@KashmirPolice) July 31, 2022#BaramullaEncounterUpdate: Killed #terrorist has been identified as Irshad Ahmd Bhat of Pattan #Baramulla, active since 5/2022 & linked with proscribed #terror outfit LeT. 01 AK rifle, 2 magazines & 30 rounds recovered.@JmuKmrPolice https://t.co/pfY7V7Uywn
— Kashmir Zone Police (@KashmirPolice) July 31, 2022
ସୂଚନାଅନୁସାରେ, ବାରମୁଲ୍ଲାର ବିନ୍ନର ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ସୁରକ୍ଷାବାହିନୀକୁ ଗୁଇନ୍ଦା ସୂଚନା ମିଳିଛି । ଏହାପରେ ଅଞ୍ଚଳକୁ ଘେରାବନ୍ଦୀ କରି କଶ୍ମୀର ପୋଲିସ ଓ ସୁରକ୍ଷାବାହିନୀଙ୍କ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଆତଙ୍କବାଦୀ ଓ ସୁରକ୍ଷାବଳଙ୍କ ମଧ୍ୟରେ ପ୍ରାୟ 2 ଘଣ୍ଟା ଧିର ଗୁଳି ବିନିମୟ ହୋଇଥିଲା । ଜଣେ ଆତଙ୍କୀକୁ ସଫା କରିବାରେ ସଫଳ ହୋଇଥିଲା ସୁରକ୍ଷାବାହିନୀ ।
ନିପାତ ଆତଙ୍କୀ ଜଣକ ହେଲା ଇରସାଦ ଅହମ୍ମଦ ଭଟ । ସେ 2022 ମଇ 5ରୁ ସକ୍ରିୟ ରହିଛି । ସୁରକ୍ଷାବାହିନୀ ଅପରେସନ ଅଞ୍ଚଳରୁ ଗୋଟିଏ AK ରାଇଫଲ, 2ଟି ମାଗାଜିନ ଏବଂ 30 ରାଉଣ୍ଡ ଗୁଳି ଜବତ କରିଛି । ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଥିବା କାଶ୍ମୀର ଜୋନ ପୋଲିସ ପକ୍ଷରୁ ସୂଚନା ମିଳିଛି ।
ଏହା ବି ପଢନ୍ତୁ...Baramulla Encounter: ସେନା ଗୁଳିରେ ଜଣେ ଆତଙ୍କୀ ନିପାତ
ପ୍ରକାଶ ଥାଉକି, ଗତକାଲି (ଶନିବାର) ବାରମୁଲ୍ଲା ଜିଲ୍ଲା ୱାନିଗାମ ବାଲା ଅଞ୍ଚଳ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଏଥିରେ ଜଣେ ଆତଙ୍କୀକୁ ନିପାତ କରିଥିଲା ସୁରକ୍ଷାବାହିନୀ । ଚଳିତ ବର୍ଷ ସୀମାରେ ପ୍ରାୟ 40ରୁ ଅଧିକ ଥର ଏନକାଉଣ୍ଟର ହୋଇଛି ।