ETV Bharat / bharat

ସୁରକ୍ଷାକର୍ମୀଙ୍କୁ ସଫଳତା; ଅବନ୍ତିପୋରା ଏନକାଉଣ୍ଟରରେ 3 ଆତଙ୍କୀ ନିପାତ

ପୁଣି ସୀମାରେ ଗୁଳି ବନିମୟ । ଜମ୍ମୁ କାଶ୍ମୀର ଅବନ୍ତିପୋରାରେ ଏନକାଉଣ୍ଟର ଆରମ୍ଭ ହୋଇଛି । ଏଥିରେ ତିନି ଜଣ ଆତଙ୍କୀ ଟଳି ପଡିଛନ୍ତି । ଅଧିକ ପଢନ୍ତୁ...

author img

By

Published : Aug 21, 2021, 8:27 AM IST

Updated : Aug 21, 2021, 8:56 AM IST

Encounter underway between terrorists, security forces in J-K's Awantipora
ଅଓ୍ବନ୍ତିପୋରାରେ ଏନକାଉଣ୍ଟର

ଶ୍ରୀନଗର: ପୁଣି ସୀମାରେ ଗୁଳି ବନିମୟ । ଜମ୍ମୁ କାଶ୍ମୀର ଅବନ୍ତିପୋରା ନାଗବାରାନ ଟ୍ରାଲର ଜଙ୍ଗଲ ଅଞ୍ଚଳର ଉପର ମୁଣ୍ଡରେ ଏନକାଉଣ୍ଟର ଆରମ୍ଭ ହୋଇଛି । ପୋଲିସ ଏବଂ ସେନା ମିଳିତ ଭାବରେ ଏହି ଅପରେସନରେ ତିନି ଆତଙ୍କବାଦୀ ଟଳି ପଡିଛନ୍ତି । ଏନେଇ ଜମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସୂଚନା ଅନୁସାରେ, ଅବନ୍ତିପୋରା ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସେନାକୁ ଖବର ମିଳିଥିଲା । ପରେ ସୁରକ୍ଷା ବାହିନୀ ଓ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ । ପ୍ରଥମେ ପୁରା ଅଞ୍ଚଳକୁ ଘେରାବନ୍ଦୀ କରିନେଇ କୁମ୍ବିଂ ଆରମ୍ଭ କରିଥିଲେ ସୁରକ୍ଷାବାହିନୀ । ଆତଙ୍କୀମାନେ ସୁରକ୍ଷା ବାହିନୀକୁ ଗୁଳିବର୍ଷଣ କରୁଥିବା ବେଳେ ସେନା ମଧ୍ୟ ଏହାର ପ୍ରତି ଜବାବ ଦେଉଛି । ଏଥିରେ ତିନି ଜଣ ଆତଙ୍କୀ ଟଳି ପଡିଛନ୍ତି । ଏବେବି ଆତଙ୍କୀଙ୍କୁ ସଫା କରିବା ପାଇଁ କୁମ୍ବିଂ ଜାରି ରହିଛି ।

ପ୍ରକାଶ ଥାଉକି, ଶୁକ୍ରବାର ଜମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାର ଖାରେଓ୍ବ ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଦୁଇ ଜଣ ଆତଙ୍କୀ ନିପାତ ହୋଇଥିଲେ ।

@ANI

Last Updated : Aug 21, 2021, 8:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.