ETV Bharat / bharat

Kashmir Encounter: ସୁରକ୍ଷାବଳକୁ ସଫଳତା, ଟଳିଲେ ଦୁଇ ଆତଙ୍କୀ

author img

By

Published : Dec 25, 2021, 5:37 PM IST

କାଶ୍ମୀରରେ ସୁରକ୍ଷା ବାହିନୀକୁ ସଫଳତା । ଅବନ୍ତିପୋରା ଏନକାଉଣ୍ଟରରେ ଟଳିଲେ 2 ଆତଙ୍କୀ । ଜାରି ରହିଛି ସର୍ଚ୍ଚ ଅପରେସନ । ଅଧିକ ପଢନ୍ତୁ

ସରୁକ୍ଷା ବଳକୁ ସଫଳତା, ଟଳିଲେ ଦୁଇ ଆତଙ୍କୀ
ସରୁକ୍ଷା ବଳକୁ ସଫଳତା, ଟଳିଲେ ଦୁଇ ଆତଙ୍କୀ

ଶ୍ରୀନଗର: କାଶ୍ମୀରରେ 2 ଆତଙ୍କୀଙ୍କୁ ନିପାତ କଲା ସୁରକ୍ଷା ବାହିନୀ । ଆଜି (ଶନିବାର) ଦକ୍ଷିଣ କାଶ୍ମୀରର ଅବନ୍ତିପୋରାରେ ସୁରକ୍ଷାବଳ ଓ ଆତଙ୍କୀଙ୍କ ମଧ୍ୟରେ ଚାଲିଥିବା ଗୁଳି ବିନିମୟରେ 2 ଜଣ ଆତଙ୍କୀ ନିପାତ ହୋଇଛନ୍ତି । ନିହତ ଦୁଇ ଆତଙ୍କୀ ଇଣ୍ଡିଆନ ହିଜବୁଲ ମୁଜାହିଦ୍ଦିନର ସକ୍ରିୟ ସଦସ୍ୟ ଥିବା ସ୍ଥାନୀୟ ପୋଲିସ ଟ୍ବିଟ କରି ସୂଚନା ଦେଇଛି ।

ଅବନ୍ତିପୋରା ଟ୍ରାଲ୍ ଅଞ୍ଚଳର ଆତଙ୍କୀ ଗତିବିଧି ନେଇ ଗୁଇନ୍ଦା ସୂଚନା ମିଳିବା ପରେ ଅପରେସନ ଆରମ୍ଭ କରିଥିଲା ସୁରକ୍ଷା ବାହିନୀ । ସ୍ଥାନୀୟ ପୋଲିସ, ସେନା ଏବଂ CRPF ର ଏକ ମିଳିତ ଟିମ୍ ଏହି ଅପରେସନରେ ଅଂଶଗ୍ରହଣ କରିଥିଲେ । ତେବେ ଉଭୟ ପଟୁ ଗୁଳି ବିନିମୟ ହୋଇଥିବା ବେଳେ 2 ଆତଙ୍କୀଙ୍କୁ ସଫା କରିବାରେ ସକ୍ଷମ ହୋଇଛି ସୁରକ୍ଷା ବଳ । ସେମାନଙ୍କ ଠାରୁ ଦୁଇଟି ଅତ୍ୟାଧୁନିକ ରାଇଫଲ ଓ ବିପୁଳ ପରିମାଣର ଗୁଳି ଓ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ କରିଛି ସୁରକ୍ଷା ବଳ । ବର୍ତ୍ତମାନ ମଧ୍ଯ ଉକ୍ତ ସ୍ଥାନରେ ଅପରେସନ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.