ETV Bharat / bharat

Encounter: କାଶ୍ମୀରର ଡବଲ ଏନକାଉଣ୍ଟର, ଜଣେ ଆତଙ୍କୀ ସଫା

author img

By

Published : Sep 30, 2022, 7:31 AM IST

Updated : Sep 30, 2022, 11:00 AM IST

ଦକ୍ଷିଣ କାଶ୍ମୀରର ସୋପିଆନ ଓ ବାରମୁଲ୍ଲାରେ ଏନକାଉଣ୍ଟର । ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଚଳାଇଛନ୍ତି ସୁରକ୍ଷାବାହିନୀ । ଅଧିକ ପଢନ୍ତୁ

Encounter Breaks Out in South Kashmir
ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ

ଶ୍ରୀନଗର: ଆତଙ୍କୀଙ୍କ ଉତ୍ପାତ । ପୁଣି ସୀମାରେ ଫୁଟିଲା ଗୁଳି । ଦକ୍ଷିଣ କାଶ୍ମୀରର ସୋପିଆନ ଓ ବାରମୁଲ୍ଲା ଜିଲ୍ଲାରେ ଏନକାଉଣ୍ଟର ଆରମ୍ଭ ହୋଇଛି । ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଚଳାଇଥିଲେ ସୁରକ୍ଷାବାହିନୀ । ଦକ୍ଷିଣ କାଶ୍ମୀର ସୋପିଆନ ଜିଲ୍ଲା ଚିତ୍ରାଗାମ ଓ ବାରମୁଲ୍ଲା ଜିଲ୍ଲା ପାଟ୍ଟନର ୟାଦିପୋରାରେ ଏନକାଉଣ୍ଟର ହୋଇଥିଲା । ବାରମୁଲ୍ଲାରେ ହୋଇଥିବା ଏନକାଉଣ୍ଟରରେ ଜଣେ ଆତଙ୍କୀକୁ ସଫା କରିବାରେ ସଫଳ ହୋଇଛି ସୁରକ୍ଷାବାହିନୀ । ଏବେ ଅପରେସନ ଜାରି ରହିଛି ।

ଆତଙ୍କବାଦୀଙ୍କ ଗତିବିଧି ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସ୍ଥାନୀୟ ପୋଲିସ୍‌ ଓ ସୁରକ୍ଷାବଳର ଯବାନଙ୍କ ମିଳିତ ଟିମ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ସମ୍ପୂର୍ଣ୍ଣ ଅଞ୍ଚଳକୁ କର୍ଡନ କରି ଆତ୍ମଗୋପନ କରିଥିବା ଆତଙ୍କୀଙ୍କୁ ଧରିବା ପାଇଁ ଅପରେସନ ଜାରି ରଖିଥିଲେ ସୁରକ୍ଷା ବଳର ଯବାନ । ଅପରେସନରେ ସେନା, ସିଆରପିଏଫ ଓ ପୋଲିସ ସାମିଲ ଥିବା ସୂଚନା ମିଳିଛି । ଏନେଇ କାଶ୍ମୀର ଜୋନ ପୋଲିସ ଟ୍ବିଟ୍‌ କରି ସୂଚନା ଦେଇଛି । ବାରମୁଲ୍ଲା ଜିଲ୍ଲା ପାଟ୍ଟନର ୟାଦିପୋରାରେ ସୁରକ୍ଷାବଳର ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି ।

ଏହା ବି ପଢନ୍ତୁ... କୁଲଗାମ ଏନ୍‌କାଉଣ୍ଟରରେ ଜଣେ ଆତଙ୍କୀ ନିହତ, ଅପରେସନ ଜାରି

ଗତ କିଛି ଦିନ ମଧ୍ୟରେ ଘାଟିରେ ଆତଙ୍କୀ କାର୍ଯ୍ୟକଳାପ କ୍ରମାଗତ ବଢିବାରେ ଲାଗିଛି । ପୋଲିସ, ସୁରକ୍ଷାବଳର କ୍ୟାମ୍ପ ସହିତ ସାଧାରଣ ଜନତା ଓ ଅଣସ୍ଥାନୀୟଙ୍କୁ ଟାର୍ଗେଟ ହତ୍ୟା କରିବା ପାଇଁ ଆକ୍ରମଣ କରିବାରେ ଲାଗିଛନ୍ତି ଆତଙ୍କୀ । ସୁରକ୍ଷାବଳ ମଧ୍ୟ ସେମାନଙ୍କୁ ନିପାତ କରିବା ପାଇଁ ‘‘ଆଣ୍ଟି ଟେରର ଅପରେସନ’’କୁ ଜୋରଦାର କରିଛି । ନିକଟରେ ହୋଇଥିବା ଏକାଧିକ ଏନକାଉଣ୍ଟରରେ ମଧ୍ୟ ସୁରକ୍ଷାବଳକୁ କ୍ରମାଗତ ସଫଳତା ମିଳିଛି । ଶେଷଥର ପାଇଁ ସେପ୍ଟେମ୍ବର 12 ତାରିଖରେ ସୋପିଆନରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ସେପ୍ଟେମ୍ବର ୫ ତାରିଖରେ ସୋପିଆନ ଜିଲ୍ଲାରେ ଆଉ ଏକ ଏନକାଉଣ୍ଟର ହୋଇଥିଲା । ସେହିପରି ସେପ୍ଟେମ୍ବର ୭ ତାରିଖରେ ଦକ୍ଷିଣ କାଶ୍ମୀରର ଅନନ୍ତନାଗରେ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଯେଉଁଥିରେ ଦୁଇ ଆତଙ୍କୀ ନିପାତ ହୋଇଥିଲେ ।

ନିକଟରେ ସେପ୍ଟେମ୍ବର 26ରେ କୁଲଗାମ୍‌ ଜିଲ୍ଲାରେ ଏନକାଉଣ୍ଟରରେ 3 ଆତଙ୍କବାଦୀ ନିପାତ ହୋଇଥିଲା । ଭାରତୀୟ ସୀମା ଭିତରକୁ ପ୍ରବେଶ କରିବା ଯୋଜନାକୁ ପଣ୍ଡ କରିଥିଲେ ସୁରକ୍ଷାବାହିନୀ । ସେହିପରି ସେପ୍ଟେମ୍ବର 25ରେ କୁପୱାରାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କୀ ନିପାତ ହୋଇଥିଲେ ।

ଇଟିଭି ଭାରତ

Last Updated : Sep 30, 2022, 11:00 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.