ETV Bharat / bharat

ଶ୍ରୀନଗର ଏନକାଉଣ୍ଟରରେ 2 ଆତଙ୍କୀ ସଫା

author img

By

Published : Jul 16, 2021, 7:21 AM IST

Updated : Jul 16, 2021, 7:52 AM IST

ଶ୍ରୀନଗରର ଦାନମାର ଅଞ୍ଚଳରେ ଏନକାଉଣ୍ଟର । ଏଥିରେ 2 ଆତଙ୍କୀ ନିପାତ । ଏନେଇ କାଶ୍ମୀର ଜୋନ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

Encounter breaks out in JKs Srinagar
ଶ୍ରୀନଗରରେ ଏନକାଉଣ୍ଟର ଜାରି, ଦୁଇ ଆତଙ୍କୀ ସଫା

ଶ୍ରୀନଗର: ପୁଣି ଅଶାନ୍ତ ସୀମା । ଗୁରୁବାର ବିଳମ୍ବିତ ରାତିରେ ଜମ୍ମୁ କାଶ୍ମୀର ଶ୍ରୀନଗରର ଦାନମାର ଅଞ୍ଚଳରେ ଆତଙ୍କୀଙ୍କୁ ନିପାତ କରିବା ପାଇଁ ସୁରକ୍ଷା ବାହିନୀ ପକ୍ଷରୁ ଆରମ୍ଭ ହୋଇଛି ଏନକାଉଣ୍ଟର । ଏହି ଏନକାଉଣ୍ଟରରେ ଦୁଇ ଲକ୍ସର-ଇ-ତୋଇବା ଆତଙ୍କୀଙ୍କୁ ନିପାତ କରାଯାଇଥିବା ଆଇଜି କାଶ୍ମୀର ବିଜୟ କୁମାର ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ଶ୍ରୀନଗର ଆଲାମଦର କଲୋନୀର ଆତଙ୍କବାଦୀ ଲୁଚି ରହିଥିବା ନେଇ ସେନାକୁ ଖବର ମିଳିଥିଲା । ପରେ ସୁରକ୍ଷା ବାହିନୀ ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ । ପ୍ରଥମେ ପୁରା ଅଞ୍ଚଳକୁ ଘେରାବନ୍ଦୀ କରିନେଇ କୁମ୍ବିଂ ଆରମ୍ଭ କରିଥିଲେ ସୁରକ୍ଷାବାହିନୀ । ଆତଙ୍କୀ ମାନେ ସୁରକ୍ଷା ବାହିନୀକୁ ଗୁଳି ବର୍ଷଣ କରୁଥିବା ବେଳେ ସେନା ମଧ୍ୟ ଏହାର ପ୍ରତି ଜବାବ ଦେଉଛି । ଏବେବି ଆତଙ୍କୀଙ୍କୁ ସଫା କରିବା ପାଇଁ କୁମ୍ବିଂ ଜାରି ରହିଛି ।

ସୂଚନା ଥାଉକି, ଜମ୍ମୁ କାଶ୍ମୀରକୁ କବଜ୍ଜା କରିବା ପାଇଁ ଗୋଟିଏ ପରେ ଗୋଟିଏ ଯୋଜନା କରୁଛି ପାକିସ୍ତାନ । କେତେବେଳେ ସେନା ଉପରକୁ ଗୁଳି ମାଡ କରୁଛି ତ ଆଉ କେତେ ବେଳେ ଗ୍ରେନେଡ ମାଡ । ଫଳରେ ଅଶାନ୍ତ ରହୁଛି ସୀମା । ଶତ୍ରୁକୁ ଦୃଢ ଜବାବ ଦେବା ପାଇଁ ସେନା ପକ୍ଷରୁ ଏନକାଉଣ୍ଟର କରାଯାଉଛି ।

@ANI

Last Updated : Jul 16, 2021, 7:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.