ETV Bharat / bharat

Encounter In Awantipora: ସୁରକ୍ଷାକର୍ମୀ ଗୁଳିରେ ଜଣେ ଆତଙ୍କୀ ସଫା - ପୁଣି ସୀମାରେ ଫୁଟିଲା ଗୁଳି

ଜମ୍ମୁ କାଶ୍ମୀର ଅବନ୍ତିପୋରା ଜିଲ୍ଲା ଚାରସୋ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଚଳାଇଛନ୍ତି ସୁରକ୍ଷାବାହିନୀ । ଏନେଇ କାଶ୍ମୀର ଜୋନ ପୋଲିସ ପକ୍ଷରୁ ସୂଚନା ମିଳିିଛି । ଅଧିକ ପଢନ୍ତୁ

Encounter in Awantipora
Encounter in Awantipora
author img

By

Published : Mar 15, 2022, 9:33 AM IST

Updated : Mar 15, 2022, 9:40 AM IST

ଶ୍ରୀନଗର: ପୁଣି ସୀମାରେ ଫୁଟିଲା ଗୁଳି । ଜମ୍ମୁ କାଶ୍ମୀର ଅବନ୍ତିପୋରା ଜିଲ୍ଲା ଚାରସୋ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଜଣେ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି ସୁରକ୍ଷାକର୍ମୀ । ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଚଳାଇଛନ୍ତି ସୁରକ୍ଷାବାହିନୀ । ଏନେଇ କଶ୍ମୀର ଜୋନ ପୋଲିସ ପକ୍ଷରୁ ସୂଚନା ମିଳିିଛି ।

ସ୍ଥାନୀୟ ଅଞ୍ଚଳରେ ଆତଙ୍କୀଙ୍କ ଉପସ୍ଥିତି ନେଇ ସୁରକ୍ଷାବାହିନୀଙ୍କୁ ସୂଚନା ମିଳିିଥିଲା । ଏହା ପରେ ପୂର୍ଣ୍ଣ ପ୍ରସ୍ତୁତି ସହ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରସେନ ଆରମ୍ଭ କରିଛି ସୁରକ୍ଷାବାହିନୀ । ଶେଷଥର ପାଇଁ ଜମ୍ମୁକାଶ୍ମୀରର ହଣ୍ଡୱାରାର ନିଚାମା ରାଜଓ୍ବାରରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ ଆରମ୍ଭ କରିଥିବା ବେଳେ ଆତଙ୍କୀଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଫଳରେ ସୁରକ୍ଷାକର୍ମୀ ଗୁଳିରେ ଜଣେ ଆତଙ୍କୀଙ୍କ ମୃତ୍ୟୁ ହୋଇଥିବା କାଶ୍ମୀର ଜୋନ ପୋଲିସ ତରଫରୁ ସୂଚନା ପ୍ରଦାନ କରାଯାଇଥିଲା ।

ସେହିପରି ଗଣ୍ଡରବାଲ ଓ ପୁଲଓ୍ବାମାରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଏନକାଉଣ୍ଟରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରୁ ଜଣେ ଲସ୍କର-ଏ-ତୋଏବାର ଆତଙ୍କୀ ହୋଇଥିବା ବେଳେ ଜୈଶ-ଇ-ମହମ୍ମଦ ଓ ଜଣେ ପାକିସ୍ତାନୀ ଆତଙ୍କୀ ସୁରକ୍ଷାକର୍ମୀଙ୍କ ଗୁଳିରେ ମୃତ୍ୟୁ ହୋଇଥିଲା ।

@ANI

Last Updated : Mar 15, 2022, 9:40 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.