ETV Bharat / bharat

Baramulla Encounter: 4 ଟପ ଆତଙ୍କୀ ସଫା, 4 ଯବାନ ଆହତ

author img

By

Published : Apr 21, 2022, 7:00 AM IST

Updated : Apr 22, 2022, 8:00 AM IST

ପୁଣି ସୀମାରେ ଫୁଟିଲା ଗୁଳି । ଜମ୍ମୁ କାଶ୍ମୀର ବାରମୁଲ୍ଲାର ମାଲୱାହା ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ 2 ଆତଙ୍କୀ ନିହତ ହୋଇଥିବା ବେଳେ 4 ଯବାନ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

Baramulla Encounter
Baramulla Encounter

ଶ୍ରୀନଗର: ପୁଣି ସୀମାରେ ଫୁଟିଲା ଗୁଳି । ଜମ୍ମୁ କାଶ୍ମୀର ବାରମୁଲ୍ଲାର ମାଲୱାହା ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥରେ ଲସ୍କର ଏ ତୋଏବାର 4ଜଣ ଟପ ଆତଙ୍କୀକୁ ନିପାତ କରିଛି ସୁରକ୍ଷାବାହିନୀ । ବର୍ତ୍ତମାନ ସର୍ଚ୍ଚ ଅପରେସନ ଜାରି ରହିଛି । ବୁଡଗାମ ପୋଲିସ ଓ ସେନା ଏହି ଅପରେସନରେ ସାମିଲ ଅଛନ୍ତି । 4 ଜଣ ଯବାନ ଓ ଜଣେ ସାଧାରଣ ନାଗରିକ ସାମାନ୍ୟ ଆହତ ହୋଇଛନ୍ତି । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି କଶ୍ମୀର ଜୋନ ପୋଲିସ ।

ସୂଚନାଅନୁସାରେ, ବାରମୁଲ୍ଲାର ମାଲୱାହା ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ସୂଚନା ପାଇଥିଲା ସେନାବାହିନୀ । ଏହାପରେ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ଦୁଇପଟୁ ଗୁଳି ବିନିମୟ ହୋଇଥିଲା । ନିହତ ଆତଙ୍କୀ ଜଣକ ହେଲା ୟୁଶୁଫ କାଣ୍ଟ୍ରୋ । ଅନ୍ୟ ଆତଙ୍କୀର ପରିଚୟ ମିଳିପାରିନାହିଁ । ଅନେକ ଅପରାଧିକ କାର୍ଯ୍ୟରେ ତାର ସମ୍ପୃକ୍ତି ରହିଥିଲା । ଏହାଏକ ବଡ ସଫଳତା ବୋଲି କହିଛନ୍ତି କଶ୍ମୀର ଆଇଜିପି । ଫଳରେ 4 ଜଣ ସୁରକ୍ଷାକର୍ମୀ ସାମାନ୍ୟ ଆହତ ହୋଇଥିବା ନେଇ ସୂଚନା ଦେଇଛନ୍ତି ଆଇଜିପି ବିଜୟ କୁମାର ।

ପ୍ରକାଶ ଥାଉ କି, ଶେଷ ଥର ପାଇଁ ଏପ୍ରିଲ 16ରେ ଅନନ୍ତନାଗରେ ଆତଙ୍କବାଦୀ ସେନାଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ଜଣେ ଯବାନ ଶହୀଦ ହୋଇଥିଲେ । ଏହାପୂର୍ବରୁ 14 ତାରିଖରେ ହୋଇଥିବା ଗୁଳି ବିନିମୟରେ 4 ଆତଙ୍କୀଙ୍କୁ ନିପାତ କରିଥିଲା ସୁରକ୍ଷାବାହିନୀ । ଚଳିତ ବର୍ଷ ଆରମ୍ଭରୁ ସୁରକ୍ଷାବାହିନୀର ଆତଙ୍କୀ ଦମନ ଅଭିଯାନ ଆରମ୍ଭ ହୋଇଯାଇଛି । ସୀମାରେ 15ରୁ ଅଧିକ ଥର ଗୁଳିବିନିମୟ ହେଲାଣି । 25ରୁ ଅଧିକ ଆତଙ୍କବାଦଙ୍କୁ ନିପାତ କରାଯାଇଛି ।

@ANI

Last Updated : Apr 22, 2022, 8:00 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.