ETV Bharat / bharat

କାଶ୍ମୀର ପାନିପୋରାରେ ଏନକାଉଣ୍ଟର, ଜଣେ ଆତଙ୍କୀ ନିପାତ

author img

By

Published : Jun 6, 2022, 8:31 PM IST

Updated : Jun 6, 2022, 10:53 PM IST

କାଶ୍ମୀରର ପାନିପୋରାରେ ଏନକାଉଣ୍ଟରରେ ଜଣେ ଆତଙ୍କୀ ନିପାତ । ଅଧିକ ପଢନ୍ତୁ

କାଶ୍ମୀରର ପାନିପୋରାରେ ସୁରକ୍ଷାକର୍ମୀ- ଆତଙ୍କବାଦୀ ଏନକାଉଣ୍ଟର ଆରମ୍ଭ

ଶ୍ରୀନଗର: କାଶ୍ମୀରର ପାନିପୋରାରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଜାରି ରହିଥିବା ଗୁଳି ବିନିମୟରେ ସଫଳତା ପାଇଛି ସୁରକ୍ଷା ବଳ । ଜଣେ ଆତଙ୍କୀ ନିପାତ ହୋଇଥିବା ବେଳେ ଅନ୍ୟ ପ୍ରାୟ 3ଜଣ ଆତଙ୍କୀ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି । ନିହତ ଆତଙ୍କୀର ନାମ ହାଞ୍ଜଲା ଓ ସେ ପାକିସ୍ତାନର ବାସିନ୍ଦା ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ମିଳିଥିବା ପୋଲିସ କହିଛି । ତା ଠାରୁ ଏ.କେ-47 ରାଇଫଲ ସମେତ ଏକାଧିକ ଗୁଳି ଭର୍ତ୍ତି ମାଗାଜିନ ଓ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ ହୋଇଥିବା କାଶ୍ମୀର ପୋଲିସ ଆଇଜି ବିଜୟ କୁମାର ସୂଚନା ଦେଇଛନ୍ତି ।

  • Jammu & Kashmir | Encounter breaks out between security forces and terrorists in Panipora forest area, Zaloora, Sopore: Police

    — ANI (@ANI) June 6, 2022 " class="align-text-top noRightClick twitterSection" data=" ">

ସୂଚନା ଅନୁସାରେ,ପାନିପୋରରାର ଜଙ୍ଗଲରେ କିଛି ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ କଡାକଡି କରିଥିଲା ସେନା ଓ ସ୍ଥାନୀୟ ପୋଲିସର ମିଳିତ ଟିମ । ତେବେ ଆତଙ୍କୀଙ୍କ ମୁହାଁମୁହିଁ ହେବା ସହ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଘାଟିରେ ସାଧାରଣ ଲୋକଙ୍କୁ ଆତଙ୍କବାଦୀଙ୍କ ଲଗାତାର ଟାର୍ଗେଟ ପରେ ଆତଙ୍କବାଦୀ ନିରୋଧି ଅପରେସନକୁ ସେନା ମଧ୍ୟ ଜୋରଦାର କରିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 6, 2022, 10:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.