ETV Bharat / bharat

Kulgam Encounter: ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ

ଦକ୍ଷିଣ ଜମ୍ମୁ କାଶ୍ମୀର କୁଲଗାମର କୋଥପୋରା ଅଞ୍ଚଳରେ ସୁରକ୍ଷାକର୍ମୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଛି । ଅଧିକ ପଢନ୍ତୁ

author img

By

Published : Jul 27, 2022, 7:19 AM IST

ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ

ଶ୍ରୀନଗର: ପୁଣି ସୀମାରେ ଫୁଟିଲା ଗୁଳି । ଦକ୍ଷିଣ କାଶ୍ମୀର ବ୍ରାଇହର୍ଡ କୁଲଗାମର କୋଥପୋରା ଅଞ୍ଚଳରେ ସୁରକ୍ଷାକର୍ମୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଛି । ସ୍ଥାନୀୟ ଅଞ୍ଚଳରେ ଆତଙ୍କୀଙ୍କ ଉପସ୍ଥିତି ନେଇ ସୂଚନା ପାଇଥିଲେ ସୁରକ୍ଷାବାହିନୀ । ଅଞ୍ଚଳକୁ ଘେରାବନ୍ଦୀ କରି ଜମ୍ମୁକାଶ୍ମୀର ପୋଲିସ ଓ ସୁରକ୍ଷାକର୍ମୀଙ୍କ ମିଳିତ ଅପରେସନ ଆରମ୍ଭ ହୋଇଛି।

ବର୍ତ୍ତମାନ ଗୁଳି ବିନିମୟ ଜାରି ରହିଛି । ଶେଷ ଥର ପାଇଁ ଜୁଲାଇ 23ରେ ଜମ୍ମୁ କାଶ୍ମୀର କୁଲଗାମର ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଜୁଲାଇ 6ରେ ଆଉ ଏକ ଏନକାଉଣ୍ଟରେ ଦୁଇ ଆତଙ୍କବାଦୀ ଆତ୍ମସମର୍ପଣ କରିଥିଲେ । ପ୍ରକାଶ ଥାଉ କି, ଚଳିତ ବର୍ଷ ସୀମାରେ 40ରୁ ଅଧିକ ଥର ଏନକାଉଣ୍ଟର ହୋଇଛି । ବର୍ଷ ଆରମ୍ଭରୁ ଏ ପର୍ଯ୍ୟନ୍ତ 35ରୁ ଅଧିକ ଆତଙ୍କୀ ନିପାତ ହୋଇଛନ୍ତି ।

କ୍ରମାଗତ ସର୍ଚ୍ଚ ଅପରେସନ ଓ ଗୁଇନ୍ଦା ସଂସ୍ଥାର ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି । ବର୍ଷ ଆରମ୍ଭରୁ ଏକାଧିକ ଏନକାଉଣ୍ଟରରେ ବହୁ ଆତଙ୍କୀ ନିପାତ ମଧ୍ୟ ହୋଇସାରିଲେଣି । ଘାଟିରେ ଆତଙ୍କୀଙ୍କ ସଂଖ୍ୟା ପୂର୍ବାପେକ୍ଷା ହ୍ରାସ ମଧ୍ୟ ପାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.