ETV Bharat / bharat

Uri Encounter: ଉରିରେ ଏନକାଉଣ୍ଟର, ୩ ଆତଙ୍କୀ ନିହତ - ବାରମୂଲରେ ଗୁଳି ବିନିମୟ ଜାରି

ଉରିରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି । ୩ ଜଣ ଆତଙ୍କୀର ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ଉରିରେ ଏନକାଉଣ୍ଟର ଆରମ୍ଭ
ଉରିରେ ଏନକାଉଣ୍ଟର ଆରମ୍ଭ
author img

By ETV Bharat Odisha Team

Published : Sep 16, 2023, 10:15 AM IST

Updated : Sep 16, 2023, 2:22 PM IST

ଶ୍ରୀନଗର: ଜମ୍ମୁ-କାଶ୍ମୀର ବାରମୂଲା ଜିଲ୍ଲାର ଉରିରେ ଆଜି(ଶନିବାର) ସକାଳୁ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଯାଇଛି । ଉରି ସେକ୍ଟରର ହାଥଲଙ୍ଗା ଅଞ୍ଚଳରେ ସେନା ଓ ଆତଙ୍କୀ ମୁହାଁମୁହିଁ ହୋଇଛନ୍ତି । ଏହି ଗୁଳି ବିନିମୟରେ ୩ ଜଣ ଆତଙ୍କୀ ନିପାତ ହୋଇଥିବା ଜଣାପଡିଛି । ସେନା ସହ ବାରମୂଲା ପୋଲିସ ଏହି ମିଳିତ ଅପରେସନର ସାମିଲ ରହିଛି । ସମଗ୍ର ଅଞ୍ଚଳକୁ ସମ୍ପୂର୍ଣ୍ଣ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନ ଜାରି ରହିଛି । ଏନେଇ କାଶ୍ମୀର ଜୋନ ପୋଲିସ ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, ଉରି ହାଥଲାଙ୍ଗ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସେନାକୁ ଖବର ମିଳିଥିଲା । ଏହାପରେ ସ୍ଥାନୀୟ ପୋଲିସ ସହ ସୁରକ୍ଷାବାହିନୀ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷାବଳ ଉପରକୁ ପ୍ରଥମେ ଗୁଳି ଚଳାଇଥିଲେ । ଏହାର ପାଲଟା ଜବାବ ଦେଇଥିଲା ସୁରକ୍ଷାବାହିନୀ । ଏହି ଗୁଳି ବିନିମୟରେ ପୂର୍ବରୁ ଜଣେ ଆତଙ୍କୀର ମୃତ୍ୟୁ ହୋଇଥିବା ଖବର ମିଳିଥିବା ବେଳେ ଏବେ ଆଉ ଜଣେ ୨ ଜଣ ଆତଙ୍କୀ ଟଳିଛନ୍ତି ।

ସେପଟେ ଆଜି ଚତୁର୍ଥ ଦିନରେ ମଧ୍ୟ ଅନନ୍ତନାଗରେ ଏନକାଉଣ୍ଟର ଜାରି ରହିଛି । କୋକେରନାଗ ଜଙ୍ଗଲରେ ସେନା ଓ ଜମ୍ମୁ-କାଶ୍ମୀର ପୋଲିସ ମିଳିତ ସର୍ଚ୍ଚ ଅପରେସନ ଚଳାଇଛନ୍ତି । ସୁରକ୍ଷାବଳ ପକ୍ଷରୁ ଏନକାଉଣ୍ଟର ଜାରି ରହିଥିବା ବେଳେ ସେଠାରେ ଆଜି ପ୍ରଚଣ୍ଡ ବିସ୍ଫୋରଣର ଶବ୍ଦ ଶୁଣାଯାଇଛି । ରହି ରହି ଗୁଳିଗୋଳା ଶବ୍ଦ ମଧ୍ୟ ଶୁଭୁଛି । ତେବେ ଲୁଚି ରହିଥିବା ସବୁ ଆତଙ୍କବାଦୀଙ୍କୁ ନିପାତ କରାଯିବ ବୋଲି କାଶ୍ମୀର ପୋଲିସ ମୁଖ୍ୟ ଆଶ୍ବସନା ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: Anantnag Encounter: ଅନନ୍ତନାଗରେ ଆଉ ଜଣେ ଯବାନ ଶହୀଦ, ୪ଜଣ ଶହୀଦ

ଗତ ବୁଧବାରଠୁ କୋକେରନାଗ ଅଞ୍ଚଳରେ ସୁରକ୍ଷାବଳ ଓ ଆତଙ୍କୀଙ୍କ ମଧ୍ୟରେ ଘମାଘୋଟ ଲଢେଇ ଚାଲିଛି । କୋକେରନାଗ ଜଙ୍ଗଲରେ କିଛି ଆତଙ୍କୀ ଲୁଚିଥିବା ବିଶେଷ ସୂତ୍ରରୁ ଖବର ମିଳିବା ପରେ ସେନା ଓ ପୋଲିସ ପକ୍ଷରୁ ମିଳିତ ଅପରେସନ ଆରମ୍ଭ ହୋଇଥିଲା । ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷାବଳ ଉପରକୁ ଗୁଳି ଚାଳନା କରିଥିଲେ । ବୁଧବାର ଦିନ ଏହି ଗୁଳି ବିନିୟମରେ ସେନାର ଦୁଇ ଜଣେ ଅଧିକାରୀ କର୍ଣ୍ଣେଲ ମନପ୍ରୀତି ସିଂହ, ମେଜର ଆଶିଷଙ୍କ ସହ ଜମ୍ମୁ କାଶ୍ମୀର ପୋଲିସ ଡିଏସପି ହୁମାୟୁନ ଭଟ ଶହୀଦ ହୋଇଯାଇଥିଲେ । ଏଥିରେ ଆଉ ଦୁଇ ଯବାନ ଆହତ ହୋଇଥିବା ବେଳେ ଶୁକ୍ରବାର ସକାଳେ ଜଣେ ଯବାନ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ । ଏହାର ପ୍ରତିଶୋଧ ନେବାକୁ କୋକେରନାଗରେ ଅପରେସନ ଜୋରଦାର କରାଯାଉଛି । ତେବେ ସୁରକ୍ଷାବଳ ଉପରେ ଆକ୍ରମଣ କରିଥିବା ଆତଙ୍କୀ ଦ ରେଜିଷ୍ଟାନ୍ସ ଫ୍ରଣ୍ଟର ବୋଲି ଜଣାପଡିଛି ।

ଏହାମଧ୍ୟ ପଢନ୍ତୁ: Encounter in Anantnag: ସେନାର 2 ଓ ଜଣେ ପୋଲିସ ଅଧିକାରୀ ଶହୀଦ, ଘଟଣାସ୍ଥଳରେ ହାଇଆଲର୍ଟ

Last Updated : Sep 16, 2023, 2:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.