ETV Bharat / bharat

ଅନନ୍ତନାଗ ଏନକାଉଣ୍ଟରେ ଜଣେ ଯବାନ ଶହୀଦ, ଏବେବି ଗୁଳି ବିନିମୟ ଜାରି - କାଶ୍ମୀର ଏନକାଉଣ୍ଚର

ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟରରେ ଜଣେ ଯବାନ ଶହୀଦ । ଏବେବି ଜାରି ରହିଛି ଅପରେସନ । ଅଧିକ ପଢନ୍ତୁ

ଅନନ୍ତନାଗ ଏନକାଉଣ୍ଟରେ ଜଣେ ଯବାନ ଶହୀଦ, ଏବେବି ଗୁଳି ବିନିମୟ ଜାରି

author img

By

Published : Apr 16, 2022, 4:58 PM IST

Updated : Apr 16, 2022, 5:48 PM IST

ଶ୍ରୀନଗର: ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର କୋକେରନାଗ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଜାରି ରହିଥିବା ଗୁଳି ବିନିମୟରେ ଜଣେ ଯବାନ ଶହୀଦ ହୋଇଛନ୍ତି । ଶହୀଦ ହୋଇଥିବା ଯବାନଙ୍କ ନାମ ନସିମ । ତାଙ୍କ ଦେହରେ ଗୁଳି ଲାଗିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୁରକ୍ଷା ବଳର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ଆତଙ୍କୀବାଦୀଙ୍କ ଉପସ୍ଥିତି ନେଇ ସୂଚନା ମିଳିବା ପରେ ସ୍ଥାନୀୟ ପୋଲିସ, ସେନା ଓ ଅର୍ଦ୍ଧ୍ବ ସାମରିକ ବଳ ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏଥିରେ ଆତଙ୍କୀମାନେ ଗୁଳିମାଡ କରିବା ପରେ ପାଲଟା ଜବାବ ଦେଇଥିଲା ସୁରକ୍ଷା ବାହିନୀ । ଉଭୟ ପକ୍ଷ ମଧ୍ୟରେ ଗୁଳିି ବିନିମୟରେ ଜଣେ ଯବାନ ଶହୀଦ ହୋଇଛନ୍ତି । ସ୍ଥାନୀୟ ଅଞ୍ଚଳକୁୁ ସମ୍ପୂର୍ଣ୍ଣ ଘେରାବନ୍ଦୀ କରି ଏବେବି ଗୁଳି ବିନିମୟ ଜାରି ରହିଥିବା କାଶ୍ମୀର ଜୋନ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 16, 2022, 5:48 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.