ETV Bharat / bharat

ସରକାରଙ୍କୁ ବରୁଣଙ୍କ ଟାର୍ଗେଟ, ରୋଜଗାର ହାର ଗତ 5 ବର୍ଷରେ ସର୍ବନିମ୍ନ

author img

By

Published : Sep 1, 2022, 8:47 PM IST

ପୁଣି ସରକାରଙ୍କୁ ଘେରିଲେ ବିଜେପି ନେତା ତଥା ସାଂସଦ ବରୁଣ ଗାନ୍ଧୀ (Varun Gandhi on Employment) । କହିଲେ 5 ବର୍ଷରେ ସର୍ବନିମ୍ନ ରୋଜଗାର ହାର । କେତେ ଅପେକ୍ଷା କରିବ ସଂଘର୍ଷଶୀଳ ଯୁବସମାଜ । ଅଧିକ ପଢନ୍ତୁ

ସରକାରଙ୍କୁ ବରୁଣଙ୍କ ଟାର୍ଗେଟ, ରୋଜଗାର ହାର ଗତ 5 ବର୍ଷରେ ସର୍ବନିମ୍ନ
ସରକାରଙ୍କୁ ବରୁଣଙ୍କ ଟାର୍ଗେଟ, ରୋଜଗାର ହାର ଗତ 5 ବର୍ଷରେ ସର୍ବନିମ୍ନ

ନୂଆଦିଲ୍ଲୀ: ପିଲିଭିତରୁ ବିଜେପି ସାଂସଦ ଥିବା ବରୁଣ ଗାନ୍ଧୀ (BJP MP Varun Gandhi)ବେଳେବେଳେ ନିଜ ବୟାନ ପାଇଁ କେନ୍ଦ୍ରରେ ଥିବା ନିଜ ଦଳ ନେତୃତ୍ବାଧୀନ ସରକାର ପାଇଁ ଅଡୁଆ ସୃଷ୍ଟି କରିବା ଘଟଣା କିଛି ନୂଆ ନୁହେଁ । ତେବେ ପୁଣି ଥରେ ବରୁଣ ସରକାରଙ୍କୁ ଘେରିଛନ୍ତି । ଏଥର ରୋଜଗାର ହାର ହ୍ରାସ ପାଇବା ପ୍ରସଙ୍ଗରେ ସେ ସରକାରଙ୍କୁ ସମାଲୋଚନା କରିଛନ୍ତି (Varun Gandhi on Employment )। ଟ୍ବିଟ କରି ବରୁଣ କହିଛନ୍ତି, ରୋଜଗାର ହାର ହ୍ରାସ ପାଇବାରେ ଲାଗିଛି, ଯାହା ଗତ 5 ବର୍ଷରେ ସର୍ବନିମ୍ନ । ଏପରି ସ୍ଥିତିରେ ରୋଜଗାର ପାଇଁ ଯୁବସମାଜକୁ କେତେ ଅପେକ୍ଷା କରିବାକୁ ପଡିବ ବୋଲି ସେ ପ୍ରଶ୍ନ ମଧ୍ୟ କରିଛନ୍ତି ।

  • युवाओं में रोजगार दर 20.9% से घटकर 10.4% रह गयी है, यह पिछले 5 वर्षों में सबसे न्यूनतम स्तर पर है।

    हाल ही में प्रधानमंत्री जी ने सभी विभागों से रिक्त पड़े 10 लाख पदों को भरने का आग्रह किया, पर अब तक कोई भी विभाग ठोस कार्य योजना नहीं बना सका।

    संघर्षशील युवा कब तक इंतजार करेगा? pic.twitter.com/AwZl4LensB

    — Varun Gandhi (@varungandhi80) September 1, 2022 " class="align-text-top noRightClick twitterSection" data=" ">

ବରୁଣ କହିଛନ୍ତି, ‘‘ରୋଜଗାର 20.9% ରୁ ହାର ହ୍ରାସ ପାଇ 10.4% ରେ ପହଞ୍ଚିଲାଣି । ଯାହା ଗତ 5 ବର୍ଷ ମଧ୍ୟରେ ସର୍ବନିମ୍ନରେ ସ୍ତରରେ ପହଞ୍ଚିଛି । ନିକଟରେ ପ୍ରଧାନମନ୍ତ୍ରୀଜୀ ସମସ୍ତ ବିଭାଗରେ ଖାଲି ଥିବା ପ୍ରାୟ 10 ଲକ୍ଷ ପଦବୀ ପୂରଣ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସୁଦ୍ଧା କୌଣସି ବିଭାଗ ସେ ଦିଗରେ ସଠିକ ପଦକ୍ଷେପ ଗ୍ରହଣ କରିବା ପାଇଁ ସକ୍ଷମ ହେଲେ ନାହିଁ । ଏପରି ସ୍ଥିତିରେ ଦେଶର ସଂଘର୍ଷଶୀଳ ଯୁବସମାଜ ଆଉ କେତେ ଅପେକ୍ଷା କରିବ । ’’

ସେ ଏକ ଡାଟାଚାର୍ଟ ମଧ୍ୟ ଟ୍ବିଟରେ ସଲଗ୍ନ କରିଛନ୍ତି (Varun Gandhi on Employment)। ଯେଉଁଥିରେ ରୋଜଗାର ଡାଟାର ଏକ ସୂଚାକାଙ୍କ ମଧ୍ୟ ରହିଛି । ଏଥିରେ ଯୁବକଙ୍କ ନିଯୁକ୍ତି ହାର ପୂର୍ବରୁ 20.9 ପ୍ରତିଶତ ଥିବା ବେଳେ ଏହା ଏବେ 10.4 ପ୍ରତିଶତକୁ ଖସିଛି । ଯାହା ଗତ 5 ବର୍ଷରେ ସର୍ବନିମ୍ନ ବୋଲି ଚାର୍ଟରେ ଦର୍ଶାଯାଇଛି । ପୂର୍ବରୁୁ ମଧ୍ୟ ବିଜେପି ସାଂସଦ ବରୁଣ ଏକାଧିକ ପ୍ରସଙ୍ଗରେ ନିଜ ଦଳ ବିଜେପି ନେତୃତ୍ବାଧୀନ ସରକାରଙ୍କୁ କଡା ସମାଲୋଚନା କରିଥିବାର ନଜିର ରହିଛି । ପୂର୍ବରୁ ସେ ଯୁବକଙ୍କ ରୋଜଗାର ଓ କୃଷକଙ୍କ ପାଇଁ ମଧ୍ୟ ସରକାରଙ୍କ ନୀତିକୁ ସମାଲୋଚନା କରି ଚର୍ଚ୍ଚାକୁ ଆସିସାରିଛନ୍ତି ।

ସୂଚନା ଅନୁସାରେ, ଗତ ଜୁନ ମାସରେ ଦେଶରେ ମୋଟ 10 ଲକ୍ଷ ପଦବୀରେ ଭର୍ତ୍ତି ପାଇଁ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ବିଭିନ୍ନ ବିଭାଗ ଏହି ଦିଗରେ ମିଶନ ମୋଡରେ କାର୍ଯ୍ୟକ୍ରମ ହାତକୁ ନେବା ଲାଗି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ଏକାଧିକ ମନ୍ତ୍ରଣାଳୟ ଓ ସରକାରୀ ବିଭାଗରେ ଖାଲି ପଡିଥିବା ପଦବୀରେ ଭର୍ତ୍ତି ପ୍ରକ୍ରିୟା ଆରମ୍ଭ ହେବା ନେଇ ନିର୍ଦ୍ଦେଶ ମିଳି ସାରିଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା । ହେଲେ ପରବର୍ତ୍ତୀ ସମୟରେ ଏହି ଘୋଷଣା ଶିଥିଳ ପଡିଥିବା ବରୁଣ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.