ETV Bharat / bharat

ଚର୍ଚ୍ଚାରେ ଏଲନ ମସ୍କଙ୍କ ଆଉ ଏକ ଟ୍ବିଟ୍‌, ଏଥର ଶୀର୍ଷକ ନିଜର ସନ୍ଦେହଜନକ ମୃତ୍ୟୁ - ଏଲନ ମସ୍କଙ୍କ ନୂଆ ଟ୍ବିଟ

ନିକଟରେ ଟ୍ବିଟରକୁ କିଣିଛନ୍ତି ଏଲନ ମସ୍କ (Elon Musk)। ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟରର ନୂଆ ମାଲିକ ହୋଇଛନ୍ତି ଟେଲସା ସିଇଓ । ଏହା ପରେ ସେ ଲଗାତାର ଭାବେ ଚର୍ଚ୍ଚାକୁ ଆସୁଛନ୍ତି । ଏବେ ତାଙ୍କର ଆଉ ଏକ ନୂଆ ଟ୍ବିଟ ଚର୍ଚ୍ଚାରେ ରହିଛି । ଅଧିକ ପଢନ୍ତୁ

ଟ୍ବିଟ କରି ସନ୍ଦିଗ୍ଧ ମୃତ୍ୟୁ କଥା କହିଲେ ଏଲନ ମସ୍କ

author img

By

Published : May 9, 2022, 10:06 AM IST

Updated : May 9, 2022, 12:46 PM IST

ନୂଆଦିଲ୍ଲୀ: ନିକଟରେ ଟ୍ବିଟରକୁ କିଣିଛନ୍ତି ଏଲନ ମସ୍କ(Elon Musk) । ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟରର ନୂଆ ମାଲିକ ହୋଇଛନ୍ତି ଟେଲସା CEO । ଏହା ପରେ ସେ ଲଗାତାର ଭାବେ ଚର୍ଚ୍ଚାକୁ ଆସୁଛନ୍ତି । ଏବେ ତାଙ୍କର ଆଉ ଏକ ନୂଆ ଟ୍ବିଟ ଚର୍ଚ୍ଚାରେ ରହିଛି । ଯେଉଁଥିରେ ସେ ସନ୍ଦିଗ୍ଧ ଅବସ୍ଥା ମୃତ୍ୟୁ ବିଷୟରେ କହିଛନ୍ତି । ତାଙ୍କର ଏହି ଟ୍ବିଟ୍‌ ପରେ ଲଗାତାର ଲୋକେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ମସ୍କ ଏ ଟ୍ବିଟ ପରେ ତାଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ଚର୍ଚ୍ଚା ହେଉଛି ।

  • If I die under mysterious circumstances, it’s been nice knowin ya

    — Elon Musk (@elonmusk) May 9, 2022 " class="align-text-top noRightClick twitterSection" data=" ">

ଏଲନ ମସ୍କ ଟ୍ବିଟରେ ଲେଖିଛନ୍ତି, ''ଯଦି ସନ୍ଦିଗ୍ଧ ଅବସ୍ଥାରେ ମୋର ମୃତ୍ୟୁ ହୁଏ, ତେବେ ଏହା ଅନେକ ସମୟ ଯାଏ nice knowin ya ହେବ । ମସ୍କଙ୍କ ଏହି ଟ୍ବିଟ୍‌ର ଅର୍ଥ ଅସ୍ପଷ୍ଟ ରହିଛି । ମାତ୍ର ଅନୁମାନ କରାଯାଉଛି ଯେ ଏଠାରେ ମସ୍କ nice knowin ya ଗୀତ ବିଷୟରେ କହିଛନ୍ତି । ଯେଉଁ ଗୀତ ବିଷୟରେ ମସ୍କ କହିଛନ୍ତି ତାହା ଟ୍ବେଣ୍ଟି2 ନାମକ ଫିଲ୍ମର ଯାହା 2018ରେ ଆସିଥିଲା । ମସ୍କଙ୍କ ଏହି ଟ୍ବିଟ ଟାଇମଲାଇନରେ ଆସିବା ପରେ ଭାଇରାଲ ହେବାରେ ଲାଗିଛି । ଏକ ଘଣ୍ଟାରୁ କମ ସମୟ ଭିତରେ ମସ୍କଙ୍କ ଏହି ଟ୍ବିଟକୁ 33 ହଜାରରୁ ଅଧିକ ଲୋକ ଟ୍ବିଟ କରି ସାରିଛନ୍ତି ।

ମସ୍କଙ୍କ ଟ୍ବିଟର ପ୍ରତିକ୍ରିୟା...

ଏଲନ ମସ୍କଙ୍କ ଟ୍ବିଟ ପରେ ଅନେକ ଲୋକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଜବାବରେ ଲୋକ କହିଛନ୍ତି ଦୁନିଆକୁ ତୁମର ଆବଶ୍ୟକତା ଅଛି । ତୁମେ ଏତେ ଶୀଘ୍ର କେଉଁଆଡେ ଯାଇ ପାରିବ ନାହିଁ । ଆଉ ଜଣେ ୟୁଜର୍ସ ଲେଖିଛନ୍ତି ଆମକୁ ମସ୍କଙ୍କୁ କୌଣସି ମତେ ବଞ୍ଚାଇବାକୁ ପଡିବ । ଅନ୍ୟ ଟ୍ବିଟର ବ୍ୟବହାରକାରୀ ମସ୍କଙ୍କୁ ଟ୍ବିଟକୁ ଗୁରୁତର ସହ ନେଇ ଏବଂ ଏପରି କଥା ମଜାରେ ବି କହିବାକୁ ଭାବିବ ନାହଁ ବୋଲି କହିଛନ୍ତି ।

ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ତଥା ଟେଲସା ସିଇଓ ମସ୍କ ୪୪ ବିଲିୟନ ଡଲାରରେ ଟ୍ବିଟରକୁ କିଣିଛନ୍ତି । କମ୍ପାନୀ ଅଧିଗ୍ରହଣ ପାଇଁ ସେ ଯେଉଁ ପ୍ରସ୍ତାବ ଦେଇଥିଲେ, ତାହାକୁ ଟ୍ବିଟର କର୍ତ୍ତୃପକ୍ଷ ଗ୍ରହଣ କରିଥିଲେ । ଟ୍ବିଟର ସେୟାରହୋଲ୍ଡର ଗୋଟିଏ ସେୟାର ପିଛା ୫୪.୦୨ ଡଲାର ପାଇବେ ।

Last Updated : May 9, 2022, 12:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.