ନୂଆଦିଲ୍ଲୀ: ଆମେରିକୀୟ କାର ନିର୍ମାଣ କମ୍ପାନୀ ଟେସଲା(Tesla) ଓ ସ୍ପେଶଏକ୍ସ(SpaceX)ର ମାଲିକ ଏଲନ ମସ୍କ ଦୁନିଆର ସବୁଠୁ ଶ୍ରେଷ୍ଠ ଧନୀ ବ୍ୟକ୍ତି ତାଲିକାର ସ୍ଥାନ ହରାଇଛନ୍ତି । ସୋମବାର ଟେସଲା ସେୟାର ବଜାରରେ 8.6 ପ୍ରତିଶତ ସେୟାର ତଳକୁ ଖସିବା ଦ୍ବାରା ଏଲନ ମସ୍କ ଦୁନିଆର ସବୁଠୁ ଧନୀ ବ୍ୟକ୍ତି ସୂଚୀରେ ମଧ୍ୟ ତଳକୁ ଖସିଆସିଛନ୍ତି ।
ଟେସଲା ବଜାରରେ ସେୟାର ତଳକୁ ଖସିବା ଦ୍ବାରା ଏଲନ ମସ୍କଙ୍କ ମୋଟ ସମ୍ପତିରେ 15.2 ବିଲିୟନ ଡଲାର ହ୍ରାସ ପାଇଛି । ଏପରିକି ମସ୍କଙ୍କ ଏକ ଟ୍ବିଟ କାରଣରୁ ସେ ବିଟକଏନରେ ଲଗାଯାଇଥିବା ସେୟାର ମଧ୍ୟ ତଳକୁ ଖସିଛି । ବିଗତ କିଛିଦିନ ପୂର୍ବରୁ ଖବର ଶୁଣିବାକୁ ମିଳୁଥିଲା ଯେ, ଏଲୋନ ମସ୍କ ବିଟକଏନ କିଣିଛନ୍ତି । ଯାହା ପରମୂହର୍ତ୍ତରେ ଏକ ରେକର୍ଡ କରିଛି । କିନ୍ତୁ ବର୍ତ୍ତମାନ ବିଟକଏନ ସେହି ସର୍ବଚ୍ଚ ଶିଖରରୁ ଖସି ଆସିବା ଦ୍ବାରା ଏଲୋନ ମସ୍କଙ୍କୁ ବହୁ କ୍ଷତି ସହିବାକୁ ପଡିଛି ।
ତେବେ ସେୟାର ବଜାରରେ ଏହି ଭାରି ହ୍ରାସ, ମସ୍କଙ୍କ ଏକ ଟ୍ବିଟର ଆକାଉଣ୍ଟରେ କମେଣ୍ଟ କାରଣରୁ ତଳକୁ ଖସିଛି । ଯେତେବେଳେ ସେ କହିଛନ୍ତି, ବିଟକଏନ ଏବଂ ଇଥରର ମୂଲ୍ୟ ଏବେ ଅଧିକ । ଏବଂ ସେ ବିଟକଏନରେ 1.5 ବିଲିୟନ ଡଲାର ନିବେଶ କରିଛନ୍ତି ।
ଏହାପରେ ହିଁ ସୋମବାର, ଟେସଲା ସେୟାର ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ସେୟାର 8.5 ପ୍ରତିଶତ ସେୟାର ତଳକୁ ଖସିବା ଦ୍ବାରା ମସ୍କଙ୍କ ସମ୍ପତିରେ 15 ବିଲିୟନ ଡଲାରରୁ ଅଧିକ ସମ୍ପତି ହ୍ରାସ ପାଇଛି । ସେୟାର ବଜାରରେ ଭାରି ହ୍ରାସ ଯୋଗୁଁ ମସ୍କଙ୍କୁ ଏହି ଝଟକା ଲାଗିଛି ।