ETV Bharat / bharat

ଚାଷୀଙ୍କୁ ସରକାରଙ୍କ ସନ୍ଦେଶ, ଦେଢ ବର୍ଷ ପ୍ରସ୍ତାବ ଉପରେ ବିଚାର ପରେ ଆଲୋଚନା - ଚାଷୀ ବୈଠକ

ଶୁକ୍ରବାର ହୋଇଥିବା ବୈଠକରେ ସରକାର ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି ଯେ ଯେତେ ପର୍ଯ୍ୟନ୍ତ ଦେଢ ବର୍ଷର ପ୍ରସ୍ତାବ ଉପରେ ବିଚାର ନ କରୁଛନ୍ତି, ସେତେ ଯାଏଁ ଆଲୋଚନା ସମ୍ଭବ ନୁହେଁ । ଅଧିକ ପଢନ୍ତୁ...

ଚାଷୀଙ୍କ ସରକାରଙ୍କ ସନ୍ଦେଶ, ଦେଢ ବର୍ଷ ପ୍ରସ୍ତାବ ଉପରେ ବିଚାର ପରେ ହେବ ଆଲୋଚନା

author img

By

Published : Jan 22, 2021, 10:49 PM IST

ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ନେଇ ଚାଷୀ ନେତାଙ୍କ ସହ ଆଲୋଚନାରେ ଏବେ କଠୋର ଆଭିମୁଖ୍ୟ ଆପଣାଉଛନ୍ତି ସରକାର । ଶୁକ୍ରବାର ହୋଇଥିବା ବୈଠକରେ ସରକାର ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି ଯେ ଯେତେ ପର୍ଯ୍ୟନ୍ତ ଦେଢ ବର୍ଷର ପ୍ରସ୍ତାବ ଉପରେ ବିଚାର ନ କରୁଛନ୍ତି, ସେତେ ଯାଏଁ ଆଲୋଚନା ସମ୍ଭବ ନୁହେଁ ।

ବୈଠକ ସମୟରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଚାଷୀ ନେତାଙ୍କୁ କହିଛନ୍ତି, ସରକାର ଆପଣଙ୍କ ସହଯୋଗ ପାଇଁ କୃତଜ୍ଞ । ଆଇନରେ କୌଣସି ତ୍ରୃଟି ନାହିଁ । ଆମେ ଆପଣଙ୍କ ସମ୍ମାନରେ ପ୍ରସ୍ତାବ ଦେଇଛୁ । ହେଲେ ଆପଣ ନିର୍ଣ୍ଣୟ କରିପାରିଲେ ନାହିଁ । ଯଦି କୌଣସି ନିର୍ଣ୍ଣୟରେ ପହଞ୍ଚନ୍ତି ତେବେ ଜଣାଇବାକୁ ଚାଷୀଙ୍କୁ କହିଛନ୍ତି ତୋମାର ।

ଦଶମ ରାଉଣ୍ଡ ବୈଠକରେ ସରକାର ଚାଷୀ ନେତାମାନଙ୍କୁ ପ୍ରସ୍ତାବ ଦେଇଥିଲ ଯେ ଆମେ ନୂତନ ଆଇନକୁ ଦେଢ ବର୍ଷ ପାଇଁ ସ୍ଥଗିତ ରଖିବୁ । ଏହା ଉପରେ ବିଚାର କରିବାକୁ ଚାଷୀ ନେତାମାନଙ୍କୁ କୁହାଯାଇଥିଲା । କିନ୍ତୁ 11 ତମ ରାଉଣ୍ଡ ବୈଠକ ପୂର୍ବରୁ ମଧ୍ୟ ଚାଷୀ ନେତାମାନେ ସ୍ପଷ୍ଟ କରିଛନ୍ତି ଯେ ଏହି ପ୍ରସ୍ତାବ ଉପରେ ବିଚାର କରାଯିବ ନାହିଁ ଏବଂ ଆନ୍ଦୋଳନ ବନ୍ଦ କରିବା ପାଇଁ ଆଇନ ପ୍ରତ୍ୟାହାର ହେଉଛି ଏକମାତ୍ର ବିକଳ୍ପ ।

କୃଷି ଆଇନକୁ ନେଇ ଦିଲ୍ଲୀ ସୀମାରେ ଜାରି ଚାଷୀ ଆନ୍ଦୋଳନ 58 ଦିନରେ ପହଞ୍ଚିଛି । ମିଳିତ ଚାଷୀ ମୋର୍ଚ୍ଚା ବୟାନ ଜାରି କରି କହିଛି ଯେ ସାଧାରଣ ସଭାରେ ସରକାରଙ୍କ ଦ୍ବାରା ରଖାଯାଇଥିବା ପ୍ରସ୍ତାବକୁ ଅସ୍ବୀକାର କରାଯାଇଛି । 3ଟି କୃଷି ଆଇନକୁ ସମ୍ପୂର୍ଣ୍ଣ ରଦ୍ଦ କରିବା ଓ ସମସ୍ତ ଚାଷୀଙ୍କ ପାଇଁ ଏମଏସପି ଆଇନ ଗଠନର ଦାବି ଏହି ଆନ୍ଦୋଳନର ମୁଖ୍ୟ ଦାବି ଭାବେ ଦୋହରାଯାଇଛି ।

ସେପଟେ ନୂତନ କୃଷି ଆଇନକୁ କେନ୍ଦ୍ର ସରକାର ଯଦି ରଦ୍ଦ ନ କରନ୍ତି ତେବେ ଏହି ଆନ୍ଦୋଳନ ଆସନ୍ତା ମେ’ 2024 ପର୍ଯ୍ୟନ୍ତ ଚାଲିବ ବୋଲି ନବମ ରାଉଣ୍ଡ ବୈଠକରେ ଚେତାବନୀ ଦେଇଥିଲେ ଭାରତ କିଷାନ ୟୁନିୟନ (ବିକେୟୁ) ନେତା ରାକେଶ ଟିକାୟତ ।

ଦିନକୁ ଦିନ ଚାଷୀ ଆନ୍ଦୋଳନ ତୀବ୍ରତର ହୋଇଚାଲିଛି । ଗଣତନ୍ତ୍ର ଦିବସକୁ ଆଉ ଅଳ୍ପ ଦିନ ବାକିଥିବା ବେଳେ ଚାଷୀଙ୍କ ଏହି ଆନ୍ଦୋଳନ ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ସେପଟେ ଗଣତନ୍ତ୍ର ଦିବସରେ ଦିଲ୍ଲୀ ଭିତରେ ଟ୍ରାକ୍ଟର ରାଲି କରିବାକୁ ନିଷ୍ପତ୍ତି ନେଇଛନ୍ତି ଆନ୍ଦୋଳନରତ ଚାଷୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.