ETV Bharat / bharat

Elephant Attack: ହାତୀ ଆକ୍ରମଣରେ ଚାଲିଗଲା 6 ଜୀବନ

author img

By

Published : Feb 21, 2023, 6:48 AM IST

Updated : Feb 21, 2023, 8:14 AM IST

ଝାଡଖଣ୍ଡରେ ହାତୀ ଆତଙ୍କ । ହାତୀ ଆକ୍ରମଣରେ ଦୁଇ ଦିନରେ 6ଜଣଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

Elephants killed six people
Elephants killed six people

ରାଞ୍ଚି: ଝାଡଖଣ୍ଡରେ ହାତୀ ଆତଙ୍କ କିଛି ନୂଆ କଥା ନୁହେଁ । ରାଜ୍ୟର ଉପାନ୍ତ ଅଞ୍ଚଳରେ ହାତୀ ଉପଦ୍ରବ ଦେଖିବାକୁ ମିଳୁଛି । ଯେଉଁଥିପାଇଁ ଲୋକଙ୍କ ଧନ ଜୀବନ ନଷ୍ଟ ହେଉଛି । ତେବେ ଗତ ଦୁଇ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାତୀ ଆକ୍ରମଣରେ 6 ଜଣ ପ୍ରାଣ ହରାଇଛନ୍ତି ।

ଗତ ଦୁଇ ଦିନ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାତୀପଲ ବୁଲୁଥିବାର ଖବର ଆସୁଛି । ହାତୀମାନେ ଚାଷ ଜମିରେ ପଶି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି । ହାତୀପଲ ବୁଲୁଥିବା ଖବର ରାଞ୍ଚିର କିଛି ସ୍ଥାନ ଲୋହରଦଗା, ଲାଟେହାର ଏବଂ ଜାମତାଡାର କିଛି ଅଞ୍ଚଳରୁ ଆସୁଛି । ଏନେଇ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଲୋକମାନେ ଘରୁ ବାହାରକୁ ଯିବାକୁ ମଧ୍ୟ ଡରୁଛନ୍ତି । ସେହିପରି ଅନେକ ସ୍ଥାନରେ ହାତୀମାନଙ୍କୁ ଘଉଡାଇବା ପାଇଁ ଉଦ୍ୟମ କରାଯାଉଛି ।

ଗତ ଦୁଇ ଦିନ ମଧ୍ୟରେ ହାତୀ ଆକ୍ରମଣରେ 6 ଜଣଙ୍କର ମୃତ୍ୟୁ ହୋଇଛି । ଖବର ଅନୁଯାୟୀ, ସୋମବାର ସକାଳେ ଲୋହରଦଗାରେ ହାତୀ ଆକ୍ରମଣରେ ତିନି ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ଜିଲ୍ଲାର ଭଡରା ପୋଲିସ ଷ୍ଟେସନ ଅଞ୍ଚଳରେ ଅବସ୍ଥିତ ଏକ ଗାଁର ଅଟେ । ସେହିପରି ରବିବାର ଦିନ ମଧ୍ୟ ତିନି ଜଣ ଲୋକ ହାତୀ ଆତଙ୍କର ଶିକାର ହୋଇଥିଲେ । ଯେଉଁଥିରେ 2 ଜଣ ମହିଳା ଏବଂ ଜଣେ ପୁରୁଷ ପ୍ରାଣ ହରାଇଥିଲେ । ଏହି ଘଟଣା ଲାଟେହାର, ଲୋହରଦଗା ଏବଂ ଜାମତାଡାରେ ଘଟିଥିବା ସୂଚନା ମିଳିଛି ।

ତେବେ ମୃତ ମହିଳାଙ୍କ ମଧ୍ୟରୁ ଜଣେ ଲାଟେହାର ଚାନ୍ଦବାଠାରେ ଥିବା ଗାରଦାଗ ଗ୍ରାମର ହୋଇଥିବା ବେଳେ ଅନ୍ୟ ମହିଳା ଲୋହରଦଗାର ମାସିଆଟୁ ଗାଁର ବୋଲି ଜଣାପଡିଛି । ସେହିପରି ମୃତ ପୁରୁଷ ଜଣକ ଜାମତାଡା ନିବାସୀ ହୋଇଥିଲା ଜଣାପଡିଛି । ରାଞ୍ଚିରେ ହାତୀପଲଙ୍କ ପାଇଁ ମହିଳା ଜଣକ ପିଲାଙ୍କୁ ନେଇ ଘର ଛାଡିବାକୁ ପଡିଥିଲା । ଯେଉଁଠାରେ ଜଙ୍ଗଲୀ ହାତୀମାନେ ମହିଳାଙ୍କ ଘର ଭାଙ୍ଗି ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 21, 2023, 8:14 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.