ETV Bharat / bharat

ପ୍ରବଳ ତାତି ଭିତରେ ନିର୍ବାଚନର ଜୋଶ, ରେକର୍ଡ ଭାଙ୍ଗିଲା ମତଦାନ - ମତଦାନ

ମଙ୍ଗଳବାର ପଶ୍ଚିମବଙ୍ଗର ତୃତୀୟ, ଆସାମର ଶେଷ ପର୍ଯ୍ୟାୟ ମତଦାନ ଥିବା ବେଳେ ସେପଟେ କେରଳ, ତାମିଲନାଡୁ ଓ ପୁଡୁଚେରୀର ଗୋଟିଏ ପର୍ଯ୍ୟାୟ ମତଦାନରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ଜନସାଧାରଣ । ଅଧିକ ପଢନ୍ତୁ...

ପ୍ରବଳ ତାତି ଭିତରେ ନିର୍ବାଚନର ଜୋଶ, ରେକର୍ଡ ଭାଙ୍ଗିଲା ମତଦାନ

author img

By

Published : Apr 6, 2021, 8:54 PM IST

ନୂଆଦିଲ୍ଲୀ: ଚାରି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନକୁ ନେଇ 6 ଏପ୍ରିଲର ଦିନ ଥିଲା ବେଶ ଗୁରୁତ୍ବପୂର୍ଣ୍ଣ । ମଙ୍ଗଳବାର ପଶ୍ଚିମବଙ୍ଗର ତୃତୀୟ, ଆସାମର ଶେଷ ପର୍ଯ୍ୟାୟ ମତଦାନ ଥିବା ବେଳେ ସେପଟେ କେରଳ, ତାମିଲନାଡୁ ଓ ପୁଡୁଚେରୀର ଗୋଟିଏ ପର୍ଯ୍ୟାୟ ମତଦାନରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ଜନସାଧାରଣ ।

ପ୍ରଚଣ୍ଡ ଖରା, ଗରମ ଓ ଗୁଳୁଗୁଳି ମଧ୍ୟରେ ମତଦାତାଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଜବରଦସ୍ତ ଉତ୍ସାହ । ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ଅନୁଯାୟୀ, ସଂଧ୍ୟା 7ଟା ସୁଦ୍ଧା ଆସାମରେ 82.29 ପ୍ରତିଶତ, କେରଳରେ 79.04 ପ୍ରତିଶତ, ପୁଡୁଚେରୀରେ 78.13 ପ୍ରତିଶତ, ତାମିଲନାଡୁରେ 65.11 ପ୍ରତିଶତ ଓ ପଶ୍ଚିମବଙ୍ଗରେ 77.68 ପ୍ରତିଶତ ହୋଇଛି ମତଦାନ ।

ହିଂସା ଘଟଣା ମଧ୍ୟରେ ପଶ୍ଚିମବଙ୍ଗରେ 77.68 ପ୍ରତିଶତ ମତଦାନ

ପଶ୍ଚିମବଙ୍ଗରେ ମଙ୍ଗଳବାର ହୋଇଥିବା ତୃତୀୟ ପର୍ଯ୍ୟାୟ ମତଦାନ ମଧ୍ୟରେ ରାଜ୍ୟର ଅନେକ ଅଞ୍ଚଳରୁ ହିଂସାର ଖବର ସାମ୍ନାକୁ ଆସିଥିଲା । ଏହାସତ୍ତ୍ବେ ରାଜ୍ୟରେ 77.68 ପ୍ରତିଶତ ମତଦାନ ରେକର୍ଡ କରାଯାଇଛି ।

ଆସାମର 40 ସିଟ୍‌ରେ ଶାନ୍ତିପୂର୍ଣ୍ଣ ମତଦାନ

ସଂଧ୍ୟା 7ଟା ସୁଦ୍ଧା ଆସାମରେ 82.29 ପ୍ରତିଶତ ମତଦାନ ରେକର୍ଡ କରାଯାଇଛି । ଆସାମର ତୃତୀୟ ତଥା ଶେଷ ପର୍ଯ୍ୟାୟ ନିର୍ବାଚନରେ 12 ଜିଲ୍ଲାର 40 ବିଧାନସଭା ସିଟରେ ହୋଇଛି ଶାନ୍ତିପୂର୍ଣ୍ଣ ମତଦାନ ।

କେରଳର 140 ସିଟରେ ସମାପ୍ତ ମତଦାନ

କେରଳ ବିଧାନସଭାର ପ୍ରଥମ ତଥା ଶେଷ ପର୍ଯ୍ୟାୟରେ 140 ସିଟ୍‌ରେ ମଙ୍ଗଳବାର ଶାନ୍ତିପୂର୍ଣ୍ଣ ମତଦାନ ହୋଇଛି । ପ୍ରଚଣ୍ଡ ଖରା ସତ୍ତ୍ବେ ରାଜ୍ୟର ମତଦାନ କେନ୍ଦ୍ରରେ ଭୋଟରଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ।

କନ୍ନୁର, କୋଜିକୋଡେ, ପାଲକ୍କଡ ବିଧାନସଭା ନିର୍ବାଚନମଣ୍ଡଳୀରେ ମତଦାନ ହାର ଅଧିକ ଥିବାବେଳେ ଦକ୍ଷିଣ କେରଳର ପଥନମଥିଟ୍ଟା ଏବଂ ଇଦୁକିରେ ମତଦାନ ପ୍ରତିଶତ କମ୍ ରହିଛି । କେରଳ ମୁଖ୍ୟମନ୍ତ୍ରୀ ବିଜୟଙ୍କ ସମେତ ନିର୍ବାଚନୀ ମୈଦାନରେ ଅଛନ୍ତି ମୋଟ 957 ଜଣ ପ୍ରାର୍ଥୀ ।

ଖରା ତାତି ମଧ୍ୟରେ ସରିଲା ତାମିଲନାଡୁ ମତଦାନ

ତାମିଲନାଡୁ ବିଧାନସଭା ନିର୍ବାଚନର ପ୍ରଥମ ତଥା ଶେଷ ପର୍ଯ୍ୟାୟରେ ରାଜ୍ୟର ସମସ୍ତ 234ଟି ଆସନରେ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ରାଜ୍ୟରେ 88,937 ମତଦାନ କେନ୍ଦ୍ର ଥିଲା। ତାମିଲନାଡୁରେ 65.11 ପ୍ରତିଶତ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ।

ପୁଡୁଚେରୀରେ ପଡିଲା ପ୍ରବଳ ଭୋଟ

ପୁଡୁଚେରୀର 30 ଟି ବିଧାନସଭା ଆସନ ପାଇଁ 324 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ମଙ୍ଗଳବାର ଇଭିଏମରେ ବନ୍ଦ ହୋଇଛି । କେନ୍ଦ୍ରଶାସିତ ଅଞ୍ଚଳରେ 78.13 ପ୍ରତିଶତ ହୋଇଛି ମତଦାନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.